ଟାଟା ଷ୍ଟିଲ୍ ପକ୍ଷରୁ ଏହାର ବିବିଧତା ଓ ଅର୍ନ୍ତଭୁକ୍ତୀକରଣ ଅଭିଯାନ ‘ମୋଜାଇକ୍‌’ର ଏକ ଦଶଦ୍ଧି ପାଳନ

Share It

ଭୁବନେଶ୍ୱର, ୨୭/୦୬/୨୦୨୫: ଟାଟା ଷ୍ଟିଲ୍ ପକ୍ଷରୁ ୨୦୧୫ରେ ଶୁଭାରମ୍ଭ କରାଯାଇଥିବା ଏହାର ବିବିଧତା ଏବଂ ଅନ୍ତର୍ଭୁକ୍ତୀକରଣ ଅଭିଯାନ ‘ମୋଜାଇକ୍‌’ (ଏମ୍‌ଓଏସ୍‌ଏଆଇସି)ର ଏକ ଦଶନ୍ଧି ପାଳନ କରାଯାଇଛି। ଚଳିତ ବର୍ଷ କମ୍ପାନି ପ୍ରାଇଡ୍ ବା ଗର୍ବ ମାସ ଭାବେ ଏହାକୁ ପାଳନ କରୁଛି, ଯାହା ଏକ ଅଧିକ ଅନ୍ତର୍ଭୁକ୍ତୀକରଣ ଶ୍ରମଶକ୍ତି ଗଠନ ପାଇଁ ଏହାର ନିରନ୍ତର ପ୍ରତିବଦ୍ଧତାକୁ ଦର୍ଶାଉଛି।
ମୋଜାଇକ୍‌ର ୫ଟି ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ ହେଉଛି ନିଯୁକ୍ତି, ସଚେତନତା, ପ୍ରତିଭା ଓ ବିକାଶ, ଭିତ୍ତିଭୂମି ଏବଂ ଉତ୍ସବ ପାଳନ। ଏହା ବିବିଧ ଗୋଷ୍ଠୀ ଯଥା ମହିଳା, ଦିବ୍ୟାଙ୍ଗ, ଏଲ୍‌ଜିବିଟିକ୍ୟୁ+ ଓ ଆଫିର୍ମେଟିଭ୍ ଆକ୍ସନ୍ ଗ୍ରୁପର ବିଶେଷ ଆବଶ୍ୟକତା ପୂରଣ କରୁଛି।

ଟାଟା ଷ୍ଟିଲ୍‌ର ଚିଫ୍ ପିପୁଲ୍ ଅଫିସର ଆତ୍ରାୟୀ ସାନ୍ୟାଲ୍ କହିଛନ୍ତି ଯେ, “ଦୀର୍ଘ ଏକ ଦଶନ୍ଧି ଧରି ଲୋକ କୈନ୍ଦ୍ରୀକ ମାନବ ସମ୍ବଳ ନୀତି ଆଧାରରେ ଟାଟା ଷ୍ଟିଲ୍ ଅଗ୍ରଣୀ ରହିଛି, ଯାହା ସମୟ ସହିତ ବଦଳିଥିବା ବେଳେ କେବଳ ପ୍ରାସଙ୍ଗିକ ରହିନାହିଁ, ବରଂ ଉଦ୍ଦେଶ୍ୟ ଆଧାରିତ ହୋଇରହିଛି। ଆମର ପ୍ରତିବଦ୍ଧତା ହେଉଛି ସର୍ବଦା ଏକ ଅଧିକ ସମାନତା ଓ ଅନ୍ତର୍ଭୁକ୍ତିକାରଣ କର୍ମକ୍ଷେତ୍ରକୁ ସୁଦୃଢ଼ କରିବା ଓ କମ୍ପାନୀ ପ୍ରତି ଯୋଗଦାନ ପାଇଁ ସେମାନଙ୍କୁ ସମ୍ମାନ ଜଣାଇବା। ଆମ ଆଭିମୁଖ୍ୟର ମୂଳରେ ରହିଛି ବିବିଧତାକୁ ନେଇ ଏକ ଗଭୀର ବିଶ୍ୱାସ ଏବଂ ଏକ ବ୍ୟବସ୍ଥା ସୃଷ୍ଟି କରିବା, ଯେଉଁଠାରେ ସମସ୍ତେ ସଫଳ ହେବେ ଓ ନିଜର ଶ୍ରେଷ୍ଠତା ପ୍ରତିପାଦନ କରିପାରିବେ। ଚଳିତ ବର୍ଷ ଆମେ ମୋଜାଇକ୍‌ର ୧୦ମ ବାର୍ଷିକୀ ପାଳନ କରୁଛୁ । ଆମର ଏହି ବିବିଧତା ଓ ଅନ୍ତର୍ଭୁକ୍ତୀକରଣ ଯାତ୍ରା ୨୦୧୫ରୁ ଆରମ୍ଭ ହୋଇଥିଲା। ତାହାକୁ ଆମେ ସ୍ପଷ୍ଟତା, ବିଶ୍ୱାସ ଏବଂ ପ୍ରତିବଦ୍ଧତା ସହ ପାଳନ କରିଛୁ।

