ଟାଟା ଷ୍ଟିଲ୍ ଫାଉଣ୍ଡେସନ ପକ୍ଷରୁ ଭୁବନେଶ୍ୱରରେ ଶିଶୁମାନଙ୍କ ଦ୍ୱାରା ପ୍ରସ୍ତୁତ ଚିତ୍ରକଳା ପ୍ରଦର୍ଶନୀ ଆୟୋଜିତ


ଟିଏସ୍‌ଏଫ୍‌ର ଏଜୁକେସନ୍ ସିଗ୍ନେଚର କାର୍ଯ୍ୟକ୍ରମର ଛାତ୍ରଛାତ୍ରୀମାନଙ୍କ ଓଡ଼ିଶାର ତୃଣମୂଳ ସ୍ତରରେ ଶିକ୍ଷଣୀୟ ଫଳାଫଳର ଏହା ଏକ ଅଂଶ
ଭୁବନେଶ୍ୱର: ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ (ଟିଏସ୍‌ଏଫ୍‌) ପକ୍ଷରୁ ୨୦୨୩ ସେପ୍ଟେମ୍ବର ୧୭ ରୁ ୧୯ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରର ଲଳିତ କଳା ଏକାଡେମିରେ ଓଡ଼ିଶାର ଦୁର୍ଗମ ଅଂଚଳର ଆଦିବାସୀ ଶିଶୁମାନଙ୍କ ଦ୍ୱାରା ପ୍ରସ୍ତୁତ ଚିତ୍ରକଳା ପ୍ରଦର୍ଶନୀ ଆୟୋଜନ କରାଯାଇଛି । ମୋଟ ୯୮ ଜଣ ଆଦିବାସୀ ପିଲାମାନଙ୍କ ଦ୍ୱାରା ପ୍ରସ୍ତୁତ ୧୧୧ଟି ଚମତ୍କାର ଚିତ୍ରକଳାକୁ ପିପୁଲସ୍ ଆର୍କାଇଭ୍ ଅଫ ରୁରାଲ୍ ଇଣ୍ଡିଆ (ପିଏଆର୍‌ଆଇ) ସହଯୋଗରେ କରାଯାଇଥିବା ଟିଏସ୍‌ଏଫ୍‌ର ଏକୁକେସନ ସିଗ୍ନେଚର କାର୍ଯ୍ୟକ୍ରମର ପ୍ରଦର୍ଶନ କରାଯାଇଛି ।
ପ୍ରଦର୍ଶନୀର ଅଂଶ ସ୍ୱରୂପ ଶେଷ ଦିବସ ୨୦୨୩ ସେପ୍ଟେମ୍ବର ୧୯ରେ ପିପୁଲସ୍ ଆର୍କାଇଭ୍ ଅଫ ରୁରାଲ୍ ଇଣ୍ଡିଆ (ପିଏଆର୍‌ଆଇ)ର ପ୍ରତିଷ୍ଠାତା ସମ୍ପାଦକ ପି ସାଇନାଥ ଓ ଟାଟା ଷ୍ଟିଲ୍ ଫାଉଣ୍ଡେସନର ସିଇଓ ସୌରଭ ରାୟଙ୍କୁ ନେଇ ଏହି କାର୍ଯ୍ୟକ୍ରମର ଶିକ୍ଷଣୀୟ ଫଳାଫଳ ସମ୍ପର୍କରେ ଏକ ଆଲୋଚନାଚକ୍ର ଆୟୋଜନ କରାଯାଇଥିଲା ।
ଯାଜପୁର ଓ କେନ୍ଦୁଝର ଜିଲ୍ଲାର ବାଂଶପାଳ, ଚମ୍ପୁଆ, ଦାନଗଦି, ଘଟଗାଁ, ଝୁମ୍ପୁରା, ଯୋଡ଼ା ଓ ସୁକିନ୍ଦା ବ୍ଲକ୍‌ରେ ୫୭ଟି ସ୍କୁଲରୁ ଆସିଥିବା ଏହି ଯୁବ ଚିତ୍ରଶିଳ୍ପୀମାନଙ୍କ ବୟସ ୯ରୁ ୧୫ ବର୍ଷ ଭିତରେ ରହିଛି ଏବଂ ସେମାନେ ତୃତୀୟରୁ ନବମ ଶ୍ରେଣୀ ଭିତରେ ପାଠ ପଢ଼ୁଛନ୍ତି । ଯୁବ ଚିତ୍ରଶିଳ୍ପୀଙ୍କ ମଧ୍ୟରେ ୩୦ ଜଣ ବାଳକ ହୋଇଥିବା ବେଳେ ୬୮ ଜଣ ହେଉଛନ୍ତି ବାଳିକା । ବାଥୁଡି, ଭୁଇୟା, ଭୁମିଜ, ଗଣ୍ଡିଆ, ଗଣ୍ଡ, ହୋ, କୋହ୍ଲ, ମାଙ୍କିଡିଆ, ମୁଣ୍ଡା, ସାମ୍‌ତି, ସାନ୍ତାଳ ଓ ସୌନ୍ତି ଭଳି ୧୨ ପ୍ରକାର ଆଦିବାସୀ ସମୁଦାୟର ପିଲାମାନେ ପ୍ରଦର୍ଶନୀରେ ଭାଗ ନେଇଛନ୍ତି । ସେମାନଙ୍କ ମଧ୍ୟରୁ କିଛି ସମୁଦାୟକୁ ନିର୍ଦ୍ଦିଷ୍ଟ ସମ୍ବେଦନଶୀଳ ଆଦିବାସୀ ଦଳ (ପିଭିଟିଜି) ବର୍ଗରେ ସାମିଲ କରାଯାଇଛି ।
କାର୍ଯ୍ୟକ୍ରମର ଶେଷ ଦିବସରେ ଆୟୋଜିତ ଆଲୋଚନାରେ ପିଲାମାନଙ୍କ ଏହି ଚିତ୍ରକଳାକୁ କାର୍ଯ୍ୟକ୍ରମରେ ସେମାନେ ହାସଲ କରିଥିବା ଶିକ୍ଷାର ଫଳାଫଳ ଭାବେ ଦେଖାଯାଇଥିଲା ଏବଂ ଜାତିସଂଘର ନିରନ୍ତର ବିକାଶ ଲକ୍ଷ୍ୟ (ଏସ୍‌ଡିଜି) ଅନୁସାରେ ଭବିଷ୍ୟତ ପାଇଁ ସେମାନଙ୍କ ଦୃଷ୍ଟିକୋଣ ବିଷୟରେ ଏକ ଚିନ୍ତାଧାରା ପ୍ରଦାନ କରିଥିଲା ।
ଏହି ଅବସରରେ ପିଏ୍‌ଆର୍‌ଆଇର ପ୍ରତିଷ୍ଠାତା ସମ୍ପାଦକ ପି ସାଇନାଥ କହିଛନ୍ତି ଯେ, “ଆପଣମାନେ ଦେଖିପାରୁଛନ୍ତି ଏହି ପିଲାମାନେ ନିଜ ଚିତ୍ରକଳାକୁ ନିଜ ଭାବନା ଓ ଉଦ୍ୟମରେ ପ୍ରସ୍ତୁତ କରିଛନ୍ତି । ସେଥିରୁ ପ୍ରତିଟି ଚିତ୍ରକଳାକୁ ମୁଁ ଦେଖିଛି ଏବଂ ପ୍ରତିଟିରେ କିଛି ଭିନ୍ନ କାହାଣୀକୁ ମୁଁ ପାଇଛି । କିଛି ରଙ୍ଗିନ ପେନ୍‌ସିଲ୍ ଓ ୱାଟର କଲର୍ ବ୍ୟବହାର ହୋଇ ଦେଖନ୍ତୁ କେତେ ଚମତ୍କାର ଫଳ ମିଳିଛି । ଶିକ୍ଷା ପିଲାଙ୍କ ପାଇଁ କ’ଣ କରିପାରେ ତାହା ଏହା ଦର୍ଶାଉଛି ।’’
ଆଲୋଚନାରେ ନିଜ ମତ ଉପସ୍ଥାପନ କରି ଟିଏସ୍‌ଏଫ୍‌ର ସିଇଓ ସୌରଭ ରାୟ କହିଛନ୍ତି ଯେ, “ଏହି ଯୁବ ଚିତ୍ରଶିଳ୍ପୀଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ନୂଆ ଯେଉଁମାନେ ନିଜ ଆଖପାଖ ଲୋକଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି । ସେମାନଙ୍କ ଚିତ୍ରକଳା