ନଭେମ୍ବର ୨୬ରେ ଟାଟା ଷ୍ଟିଲ୍ “ଯୋଡ଼ା ରନ୍‌-ଏ-ଥନ୍


# ‘ସବୁଜ ଭବିଷ୍ୟତ ପାଇଁ ଦୌଡ଼’, ପ୍ରତି ପ୍ରତିଯୋଗୀଙ୍କ ପାଇଁ ଗୋଟିଏ ଲେଖାଏଁ ଚାରା ରୋପଣ କରିବ ଟାଟା ଷ୍ଟିଲ

# ତିନୋଟି ବିଭାଗରେ ଦୌଡ଼ିବେ ପ୍ରତିଯୋଗୀ; ପୁରସ୍କାର ରାଶି 5,67 ଲକ୍ଷ ଟଙ୍କା

#4000 ପ୍ରତିଯୋଗୀ ଅଂଶଗ୍ରହଣ ଲକ୍ଷ୍ୟ ଧାର୍ଯ୍ୟ

#ଓଡିଶା ଆଥଲେଟିକ ଆସୋସିଏସନ ସହଭାଗୀତା ରେ କାର୍ଯ୍ୟକ୍ରମ ଆୟୋଜନ

ଯୋଡା: ଟାଟା ଷ୍ଟିଲ୍‌ରେ କ୍ରୀଡ଼ା ହେଉଛି ଜୀବନ ବଂଚିବାର ଏକ ମାଧ୍ୟମ । ଜାତୀୟ ଓ ଆନ୍ତର୍ଜାତିକ ସ୍ତରରେ କ୍ରୀଡ଼ାର ପ୍ରସାର ଲାଗି ଟାଟା ଷ୍ଟିଲ୍ ପ୍ରତିବଦ୍ଧ ରହିଛି ଏବଂ ସମସ୍ତଙ୍କ କଲ୍ୟାଣ କରିବା ସହିତ ଓ ଉତ୍ସାହିତ କରୁଛି ।

ଚଳିତ ବର୍ଷ ଟାଟା ଷ୍ଟିଲ୍ ପକ୍ଷରୁ “ସବୁଜ ଭବିଷ୍ୟତ ପାଇଁ ଦୌଡ଼’’ ବିଷୟବସ୍ତୁ ଉପରେ ଆଧାରିତ “ଟାଟା ଷ୍ଟିଲ୍ ଯୋଡ଼ା ରନ୍‌-ଏ-ଥନ୍‌’କୁ ଉପସ୍ଥାପନ କରାଯାଉଛି । ଏହା ହେଉଛି ଯୋଡ଼ାରେ ଟାଟା ଷ୍ଟିଲ୍ ପକ୍ଷରୁ ରନ୍‌-ଏ-ଥନ୍‌ର ପ୍ରଥମ ସଂସ୍କରଣ । ଏଥିରେ ସାରା ଦେଶର ଧାବକଧାବିକାମାନେ ଏକ ସୁସ୍ଥକର ଓ ସବୁଜ ଭବିଷ୍ୟତ ପାଇଁ ସେମାନଙ୍କ ଦୌଡ ପ୍ରଦର୍ଶନ କରିବେ। ପରିବେଶ ପ୍ରତି ନିଜର ପ୍ରତିବଦ୍ଧତା ପାଇଁ ଟାଟା ଷ୍ଟିଲ ପ୍ରତି ଟି ପ୍ରତିଯୋଗୀଙ୍କ ପାଇଁ ଗୋଟିଏ ଲେଖାଏଁ ଚାରା ରୋପଣ କରିବାକୁ ସ୍ଥିର କରିଛି ।

ଏ ସମ୍ପର୍କରେ ଏକ ସାମ୍ବାଦିକ ସମ୍ମିଳନୀ ମଙ୍ଗଳବାର ଯୋଡା ସ୍ଥିତ ଭ୍ୟାଲି କ୍ଲବ ରେ ଅନୁଷ୍ଠିତ ହୋଇଯାଇଛି ।

ଏହି ସାମ୍ବାଦିକ ସମ୍ମିଳନୀରେ ଟାଟା ଷ୍ଟିଲ ମହା ପ୍ରବନ୍ଧକ (ଓ ଏମ୍ କ୍ୟୁ) ଅତୁଲ କୁମାର ଭଟନIଗର, ଟାଟା ଷ୍ଟିଲ ଯୋଡା ମୁଖ୍ୟ ରାଜେଶ କୁମାର, ଖଣ୍ଡବନ୍ଧ ଖଣି ମୁଖ୍ୟ ଜି ଭି ସତ୍ୟନାରାୟଣ, କଳିଙ୍ଗନଗର ଏବଂ ମେରାମଣ୍ଡଳି କର୍ପୋରେଟ କମ୍ୟୁନିକେସନ୍ ମୁଖ୍ୟ ସୁଭ୍ରାଂଶୁ ପଣ୍ଡା ଏବଂ ଖେଳ ବିଭାଗ ସିନିଅର କୋଚ ଆନନ୍ଦ ଲୁଇସ୍ ଉପସ୍ଥିତ ଥିଲେ ।

