ଫେରୋକ୍ରୋମ୍ ସ୍ଲାଗ ଚିପ୍ ବ୍ୟବହାର କରି ରାସ୍ତା ନିର୍ମାଣ କଲା ଟାଟା ଷ୍ଟିଲ

ଭୁବନେଶ୍ୱର, ୦୧/୦୭: ସର୍କୁଲାର ଅର୍ଥନୀତି ଓ ଦୀର୍ଘସ୍ଥାୟୀ ଶିଳ୍ପ ଅଭ୍ୟାସ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ଅବଦାନ ସ୍ୱରୂପ ଟାଟା ଷ୍ଟିଲର ଫେରୋ ଆଲୟଜ ଓ ମିନେରାଲ ଡିଭିଜନ (ଏଫଏଏମଡି) ପକ୍ଷରୁ ଗଞ୍ଜାମ ଜିଲ୍ଲାର ଗୋପାଳପୁରରେ ଥିବା ଫେରୋ ଆଲୟଜ କାରଖାନା (ଏଫଏପି)ରେ ଦେଢ କିଲୋମିଟର ଆଭ୍ୟନ୍ତରୀଣ ସଡ଼କ ନିର୍ମାଣ କରିବାରେ ଫେରୋକ୍ରୋମ ସ୍ଲାଗ ଚିପ ବ୍ୟବହାର କରାଯାଇଛି। ଫେରୋକ୍ରୋମ ଆଲୟ ଉତ୍ପାଦନ ବେଳେ ଉତ୍ପନ୍ନ ହେଉଥିବା ଏକ ଉପ ଉତ୍ପାଦ ହେଉଛି ଫେରୋକ୍ରୋମ ସ୍ଲାଗ ଚିପ। ଏହି ଅଭିନବ ଅଭିଯାନ କଠିନ ବର୍ଜ୍ୟବସ୍ତୁର ସ୍ଥାୟୀ ପରିଚାଳନାକୁ ସୁନିଶ୍ଚିତ କରୁଥିବା ବେଳେ କମ୍ପାନିର ପରିବେଶ ଫୁଟପ୍ରିଂଟକୁ ଉଲ୍ଲେଖନୀୟ ଭାବେ ହ୍ରାସ କରିଛି। ୬ ରୁ ୨୦ ମିଲିମିଟରର ପ୍ରାୟ ୩୫ ଶହ ଟନ୍ ସ୍ଲାଗ ଏଗ୍ରିଗେଟ ନିର୍ମାଣ କାର୍ଯ୍ୟରେ ବ୍ୟବହାର କରାଯାଇଛି। ଫଳରେ ପ୍ରାକୃତିକ ପଥର ଖଣ୍ଡ (ଏଗ୍ରିଗେଟ) ବ୍ୟବହାର କମ୍ ହୋଇଥିବା ବେଳେ ଖନନ ଆବଶ୍ୟକତା ହ୍ରାସ ପାଇଛି। ସଡ଼କ ନିର୍ମାଣ ବ୍ୟତୀତ ଏଫଏଏମଡି ପକ୍ଷରୁ ଏହାର ଗୋପାଳପୁର ଓ ଆଠଗଡ଼ ଏଫଏପି କାରଖାନାରେ ସ୍ଲାଗ୍ ବେଡ୍ ଓ ସ୍ଲାଗ ପ୍ୟାନ ଡ୍ରେସିଂ ପ୍ରକ୍ରିୟା ପାଇଁ ନଦୀ ବାଲି ବଦଳରେ ଫେରୋକ୍ରମ୍ ସ୍ଲାଗ ଫାଇନ୍ସର ଆଂଶିକ ବ୍ୟବହାର ଆରମ୍ଭ କରାଯାଇଛି। ଫଳରେ ମାସିକ ନଦୀ ବାଲି ଉପଯୋଗିତା ଏଫଏପି ଗୋପାଳପୁରରେ ୩୫% ହ୍ରାସ ପାଇଥିବା ବେଳେ ଆଠଗଡ଼ ଏଫଏପିରେ ୧୦% କମ୍ ହୋଇଛି। ଏହି ଅବସରରେ ଏଫଏଏମଡିର ଏକଜିକ୍ୟୁଟିଭ ଇନଚାର୍ଜ ପଙ୍କଜ ସତିଜା କହିଛନ୍ତି ଯେ, “ସଂଶାଧନର ଉଚିତ୍ ପରିଚାଳନା ସୁନିଶ୍ଚିତ କରିବା ଲାଗି ଶିଳ୍ପ ଜଗତ ଏହାର ପରିଚାଳନା କ୍ଷେତ୍ରଗୁଡ଼ିକରେ ସର୍କୁଲାରିଟିର ପ୍ରସାର କରିବା ଲାଗି ଅଭିନବ ଉପାୟ ଅବଲମ୍ବନ କରୁଛନ୍ତି। ଫେରୋକ୍ରୋମ ସ୍ଲାଗର ପୁନଃ ବ୍ୟବହାର, ବାଲି ଆବଶ୍ୟକତା ପାଇଁ ନଦୀ ଉପରେ ପଡ଼ୁଥିବା ଚାପକୁ କମ୍ କରିବ ଏବଂ ଉପ ଉତ୍ପାଦଗୁଡ଼ିକୁ ଅନ୍ୟାନ୍ୟ ଅଭିନବ ସମାଧାନ ଭାବେ ବ୍ୟବହାର କରିବାର ବାଟ ସନ୍ଧାନ କରିବାକୁ ଆମକୁ ଅନୁପ୍ରାଣିତ କରିବ, ଯାହା ଏମିତିରେ ଅବ୍ୟବହୃତ ଜମିରୁ ଉତ୍ପାଦନ କରାଯାଉଥିଲା। ଏଥିଯୋଗୁ ଜମି କ୍ଷୟ ଓ ସବୁଜିମା ନଷ୍ଟ ହେଉଥିଲା। ଏଭଳି ସମାଧାନ କାର୍ଯ୍ୟକାରୀ କରିଥିବାରୁ ମୋ ଟିମକୁ ମୁଁ ଧନ୍ୟବାଦ ଜଣାଉଛି।“ ପାରମ୍ପରିକ ଭାବେ ଫେରୋଆଲୟଜ ଉତ୍ପାଦନ ବେଳେ ନଦୀ ବାଲିକୁ ସୋଡିୟମ ସିଲିକେଟ ଭଳି ବନ୍ଧକ ଉପାଦାନରେ ମିଶାଇ କାଷ୍ଟ ଆଇରନ ପାଇଁ ଏକ ଆଧାର ଏବଂ ତରଳ ଧାତବ ଓ ସ୍ଲାଗ ପରିଚାଳନା ବେଳେ କାଷ୍ଟିଂ ପରିଚାଳନା ସମୟରେ ଏକ ପାର୍ଟିଂ ଏଜେଂଟ ଭାବେ ବ୍ୟବହାର କରାଯାଉଥିଲା। ଏହି କାର୍ଯ୍ୟ ପାଇଁ ମିଳିତ ଭାବେ ପ୍ରତି ମାସ ପ୍ରାୟ ୧ ହଜାର ମେଟ୍ରିକ ଟନ୍ ନଦୀ ବାଲି ଆବଶ୍ୟକ ହେଉଥିଲା। ସ୍ଲାଗ ଫାଇନ୍ସର ବ୍ୟବହାର କେବଳ ପ୍ରାକୃତିକ ନଦୀ ବାଲି ଉପରେ ଚାପ କମ କରିନାହିଁ, ବରଂ ସ୍ଲାଗ ପରିଚାଳନା ସହିତ ଜଡ଼ିତ ଜମି ଅବକ୍ଷୟ ବିପଦ ମଧ୍ୟ କମ୍ କରିଛି। ଏହି ସ୍ଥାୟୀ ଆଭିମୁଖ୍ୟ ସମ୍ବଳ ସଂରକ୍ଷଣ, ପରିବେଶ ପ୍ରତି ଉତ୍ତରଦାୟିତ୍ୱ ଓ ପରିଚାଳନା ଦକ୍ଷତା ପ୍ରତି ଟାଟା ଷ୍ଟିଲର ନିରନ୍ତର ପ୍ରତିବଦ୍ଧତାକୁ ପ୍ରଦର୍ଶିତ କରୁଛି। ଏଭଳି ସର୍କୁଲାର ଅର୍ଥନୀତି ଅଭିଯାନ ଜରିଆରେ କମ୍ପାନି ଏକ ଦାୟିତ୍ୱବାନ ଶିଳ୍ପ ଅଭିବୃଦ୍ଧି ଏବଂ ଫେରୋଆଲୟ କ୍ଷେତ୍ରରେ ଏକ ସବୁଜ ବିକଳ୍ପ ପାଇଁ ପଥ ପ୍ରଦର୍ଶନ କରୁଛି।

Share It


Share It

Comments are closed.