ମହାରାଷ୍ଟ୍ରର ଔରଙ୍ଗାବାଦ ସ୍ଥିତ ଖାଦ୍ୟ ପ୍ରସ୍ତୁତି କର୍ମଶାଳା ମାଧ୍ୟମରେ ଆଦିବାସୀ ନାରୀଙ୍କୁ ସଶକ୍ତ କରୁଛି ଟାଟା ଷ୍ଟିଲ୍ ଫାଉଣ୍ଡେସନ୍

Share It

କଳିଙ୍ଗନଗର, ସେପ୍ଟେମ୍ବର ୧୨, ୨୦୨୫: ଟାଟା ଷ୍ଟିଲ୍ ବିର୍ସା ମୁଣ୍ଡା ପୁନର୍ବାସନ କଲୋନୀ, ଗୋବରଘାଟିର ଦୁଇଜଣ ଆଦିବାସୀ ଗୃହଣୀ — ମୀରା ସୋୟ ଓ ରେସ୍ମା ଜାମୁଦା, ନିକଟରେ ମହାରାଷ୍ଟ୍ରର ଔରଙ୍ଗାବାଦ ସ୍ଥିତ ଇନଷ୍ଟିଟ୍ୟୁଟ୍ ଅଫ୍ ହୋଟେଲ୍ ମ୍ୟାନେଜମେଣ୍ଟ (ଅଇଏଚଏମ)ରେ ୧୦ ଦିନିଆ ‘ଦକ୍ଷତା ବିକାଶ କର୍ମଶାଳା’ ସମ୍ପୂର୍ଣ୍ଣ କରିଛନ୍ତି । ଏହି କର୍ମଶାଳା, ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ ଓ ଇଣ୍ଡିଆନ୍ ହୋଟେଲସ କମ୍ପାନୀ ଲିମିଟେଡ୍ (ଅଇଏଚସିଏଲ)ଙ୍କ ସହଯୋଗରେ ଆୟୋଜିତ ହୋଇଥିଲା।

ମୀରା ସୋୟ ଓ ରେସ୍ମା ଜାମୁଦା, ୧୯ ଜଣିଆ ଗୃହିଣୀଙ୍କ ଦଳର ଏକ ଅଂଶ ଥିଲେ, ଯେଉଁମାନେ ସାତଟି ଭିନ୍ନ ବର୍ଗ (ଅସୁର, ମହାଦେବ କୋଳି, ରାଭା, ହୋ, ସନ୍ଥାଳ, ଉରାଓଁ ଓ କର୍ବି)ର ପ୍ରତିନିଧିତ୍ୱ କରୁଥିଲେ। ଯେଉଁମାନେ କି ଓଡିଶା, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ଆସାମ, ମେଘାଳୟ ଓ ମହାରାଷ୍ଟ୍ର ଆଦି ଅଞ୍ଚଳରୁ ଆସିଥିଲେ।

ଗତ ଆଠ ବର୍ଷ ଧରି, ଏହି ଦୁଇଜଣ ମହିଳା ଜାମଶେଦପୁରର ସମ୍ବାଦ – ଆଦିବାସୀ ସମ୍ମିଳନର ଟ୍ରାଇବାଲ୍ କୁଇଜିନ୍ ପ୍ରୋଗ୍ରାମ୍ ଓ କଳିଙ୍ଗନଗରର ଆଦିବାସୀ ପରିଚୟ ପ୍ରୋଗ୍ରାମରେ ସକ୍ରିୟ ଭାବେ ଅଂଶ ଗ୍ରହଣ କରିଆସୁଛନ୍ତି।

ସେମାନଙ୍କର ରୋଷେଇ କୌଶଳ, ସେମାନଙ୍କୁ ବିଗତ ପାଞ୍ଚ ବର୍ଷରେ ପ୍ରାୟ ୬.୭୫ ଲକ୍ଷ ଟଙ୍କାର ରୋଜଗାର କରିବାରେ ସହାୟତା କରିଛି । ସେମାନେ ଗୁରୁ କୋଳ ଲାକୋ ବୋଦ୍ରା ଜୟନ୍ତୀ, ବିର୍ସା ମୁଣ୍ଡା ଜନ୍ମଜୟନ୍ତୀ ଓ ହୋ ନବବର୍ଷ ଉତ୍ସବ ପରି ଅନେକ କାର୍ଯ୍ୟକ୍ରମରେ ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ ପକ୍ଷରୁ ଆୟୋଜିତ ଉତ୍ସବରେ ଆଦିବାସୀ ବ୍ୟଞ୍ଜନ ପ୍ରସ୍ତୁତ କରି ପ୍ରଦାନ କରିଥାନ୍ତି।

ଟାଟା ଷ୍ଟିଲ୍ ଫାଉଣ୍ଡେସନର ସହଯୋଗରେ, ମୀରା ସୋୟ ଓ ରେସ୍ମା ଜାମୁଦା ସ୍ଥାନୀୟ ଅଞ୍ଚଳରେ ଅନ୍ୟମାନଙ୍କ ପାଇଁ ପ୍ରେରଣାର ପ୍ରତୀକ ସାଜିପାରିଛନ୍ତି।


Share It

Comments are closed.