ଶୁଭାରମ୍ଭ ହେବା ପରଠାରୁ ମୋଜାଇକ୍ ଅଧୀନରେ ଟାଟା ଷ୍ଟିଲ୍‌ରେ ଅନେକ ରୂପାନ୍ତରୀତ ଅର୍ନ୍ତଭୁକ୍ତୀକରଣ ଉଦ୍ୟମ ଗ୍ରହଣ କରାଯାଇଛି। ସେଗୁଡ଼ିକ ହେଉଛି ୨୦୧୭ର ମେଟେଲ୍ ସ୍କଲାରସିପ୍‌, ୨୦୧୯ର ଓମେନ୍ ଆଟ୍ ମାଇନ୍‌ସ, କ୍ୟୁରିଅସ୍ ଯାହା ଏଲ୍‌ଜିବିଟିକ୍ୟୁ+ ଛାତ୍ରଛାତ୍ରୀଙ୍କ ପାଇଁ ଏକ କେସ୍ ଷ୍ଟଡି ପ୍ରତିଯୋଗିତା ଏବଂ ୨୦୨୧ରେ ଖଣିରେ ଏଚ୍‌ଇଏମ୍‌ଏମ୍ ଅପରେଟର ଭାବେ କିନ୍ନରଙ୍କ ସମନ୍ୱୟ । ୨୦୨୩ରେ କମ୍ପାନି ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନଙ୍କ ପାଇଁ ଅନନ୍ତ କ୍ୱେଷ୍ଟ ଶୁଭାରମ୍ଭ କରିଥିଲା ଏବଂ ପ୍ରଥମ ବ୍ୟାଚ୍‌ର ସମ୍ପୂର୍ଣ୍ଣ ମହିଳା ଅଗ୍ନିଶମ ଫାୟାର ଫାଇଟର ଟ୍ରେନି ବ୍ୟାଚ୍‌ଙ୍କୁ ସାମିଲ କରାଯାଇଥିଲା। ନିକଟରେ ୨୦୨୪ରେ ଟାଟା ଷ୍ଟିଲ୍ ପକ୍ଷରୁ ନୁଆମୁଣ୍ଡିରେ ସମ୍ପୂର୍ଣ୍ଣ ମହିଳା ସିଫ୍ଟ ଶୁଭାରମ୍ଭ କରାଯାଇଥିଲା। ଏହି ଅଭିଯାନଗୁଡ଼ିକ କର୍ମକ୍ଷେତ୍ରରେ ଚିରାଚରିତ ଭ୍ରାନ୍ତ ଧାରଣାକୁ ଦୂର କରିବାରେ ସହାୟକ ହୋଇଛି, ଯେଉଁଠାରେ ଦୈନନ୍ଦିନ ଅଭ୍ୟାସରେ ଅନ୍ତର୍ଭୁକ୍ତୀକରଣକୁ ସାମିଲ କରାଯାଇଛି। ସେଠାରେ ପ୍ରତିଟି ଲୋକ ସଫଳ, ଯୋଗଦାନକାରୀ ଏବଂ ବିନା ପ୍ରତିବନ୍ଧକରେ ଆଗକୁ ବଢ଼ିପାରୁଛନ୍ତି।