ଯେଉଁ କାହାଣୀ କହୁଛି ତାହା ଏମିତିରେ ଅଣଦେଖା ହୋଇଯାଇଥାନ୍ତା, ଯେଉଁଥିପାଇଁ ଏହି ପ୍ରଦର୍ଶନୀ ଆହୁରି ମୂଲ୍ୟବାନ ହୋଇପାରିଛି । ଚିତ୍ରକଳା ଜରିଆରେ ସେମାନଙ୍କ କାହାଣୀ ଯେଉଁଭଳି ଭାବେ ପ୍ରଦର୍ଶିତ ହୋଇଛି ଶିକ୍ଷାର ଫଳାଫଳ ଜାଣିବା ପାଇଁ ସେମାନଙ୍କ ସହ ନିଶ୍ଚିତ ରୂପେ ପ୍ରତ୍ୟେକ୍ଷ ଭାବେ ଭାବବିନିମୟ କରିବାକୁ ପଡ଼ିବ । ଶିଶୁଙ୍କ ସାମଗ୍ରିକ ବିକାଶର ଏକ ଦୁନିଆ ପରିକଳ୍ପନା ଦିଗରେ ଶିକ୍ଷା ହେଉଛି ଏକ ପ୍ରମୁଖ ଶକ୍ତି । ଏଜୁକେସନ ସିଗ୍ନେଚର ପ୍ରୋଗ୍ରାମର ଉଦ୍ଦେଶ୍ୟ ହେଉଛି ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କ ପୂର୍ଣ୍ଣ କ୍ଷମତା ବିଷୟରେ ଅବଗତ କରାଇବା ।’’
୨୦୨୩ ଏପ୍ରିଲ୍ ୧୨ରେ ବମ୍ବେ ହାଉସ୍‌ରେ ଏହି ପ୍ରଦର୍ଶନୀର ଅନଲାଇନ୍ ଭର୍ସନକୁ ଉଦ୍‌ଘାଟନ କରାଯାଇଥିଲା । ଟାଟା ଷ୍ଟିଲ୍ ଫାଉଣ୍ଡେସନର ଏଜୁକେସନ ସିଗ୍ନେଚର ପ୍ରୋଗ୍ରାମ ହେଉଛି ଏକ ବ୍ୟାପକ କାର୍ଯ୍ୟକ୍ରମର ସମାହାର ଯେଉଁଥିରେ ଏକାଧିକ ଉପାଦାନ ରହିଛି ଯାହାକୁ ଦୀର୍ଘସ୍ଥାୟୀ ପ୍ରଭାବ ସୃଷ୍ଟି କରିବା ଲାଗି ପ୍ରସ୍ତୁତ କରାଯାଇଛି । ଓଡ଼ିଶା ଓ ଝାଡ଼ଖଣ୍ଡର ୫ଟି ଜିଲ୍ଲାର ୩୭ଟି ବ୍ଲକ୍‌ରେ ଏହାକୁ କାର୍ଯ୍ୟକାରୀ କରାଯାଇଥିବା ବେଳେ ଏହି କାର୍ଯ୍ୟକ୍ରମ ବର୍ତମାନ ସୁଦ୍ଧା ୩ ଲକ୍ଷରୁ ଅଧିକ ପିଲାମାନଙ୍କ ପାଖରେ ପହଂଚିପାରିଛି । ପିଲାଙ୍କ ପାଖରେ ପହଂଚିବା, ଶିକ୍ଷା ଏବଂ ପ୍ରଶାସନ ଭଳି ତିନିଟି ମୌଳିକ ଉପାଦାନ ଉପରେ ପର୍ଯ୍ୟବେସିତ ଏହି କାର୍ଯ୍ୟକ୍ରମ ଦୂରଦୂରାନ୍ତରେ ଥିବା ଶିଶୁ ଶ୍ରମିକ ଭଳି ସବୁଠୁ ଆହ୍ୱାନପୂର୍ଣ୍ଣ ମାମଲାଗୁଡ଼ିକ ପାଖରେ ପହଂଚିଛି ଏବଂ ବସତିକୁ ଶିଶୁ ଶ୍ରମିକ ମୁକ୍ତ ଜୋନ୍ ରେ ପରିଣତ କରିବାରେ ସହାୟକ ହୋଇପାରିଛି ।


Share It

Comments are closed.