ଟାଟା ଷ୍ଟିଲ୍ ପକ୍ଷରୁ ଓଡ଼ିଶାର ଏକାଧିକ କାର୍ଯ୍ୟକ୍ଷେତ୍ରରେ ଭାରତରତ୍ନ ଜେଆରଡି ଟାଟାଙ୍କ ୧୨୧ତମ ଜୟନ୍ତୀ ପାଳିତ

ଭୁବନେଶ୍ୱର, ୨୯/୦୭/୨୦୨୫: ଟାଟା ଷ୍ଟିଲ୍ ପକ୍ଷରୁ ଓଡ଼ିଶାର ବିଭିନ୍ନ କାର୍ଯ୍ୟକ୍ଷେତ୍ରରେ ଭାରତ ରତ୍ନ ଜେ.ଆର.ଡି ଟାଟାଙ୍କ ୧୨୧ ତମ ଜୟନ୍ତୀ ପାଳିତ ହୋଇଯାଇଛି। କମ୍ପାନିର କର୍ମଚାରୀ, ପରିବାରବର୍ଗ ଏବଂ ସହଯୋଗୀ ସଂସ୍ଥା ଏକତ୍ର ଭାବେ ଏହି ମହାନ ବ୍ୟକ୍ତିତ୍ୱଙ୍କ ଅବଦାନକୁ ସ୍ମରଣ କରିଥିଲେ। ଯାହାଙ୍କ ମୂଲ୍ୟବୋଧ ଟାଟା ଷ୍ଟିଲର ଉତ୍କୃଷ୍ଟତା, ସଚ୍ଚୋଟତା ଏବଂ ସ୍ଥାୟିତ୍ୱ ପ୍ରତି ପ୍ରତିବଦ୍ଧତାକୁ ରୂପ ଦେଇଥିଲା। କମ୍ପାନିର ଭୁବନେଶ୍ୱର କାର୍ଯ୍ୟାଳୟଠାରେ ଚିଫ୍ ରେସିଡେଂଟ ଏକଜିକ୍ୟୁଟିଭ ଅଫିସ, ଟାଟା ଷ୍ଟିଲ ଟେକ୍ନିକାଲ ସର୍ଭିସେସ ଲିମିଟେଡ, ଟାଟା ଷ୍ଟିଲ ବିଜନେସ ଡେଲିଭରୀ ସେଣ୍ଟର ଓ ନାଭାଲ ଟାଟା ହକି ହାଇପରଫର୍ମାନ୍ସ ସେଂଟର (ଏଚପସି) ପକ୍ଷରୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ଏଚପିସି ଦ୍ୱାରା ଜୁଲାଇ ୨୪ରୁ ୨୯ ପର୍ଯ୍ୟନ୍ତ ଦ୍ୱିତୀୟ ଜେଆରଡି ଟାଟା ଆମନ୍ତ୍ରଣିୟ ହକି ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଥିଲା, ଯେଉଁଥିରେ ୧୨ ପ୍ରତିଯୋଗୀ ଦଳ ଭାଗ ନେଇଥିଲେ। ଟାଟା ଷ୍ଟିଲ୍ କଳିଙ୍ଗନଗର (ଟିଏସକେ)ରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ବରିଷ୍ଠ ସଦସ୍ୟ ଓ ଅନ୍ୟ କର୍ମଚାରୀମାନେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଏହି ଅବସରରେ ଓଡ଼ିଶା ରକ୍ତ କେନ୍ଦ୍ର ସହଯୋଗିତାରେ ରକ୍ତଦାନ ଶିବିର, ଟାଉନସିପରେ ୱାକାଥନ୍‌, ଅନାଥାଶ୍ରମ ପରିଦର୍ଶନ ଏବଂ ସ୍ଥାନୀୟ ବିଦ୍ୟାଳୟଗୁଡିକରେ ଖେଳ ସାମଗ୍ରୀ ଏବଂ ଛତା ବିତରଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହା ବ୍ୟତୀତ ବୃକ୍ଷରୋପଣ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା। କଳିଙ୍ଗନଗର ଓ ବ୍ରାହ୍ମଣୀପାଲରେ ଆୟୋଜିତ ରକ୍ତଦାନ ଶିବିରରେ ଯଥାକ୍ରମେ ୩୧୭ ଓ ୪୧ ୟୁନିଟ ରକ୍ତ ସଂଗୃହିତ ହୋଇଥିଲା। ସେହିପରି ନୀଳାଚଳ ଇସ୍ପାତ ନିଗମ ଲିମିଟେଡ୍ (ଏନଆଇଏନଏଲ) ଏବଂ ବ୍ରାହ୍ମଣୀପାଲର ଫେରୋ ଏଲୟଜ କାରଖାନା ପକ୍ଷରୁ ମଧ୍ୟ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ଏନଆଇଏନଏଲରେ କର୍ମଚାରୀମାନଙ୍କ ପିଲାମାନେ ଜେଆରଡି ଟାଟାଙ୍କ ଜୀବନୀ ଉପରେ ଆୟୋଜିତ ଏକ କୁଇଜ ପ୍ରତିଯୋଗିତାରେ ଭାଗ ନେଇଥିଲେ। ଟାଟା ଷ୍ଟିଲ୍ ମେରାମଣ୍ଡଳୀ (ଟିଏସଏମ)ରେ ଅପରେସନ୍ସ ଭାଇସ ପ୍ରେସିଡେଣ୍ଟ ଶ୍ରୀ ଉତ୍ତମ ସିଂ ଓ ବିଭାଗୀୟ ମୁଖ୍ୟମାନେ ଫୁଲମାଳ ଅର୍ପଣ କରି ଶ୍ରଦ୍ଧାସୁମନ ଜ୍ଞାପନ କରିଥିଲେ। ଟିଏସଏମ ଟାଉନସିପରେ କର୍ମଚାରୀ ଏବଂ ପରିବାରବର୍ଗଙ୍କ ପାଇଁ କ୍ରୀଡ଼ା ପ୍ରତିଯୋଗିତା, କୁଇଜ ଏବଂ ମନୋରଞ୍ଜନ କ୍ରୀଡ଼ା ଆୟୋଜିତ ହୋଇଥିଲା। ଟାଟା ଷ୍ଟିଲ ଯୋଡ଼ାର ଜେସିଓ କମ୍ପେ୍ଲକ୍ସ, ଯୋଡ଼ା ଇଷ୍ଟ ଆଇରନ ମାଇନ, ଖଣ୍ଡବନ୍ଧ ଖଣି, ମ୍ୟାଙ୍ଗାନିଜ୍ ଖଣି, କଳମାଙ୍ଗ, ଗନ୍ଧଲପଡା, ବିଛାକୁଣ୍ଡି, ନୀଳାଚଳ କାର୍ଯ୍ୟାଳୟ, ଯୋଡ଼ା ଫେରୋ ଆଲୟଜ କାରଖାନା ଏବଂ ବିଲେଇପଡା ସ୍ପଞ୍ଜ କାରଖାନାରେ ମଧ୍ୟ ଏହି ଦିବସ ପାଳନ କରାଯାଇଥିଲା। ଏହି ଅବସରରେ ୱାକାଥନ୍‌, ବୃକ୍ଷରୋପଣ ଏବଂ କୁଇଜ ପ୍ରତିଯୋଗିତା ଆଦି ଆୟୋଜିତ ହୋଇଥିଲା। ଫେରୋ ଆଲୟଜ ଏବଂ ମିନେରାଲ୍ସ ଡିଭିଜନ୍ (ଏଫଏଏମଡି) ପକ୍ଷରୁ ଭୁବନେଶ୍ୱର ମୁଖ୍ୟ କାର୍ଯ୍ୟାଳୟ ସହିତ ଓଡ଼ିଶାର ଅନ୍ୟାନ୍ୟ କାର୍ଯ୍ୟକ୍ଷେତ୍ରରେ ମଧ୍ୟ ଜେଆରଡି ଟାଟାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ଗୋପାଳପୁରରେ ଟାଟା ଷ୍ଟିଲ୍ ସ୍ପେସିଆଲ୍ ଇକୋନୋମିକ୍ ଜୋନ୍ (ଟିଏସଏସଇଜେଡ)ର କର୍ମଚାରୀମାନେ ଅଧିକାରୀ, ସହକର୍ମୀଙ୍କ ସହ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। କୁଇଜ ପ୍ରତିଯୋଗିତା ଆୟୋଜନ କରି ଏହି ଅବସରକୁ ସ୍ମରଣୀୟ କରାଯାଇଥିଲା। ବାଲେଶ୍ୱରର ସୁବର୍ଣରେଖା ପୋର୍ଟ ପ୍ରାଇଭେଟ୍ ଲିମିଟେଡ୍ (ଏସପିପିଏଲ)ର ଟିମ୍ ଭୁବନେଶ୍ୱର ଓ ବାଲେଶ୍ୱରରେ ଏହି ଦୂରଦର୍ଶୀ ଲିଡରଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଏହି ଶ୍ରଦ୍ଧାଞ୍ଜଳି, ଦାୟିତ୍ୱ, ନବସୃଜନ ଓ ଉତ୍କର୍ଷର ଏକ ପରମ୍ପରା ଗଠନ କରିଥିବା ଜେଆରଡି ଟାଟାଙ୍କ ଆଦର୍ଶ ପ୍ରତି ଟାଟା ଷ୍ଟିଲର ଅତୁଟ ପ୍ରତିବଦ୍ଧତାକୁ ଦର୍ଶାଉଛି।

Share It


Share It

Comments are closed.