ଟାଟା ଷ୍ଟିଲ୍ କର୍ମଚାରୀଙ୍କ ପକ୍ଷରୁ ବୃଦ୍ଧାଶ୍ରମ ପରିଦର୍ଶନ, ପ୍ରଦାନ କଲେ ଅତ୍ୟାବଶ୍ୟକୀୟ ସାମଗ୍ରୀ

~ କର୍ମଚାରୀ ସ୍ୱେଚ୍ଛାସେବା କାର୍ଯ୍ୟକ୍ରମ ମାଧ୍ୟମରେ ଆଖପାଖ ଲୋକଙ୍କ ସେବା ପାଇଁ ପ୍ରତିବଦ୍ଧତା


ଭୁବନେଶ୍ୱର: ଆଖପାଖ ଲୋକଙ୍କ ସେବା ପ୍ରତି ଥିବା ପ୍ରତିବଦ୍ଧତାକୁ ଦୋହରାଇ ଟାଟା ଷ୍ଟିଲ୍ ଫେରୋ ଆଲଏଜ୍ ଆଣ୍ଡ ମିନେରାଲ୍ସ ଡିଭିଜନ (ଏଫ୍‌ଏଏମ୍‌ଡି)ର କର୍ମଚାରୀମାନେ ସହରସ୍ଥିତ ‘ସ୍ନେହ ମନ୍ଦିର ବୃଦ୍ଧାଶ୍ରମ’ ନିବାସ ପରିଦର୍ଶନ କରି ସେମାନଙ୍କୁ ରାସନ, ଫଳ ଓ ପ୍ରସାଧନ ସାମଗ୍ରୀ ଆଦି ପ୍ରଦାନ କରିଥିଲେ। କର୍ମଚାରୀମାନେ କମ୍ପାନିର ଏହି କର୍ମଚାରୀ ସ୍ୱେଚ୍ଛାସେବା କାର୍ଯ୍ୟକ୍ରମରେ ନିଜକୁ ସାମିଲ କରିଥିଲେ।

କର୍ମଚାରୀମାନେ ବୃଦ୍ଧାଶ୍ରମର ଅନ୍ତେବାସୀଙ୍କ ସହ ସମୟ ବିତାଇବା ସହ ସେମାନଙ୍କ କାହାଣୀ ଶୁଣି ଏକ ବନ୍ଧୁତାର ଭାବ ବିନିମୟ କରିଥିଲେ।
ଏହି ଅବସରରେ ଫେରୋ ଆଲଏଜ୍ ଓ ମିନେରାଲ୍ସ ଡିଭିଜନର ଏକଜିକ୍ୟୁଟିଭ ଇନଚାର୍ଜ ପଙ୍କଜ ସତିଜା କହିଛନ୍ତି ଯେ, “କର୍ମଚାରୀ ସ୍ୱେଚ୍ଛାସେବା କାର୍ଯ୍ୟକ୍ରମ ଜରିଆରେ ଆମେ ସମାଜ ସହିତ ଏକ ବନ୍ଧୁତ୍ୱପୂର୍ଣ ସମ୍ପର୍କ ସୃଷ୍ଟି କରି ସହାୟତା ଆବଶ୍ୟକ କରୁଥିବା ଲୋକମାନଙ୍କ କଲ୍ୟାଣ କରିପାରୁଛୁ । ଆମର ବିଶ୍ୱାସ ରହିଛି ଯେ ଆମର ଏହି ଛୋଟ ଛୋଟ ପଦକ୍ଷେପ ଗୁଡିକ ଉଲ୍ଲେଖନୀୟ ପ୍ରଭାବ ପକାଇପାରିବ।’’

ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିବା କର୍ମଚାରୀମାନେ ବୃଦ୍ଧାଶ୍ରମ ଅନ୍ତେବାସୀମାନଙ୍କୁ ଚାଉଳ, ଡାଲି, ତେଲ, ଚିନି, ପ୍ରସାଧନ ସାମଗ୍ରୀ ଓ ବିଭିନ୍ନ ପ୍ରକାର ଫଳମୂଳ ପ୍ରଦାନ କରିଥିଲେ। ଯାହା ବରିଷ୍ଠ ନାଗରିକମାନଙ୍କ ପୁଷ୍ଟିକର ଖାଦ୍ୟ ଓ ସ୍ୱଚ୍ଛତା ସାମଗ୍ରୀର ଆବଶ୍ୟକତାକୁ ପୂରଣ କରିବ। ସେମାନଙ୍କ ସହ ସମୟ ବିତାଇବା ଓ କାର୍ଯ୍ୟ ପାଇଁ ଅନ୍ତେବାସୀମାନେ କମ୍ପାନିର କର୍ମଚାରୀମାନଙ୍କୁ କୃତଜ୍ଞତା ଜଣାଇଥିଲେ।

ଟାଟା ଷ୍ଟିଲ୍ ସ୍ୱେଚ୍ଛାସେବା କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ, ଶିକ୍ଷାଠାରୁ ଆରମ୍ଭ କରି ପରିବେଶ ଦୀର୍ଘସ୍ଥାୟୀତ୍ୱ ମାଧ୍ୟମରେ ଆଖପାଖ ଲୋକଙ୍କ ସେବାରେ ସାମିଲ ରହିଆସିଛି । କମ୍ପାନୀ ଓ କର୍ମଚାରୀମାନଙ୍କ ମିଳିତ ସହଯୋଗିତାରେ ସମାଜରେ ସକାରାତ୍ମକ ପ୍ରଭାବ ସୃଷ୍ଟି କରିବା ଲାଗି କମ୍ପାନିର ରହିଥିବା ପ୍ରତିବଦ୍ଧତାକୁ ଏହି ବୃଦ୍ଧାଶ୍ରମ ପରିଦର୍ଶନ କାର୍ଯ୍ୟକ୍ରମ ଦର୍ଶାଉଛି।


Share It

Comments are closed.