୨୦୨୮ ସୁଦ୍ଧା ସମଗ୍ର ଗ୍ରୁପ ଏହାର ଶ୍ରମଶକ୍ତିରେ ୨୦% ବିବିଧତା ହାସଲ କରିବାକୁ ଟାଟା ଷ୍ଟିଲ୍ ଲକ୍ଷ୍ୟ ରଖିଛି। ଟାଟା ଷ୍ଟିଲ୍ ପାଇଁ ବିବିଧତା ହାସଲ କରିବା, ନୀତି କାର୍ଯ୍ୟକାରୀ କରିବାଠାରୁ ଅଧିକ। ଏହା ପାରମ୍ପରିକ ଭାବେ ପୁରୁଷ ପ୍ରଧାନ କ୍ଷେତ୍ରରେ ନିୟମକୁ ପୁନଃ ନିର୍ଦ୍ଧାରିତ କରିବାକୁ ଚାହୁଁଛି। ଟାଟା ଷ୍ଟିଲ୍‌ର ପ୍ରଗତିଶୀଳ ଏଚ୍‌ଆର୍ ନୀତି ଏଲ୍‌ଜିବିଟିକ୍ୟୁ+ ସହଯୋଗୀଙ୍କୁ ସମାନ ଲାଭ ପ୍ରଦାନ କରୁଥିବା ବେଳେ ଲିଙ୍ଗ ବିଭେଦ ବିନା ଅଭିଭାବକ ଛୁଟି, ଲିଙ୍ଗଗତ ରୂପାନ୍ତରଣ ପାଇଁ ସହାୟତା ଓ ଅର୍ନ୍ତଭୁକ୍ତୀକରଣ ସ୍ଥାନ ବଦଳାଇବା ଏବଂ ଭ୍ରମଣ ଲାଭ ପ୍ରଦାନ କରୁଛି।

୨୦୨୩ରେ ୱାର୍ଲଡ୍ ଇକୋନମିକ୍ ଫୋରମ୍ ପକ୍ଷରୁ ଟାଟା ଷ୍ଟିଲ୍‌କୁ ଗ୍ଲୋବାଲ୍ ଡାଇଭର୍ସିଟି, ଇକ୍ୱିଟି ଆଣ୍ଡ୍ ଇନ୍‌କ୍ଲୁଜ୍ (ଡିଇଆଇ) ଭାବେ ନାମିତ କରାଯାଇଥିଲା। ଗ୍ଲୋବାଲ ଲିଷ୍ଟରେ ୮ଟି କମ୍ପାନି ରହିଥିବା ବେଳେ ଏକମାତ୍ର ଭାରତୀୟ କମ୍ପାନି ଭାବେ ଟାଟା ଷ୍ଟିଲ ସ୍ଥାନ ପାଇଥିଲା। ୨୦୨୪ରେ କମ୍ପାନିକୁ ଏହାର ଲିଙ୍ଗ, ଦିବ୍ୟାଙ୍ଗ ଓ ଲିଙ୍ଗଗତ ପସନ୍ଦ କ୍ଷେତ୍ରରେ ଅନ୍ତର୍ଭୁକ୍ତୀକରଣ କାର୍ଯ୍ୟକ୍ରମ ପାଇଁ ଇଣ୍ଡିଆ ୱାର୍କପ୍ଲସ୍ ଇକ୍ୱାଲିଟି ଇଣ୍ଡେକ୍ସ (ଆଇଡବ୍ଲୁଇଆଇ) ପକ୍ଷରୁ ଲଗାତାର ଚତୁର୍ଥ ବର୍ଷ ପାଇଁ ଗୋଲ୍ଡ ଏମ୍ପ୍ଲୟର ଭାବେ ମାନ୍ୟତା ପ୍ରଦାନ କରାଯାଇଥିଲା।


Share It

Comments are closed.