କାର୍ବନ ଫୁଟ୍‌ପ୍ରିଂଟ୍ ହ୍ରାସ ପାଇଁ ଟାଟା ଷ୍ଟିଲ୍ ପକ୍ଷରୁ ଆଇଓସିଏଲ୍ ସହ ବୁଝାମଣା ସ୍ୱାକ୍ଷରିତ


ଦୀର୍ଘସ୍ଥାୟୀ ଯାତ୍ରା ହେବ ଆହୁରି ସୁଦୃଢ଼
ଭୁବନେଶ୍ୱର: ଟାଟା ଷ୍ଟିଲ୍‌ର ଫେରୋ ଆଲଏଜ୍ ଆଣ୍ଡ୍ ମିନେରାଲ୍ ଡିଭିଜନ (ଏଫ୍‌ଏଏମ୍‌ଡି) ପକ୍ଷରୁ ଇଣ୍ଡିଆନ୍ ଅଏଲ୍ କର୍ପୋରେସନ ଲିମିଟେଡ୍ (ଆଇଓସିଏଲ୍‌) ଓ ଏହାର ବ୍ୟବସାୟ ସହଯୋଗୀଙ୍କ ସହ ଏକ ବୁଝାମଣାପତ୍ର ସ୍ୱାକ୍ଷର ହୋଇଯାଇଛି । କଂପାନୀର ଫେରୋ ଆଲଏଜ୍ କାରଖାନାଗୁଡ଼ିକରେ କାର୍ବନ ଫୁଟ୍‌ପ୍ରିଂଟ୍‌କୁ କମ୍ କରିବା ଲକ୍ଷ୍ୟରେ ଏହି ବୁଝାମଣା ସ୍ୱାକ୍ଷର ହୋଇଛି ।
ଏହି ବୁଝାମଣା ଅନୁଯାୟୀ ଗଞ୍ଜାମ ଜିଲ୍ଲାର ଗୋପାଳପୁର ଓ କଟକ ଜିଲ୍ଲାର ଆଠଗଡ଼ରେ ଥିବା କଂପାନିର ଫେରୋ ଆଲଏଜ୍ କାରଖାନାକୁ ଆଇଓସିଏଲ୍ ଏଲ୍‌ପିଜି ଯୋଗାଇଦେବ, ଏଲ୍‌ପିଜି ବ୍ୟବସ୍ଥା ସ୍ଥାପନ କରିବ ଏବଂ ତାହାର ପରିଚାଳନା ଓ ରକ୍ଷଣାବେକ୍ଷଣ କରିବ ।
ସାଂପ୍ରତିକ ପରିବେଶ ଚିନ୍ତା ଓ କାର୍ବନ ନିର୍ଗମନ ହ୍ରାସ କରିବା ଲାଗି ବିଶ୍ୱସ୍ତରରେ ରହିଥିବା ଆବଶ୍ୟକତା ପ୍ରତି ପ୍ରତିକ୍ର୍ରିୟା ସ୍ୱରୂପ, ଫର୍ନେସ୍ ତୈଳ ଓ ହାଇ-ସ୍ପିଡ୍ ଡିଜେଲ୍‌ରୁ ଅଧିକ ଦୀର୍ଘସ୍ଥାୟୀ ଇନ୍ଧନ ବିକଳ୍ପ-ଲିକ୍ୱିଫାଏଡ୍ ପେଟ୍ରୋଲିୟମ୍ ଗ୍ୟାସ୍ (ଏଲ୍‌ପିଜି) ଆଡ଼କୁ ପରିବର୍ତିତ ହେବାକୁ ଟାଟା ଷ୍ଟିଲ୍ ନିଷ୍ପତି ଗ୍ରହଣ କରିଛି । କଂପାନିର ଏହି ପରିବେଶ ସୁରକ୍ଷା ପଦକ୍ଷେପ କାର୍ବନ ନିର୍ଗମନକୁ ଉଲ୍ଲେଖନୀୟ ଭାବେ ହ୍ରାସ କରିବ ।
ଟାଟା ଷ୍ଟିଲ୍‌ର ଏକ୍‌ଜିକ୍ୟୁଟିଭ୍ ଇନ୍‌-ଚାର୍ଜ ପଙ୍କଜ ସତିଜା କହିଛନ୍ତି ଯେ, “ଆମ ଦୀର୍ଘସ୍ଥାୟୀ ଅଭିଯାନର ଅଂଶ ଏହି ବୁଝାମଣା କାରଖାନାଗୁଡ଼ିକରେ କାର୍ବନ ଫୁଟ୍‌ପ୍ରିଂଟ୍‌କୁ ହ୍ରାସ କରିବାରେ ସହାୟକ ହେବ । ଡିକାର୍ବନାଇଜେସନ (କାର୍ବନ ନିର୍ଗମନକୁ କମ୍ କରିବା) ଏବଂ ସବୁଜ ଭବିଷ୍ୟତ ପାଇଁ ଉଦ୍ୟମ ପ୍ରତି ଆମ ପ୍ରତିବଦ୍ଧତାକୁ ଆମେ ଜାରି ରଖିବୁ ।’’
ଡିକାର୍ବନାଇଜ୍ କରିବା ପ୍ରତି ଟାଟା ଷ୍ଟିଲ୍‌ର ଅଭିଯାନ ସହିତ ଜଳବାୟୁ ପରିବର୍ତନ ପ୍ରଭାବର ମୁକାବିଲା ସହିତ ଜଡ଼ିତ ଥିବା ବେଳେ ପରିବେଶ ଦାୟିତ୍ୱ ପ୍ରତି କଂପାନୀର ସମର୍ପଣ ଭାବକୁ ଏହା ଦର୍ଶାଉଛି । ସ୍ୱଚ୍ଛ ଇନ୍ଧନ ଆଡ଼କୁ ଏହି ରୂପାନ୍ତରଣ କଂପାନୀର ଦୀର୍ଘସ୍ଥାୟୀ ଯାତ୍ରାରେ ଏକ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ ଏବଂ କାର୍ବନ ନିର୍ଗମନର ମୁକାବିଲା ଲାଗି ପ୍ରତ୍ୟକ୍ଷ ଆଭିମୁଖ୍ୟକୁ ଦର୍ଶାଉଛି ।


Share It

Comments are closed.