ଯୋଡ଼ାର ସେଂଟ୍ରାଲ୍ ଖେଳପଡ଼ିଆରେ 2023 ନଭେମ୍ବର ୨୬ରେ ଅନୁଷ୍ଠିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ପୁରୁଷ ଓ ମହିଳାମାନଙ୍କ ଲାଗି ୧୦ କିମି ଓ ୭ କିମି ଦୌଡ଼ (୧୫ ବର୍ଷ କିମ୍ବା ତା’ଠାରୁ ଅଧିକ), ୧୬ ବର୍ଷରୁ କମ୍ ବାଳକ ଓ ବାଳିକାଙ୍କ ପାଇଁ ୫ କିମି (୨୦୦୭ ନଭେମ୍ବର ୨୬ରୁ ୨୦୧୧ ନଭେମ୍ବର ୨୬ ମଧ୍ୟରେ ଜନ୍ମ ହୋଇଥିବେ) ଏବଂ ଦିବ୍ୟାଙ୍ଗମାନଙ୍କ ଲାଗି ୨ କିମି ଭଳି ବର୍ଗରେ ଦୌଡ଼ ଅନୁଷ୍ଠିତ ହେବ । ବିଭିନ୍ନ ବର୍ଗ ଦୌଡ଼ର ବିଜେତାମାନେ ମୋଟ ୫,୬୭,୦୦୦ ଟଙ୍କାର ପୁରସ୍କାର ଜିତିପାରିବେ ।

ସାଧାରଣ ବର୍ଗରେ ୧୦ କିମି ଦୌଡ଼ରେ ଉଭୟ ଓ ପୁରୁଷ ଓ ମହିଳା ବର୍ଗରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ପୁରସ୍କାର ଭାବେ ୫୧,୦୦୦ ଟଙ୍କା, ୪୧,୦୦୦ ଟଙ୍କା ଓ ୩୧,୦୦୦ ଟଙ୍କା ଦିଆଯିବ । ସେହିପରି ୭ କିମି ଦୌଡ଼ ବର୍ଗରେ ଉଭୟ ପୁରୁଷ ଓ ମହିଳାଙ୍କ କ୍ଷେତ୍ରରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ପୁରସ୍କାର ଭାବେ ୨୫,୦୦୦ ଟଙ୍କା, ୨୦,୦୦୦ ଟଙ୍କା ଓ ୧୫ ହଜାର ଟଙ୍କା ପ୍ରଦାନ କରାଯିବ । ୫ କିମି ବର୍ଗରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ପୁରସ୍କାର ଭାବେ ୧୦,୦୦୦ ଟଙ୍କା, ୮୦୦୦ ଟଙ୍କା ଓ ୭୦୦୦ ଟଙ୍କା ଦିଆଯିବ ।

ସେହିପରି, ସ୍ଥାନୀୟ ବର୍ଗରେ ୧୦ କିମି ଦୌଡ଼ରେ ଉଭୟ ଓ ପୁରୁଷ ଓ ମହିଳା ବର୍ଗରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ପୁରସ୍କାର ଭାବେ ୨୧,୦୦୦ ଟଙ୍କା, ୧୧,୦୦୦ ଟଙ୍କା ଓ ୭୫୦୦ ଟଙ୍କା ଦିଆଯିବ । ସେହିପରି ୭ କିମି ଦୌଡ଼ ବର୍ଗରେ ଉଭୟ ପୁରୁଷ ଓ ମହିଳାଙ୍କ କ୍ଷେତ୍ରରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ପୁରସ୍କାର ଭାବେ ୧୦,୦୦୦ ଟଙ୍କା, ୭,୫୦୦ ଟଙ୍କା ଓ ୫୦୦୦ ହଜାର ଟଙ୍କା ପ୍ରଦାନ କରାଯିବ । ୫ କିମି ବର୍ଗରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ପୁରସ୍କାର ଭାବେ ୬୦୦୦ ଟଙ୍କା, ୫୦୦୦ ଟଙ୍କା ଓ ୨୫୦୦ ଟଙ୍କା ଦିଆଯିବ ।

ଏହି ଦୌଡରେ ସର୍ବାଧିକ 4000 ପ୍ରତିଯୋଗୀ ଅଂଶଗ୍ରହଣ କରିପାରିବେ ।

ଏହି ଦୌଡ଼ରେ ସାରା ଦେଶରୁ ଟାଟା ଷ୍ଟିଲ୍ ଅଂଶଗ୍ରହଣ ଆଶା କରୁଛି ଯେଉଁଠାରେ ପ୍ରତିଟି ଲୋକ ଏକ ସବୁଜ, ସୁସ୍ଥକର ଓ ସମୃଦ୍ଧ ଭବିଷ୍ୟତ ଲାଗି ଦୌଡ଼ିବେ ।

