ଟାଟା ଷ୍ଟିଲ୍ ଡାଉନ୍‌ଷ୍ଟ୍ରିମ୍ ପ୍ରଡକ୍ଟସ୍ ଲିମିଟେଡ୍, କଳିଙ୍ଗନଗରକୁ କଳିଙ୍ଗ ସୁରକ୍ଷା ଉତ୍କର୍ଷ ପୁରସ୍କାର ୨୦୨୪–୨୫ ରେ ସମ୍ମାନୀତ

Share It

ଟାଟା ଷ୍ଟିଲ୍ ଡାଉନ୍‌ଷ୍ଟ୍ରିମ୍ ପ୍ରଡକ୍ଟସ୍ ଲିମିଟେଡ୍ (ଟିଏସଡିପିଏଲ), କଳିଙ୍ଗନଗର ୨୦୨୪–୨୫ ବର୍ଷ ପାଇଁ ସମ୍ମାନଜନକ କଳିଙ୍ଗ ସୁରକ୍ଷା ଉତ୍କର୍ଷ ପୁରସ୍କାର – ପ୍ଲାଟିନମ୍ ବର୍ଗରେ ସମ୍ମାନିତ ହୋଇଛି।

ଏହି ସମ୍ମାନ ଓଡ଼ିଶା ସରକାରଙ୍କ କାରଖାନା ଓ ବଏଲର୍ ନିର୍ଦ୍ଦେଶାଳୟ ଅଧୀନରେ ଥିବା ଇନଷ୍ଟିଚ୍ୟୁଟ୍ ଅଫ୍ କ୍ୱାଲିଟି ଆଣ୍ଡ୍ ଏନଭାଇରନମେଣ୍ଟ ମ୍ୟାନେଜମେଣ୍ଟ ସର୍ଭିସେସ୍ (ଆଇକ୍ୟୁଇଏମଏସ)ଙ୍କ ଦ୍ୱାରା ପ୍ରଦାନ କରାଯାଇଛି।

କାର୍ଯ୍ୟକ୍ଷେତ୍ରରେ ସୁରକ୍ଷା ପ୍ରତି ପ୍ରତିବଦ୍ଧତା ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ। ଏବଂ ଏହା ଏକ କଠୋର ତିନି-ପର୍ଯ୍ୟାୟ ମୂଲ୍ୟାଙ୍କନ ପ୍ରକ୍ରିୟା ପରେ ପ୍ରଦାନ କରାଯାଇଥିଲା। ଏହି ପ୍ରକ୍ରିୟାରେ ଏକ ବିସ୍ତୃତ ଆବେଦନ, ଏକ ଅନ୍‌ଲାଇନ୍ ଉପସ୍ଥାପନା ଏବଂ ବିଶେଷଜ୍ଞ ଜୁରୀଙ୍କ ଦ୍ୱାରା ଏକ ଅନ୍-ସାଇଟ୍ ମୂଲ୍ୟାଙ୍କନ ଅନ୍ତର୍ଭୁକ୍ତ ଥିଲା। ଚଳିତ ବର୍ଷ ଏଥି ନିମନ୍ତେ ଭାରତର ୧୦୦ରୁ ଅଧିକ କମ୍ପାନୀ ଅଂଶଗ୍ରହଣ କରିଥିଲେ।

ଚଳିତ ମାସ ଭୁବନେଶ୍ୱରରେ ଆୟୋଜିତ ଏକ ସମାରୋହରେ ଓଡ଼ିଶା ବିଧାନସଭାର ମାନ୍ୟବର ବାଚସ୍ପତି, ଶ୍ରୀମତୀ ସୁରମା ପାଢ଼ୀ, ଏବଂ ଯାଜପୁର ସାଂସଦ, ଡ. ଆର.ଏନ୍ ବେହେରାଙ୍କ ଦ୍ୱାରା ଏହି ସମ୍ମାନ ପ୍ରଦାନ କରାଯାଇଥିଲା।

ଟିଏସଡିପିଏଲ, କଳିଙ୍ଗନଗର ପ୍ଲାଣ୍ଟର ମୁଖ୍ୟ, ରାଜେଶ ଚୌଧୁରୀ, ଟିନ୍‌ପ୍ଲେଟ୍ ଏବଂ ମେଟାଲିକ୍ସ ବିଭାଗର ମୁଖ୍ୟ, ଅଗମ କୁମାର, ଚିଫ୍ ସିକ୍ୟୁରିଟିଙ୍କ ଉପସ୍ଥିତିରେ ଏହି ସମ୍ମାନ ପ୍ରଦାନ କରାଯାଇଥିଲା।

ଏହି ଅବସରରେ ଶ୍ରୀ ଚୌଧୁରୀ କହିଥିଲେ ଯେ, “ଏହି ସମ୍ମାନ ଆମ ସୁରକ୍ଷା ଉତ୍କୃଷ୍ଟତା ପାଇଁ ଆମର ଦୃଢ଼ ପ୍ରତିବଦ୍ଧତାକୁ ପୁନଃପ୍ରତିଷ୍ଠା କରୁଛି। ସମଗ୍ର ପ୍ଲାଣ୍ଟରେ ସୁରକ୍ଷାର ସଂସ୍କୃତିକୁ ପ୍ରୋତ୍ସାହିତ କରିବା ପାଇଁ ଆମେ ଡିଜିଟାଲାଇଜେସନ୍, ଅଟୋମେସନ୍, କ୍ୟାମେରା ମାଧ୍ୟମରେ ଉନ୍ନତ ନୀରିକ୍ଷଣ, ସୁରକ୍ଷା ବାଡ଼, ପ୍ରତିକାରମୂଳକ ରକ୍ଷଣାବେକ୍ଷଣ ପ୍ରଣାଳୀ ଏବଂ ଆଚରଣଗତ ପରିବର୍ତ୍ତନ କାର୍ଯ୍ୟକ୍ରମ ସମେତ ଅନେକ ପଦକ୍ଷେପ ହାତକୁ ନେଇଛୁ।”


Share It

Comments are closed.