ଯୋଡ଼ା ରନ୍-ଏ-ଥନ୍ ପାଇଁ ପଞ୍ଜୀକରଣ ଖୋଲା ରହିଛି ଓ ତାହା ୨୦୨୩ ନଭେମ୍ବର ୧୫ ରେ ବନ୍ଦ ହେବ ।

ଅନଲାଇନ୍ ପଞ୍ଜୀକରଣ ପାଇଁ ଲଗ୍ ଇନ୍ କରନ୍ତୁ www.tatasteelruns.com

ଯୋଡ଼ାର ଭିଟି କେନ୍ଦ୍ରରେ ଅକ୍ଟୋବର ୨୫ ରୁ ନଭେମ୍ବର 10 ପର୍ଯ୍ୟନ୍ତ ଶନିବାର ଓ ରବିବାରକୁ ବାଦ ଦେଇ ଅନ୍ୟ ଦିନଗୁଡ଼ିକରେ ସକାଳ ୯ଟା ୩୦ ମିନିଟ୍ରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ପଞ୍ଜୀକରଣ କରିହେବ । ଅଫଲାଇନ୍ ପଞ୍ଜୀକରଣ ପାଇଁ ଯୋଡ଼ା ଅଂଚଳର ସ୍କୁଲ, କଲେଜ ଓ ଗ୍ରାମଗୁଡ଼ିକରେ ପଞ୍ଜୀକରଣ କିଓସ୍କ ରହିବ ।

ଟାଟା ଷ୍ଟିଲ୍ ପକ୍ଷରୁ କ୍ରୀଡ଼ାକୁ ଉତ୍ସାହିତ ଓ ସମର୍ଥନ କରିବା ଏହାର ସଂସ୍କୃତିର ଏକ ଅଂଶ । ଭାରତୀୟ କ୍ରୀଡ଼ାର ଏକ ପ୍ରମୁଖ କର୍ପୋରେଟ୍ ପ୍ରସାରକ ହେଉଛି ଟାଟା ଷ୍ଟିଲ୍ ଯାହା ଫୁଲବଲ, ତୀରନ୍ଦାଜୀ, ଦୌଡ଼କୁଦ, ହକି ଓ ଆରୋହଣ କ୍ରୀଡ଼ା ପାଇଁ ଏକାଡେମି ଗଠନ କରିଛି । ଜାମସେଦପୁର ରନ୍-ଏ-ଥନ୍, ଟାଟା ଷ୍ଟିଲ୍ କୋଲକାତା ୨୫କେ ଦୌଡ଼, ଭୁବନେଶ୍ୱର ହାପ୍ ମାରାଥନ୍ ଏବଂ ନୂଆମୁଣ୍ଡି ରନ୍-ଏ-ଥନ୍ ଭଳି ଦୌଡ଼ ଜରିଆରେ କ୍ରୀଡ଼ା ମାଧ୍ୟମେରେ ଗୋଷ୍ଠୀ ସମୁଦାୟକୁ ଯୋଡ଼ି ବହୁ ବର୍ଷ ଧରି କଂପାନି ଫିଟ୍ନେସ୍ର ପ୍ରସାର କରୁଛି । ଚଳିତ ବର୍ଷ ଭୁବନେଶ୍ବର, ମେରାମଣ୍ଡଳୀ ଓ ରାଂଚିରେ ଦୌଡ଼ ଆୟୋଜନ କରିବାର ଯୋଜନା ରହିଛି ଓ ସେବିଷୟରେ ଆଗାମୀ ଦିନରେ ବିଧିବଦ୍ଧ ଘୋଷଣା କରାଯିବ ।

PRIZE LIST (IN Rs) LOCAL

Position

10 K

7 K

5 K

Men

Women

Men

Women

Boys

Girls

1st

21,000.00

21,000.00

10,000.00

10,000.00

6,000.00

6,000.00

2nd

11,000.00

11,000.00

7,500.00

7,500.00

5,000.00

5,000.00

3rd

7,500.00

7,500.00

5,000.00

5,000.00

2,500.00

2,500.00

 

PRIZE LIST (IN Rs) GENERAL

Position

10 K

7 K

5 K

Men

Women

Men

Women

Boys

Girls

1st

51,000.00

51,000.00

25,000.00

25,000.00

10,000.00

10,000.00

2nd

41,000.00

41,000.00

20,000.00

20,000.00

8,000.00

8,000.00

3rd

31,000.00

31,000.00

15,000.00

15,000.00

7,000.00

7,000.00


Share It

Comments are closed.