ଟାଟା ଷ୍ଟିଲ ଓ ନୀଳାଚଳ ଇସ୍ପାତ ନିଗମ ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ କମ୍ପାନୀ ଏବଂ ଆଖପାଖ ଗ୍ରାମର ୮୦୦ରୁ ଅଧିକ ମହିଳା ସାମିଲ
ଟାଟା ଷ୍ଟିଲ, ଟାଟା ଷ୍ଟିଲ ଫାଉଣ୍ଡେସନ, ନୀଳାଚଳ ଇସ୍ପାତ ନିଗମ ଲିମିଟେଡ (ଏନଆଇଏନଏଲ) ପକ୍ଷରୁ ଆନ୍ତର୍ଜାତିକ ମହିଳା ଦିବସ ପାଳିତ ହୋଇଯାଇଛି। ଏଥିରେ ଆଖପାଖ ଗ୍ରାମର ମହିଳା କର୍ମଚାରୀ ଓ ମହିଳାଙ୍କ ପାଇଁ ବିଭିନ୍ନ କାର୍ଯ୍ୟକ୍ରମମାନ ଅନୁଷ୍ଟିତ ହୋଇଥିଲା । ଶନିବାର ଦିନ ଟାଟା ଷ୍ଟିଲ ଫାଉଣ୍ଡେସନ ପକ୍ଷରୁ ଦାନଗଦି ସ୍ଥିତ ମଲ୍ଟି ସ୍କିଲ୍ ସେଣ୍ଟରରେ ଏକ ମେଗା ଇଭେଣ୍ଟ ଆୟୋଜିତ ହୋଇଯାଇଛି । ଯେଉଁଥିରେ ଦାନଗଦୀ ଓ ସୁକିନ୍ଦା ବ୍ଲକର ୨୪ଟି ପଞ୍ଚାୟତର ୩୫୦ରୁ ଅଧିକ ମହିଳା ଅଂଶଗ୍ରହଣ କରିଥିଲେ। ମୁଖ୍ୟ ଅତିଥି ଭାବେ ଜଟଣୀ କ୍ୟାମ୍ପସସ୍ଥିତ ଜାଭିଅର ବିଶ୍ୱବିଦ୍ୟାଳୟର ସ୍କୁଲ ଅଫ୍ ହ୍ୟୁମାନିଟିଜ୍ ଆଣ୍ଡ ସେଟଲମେଣ୍ଟର ଡିନ୍, କାଜରୀ ମିଶ୍ର, ବିଡିଓ, ଦାନଗଦୀ ବ୍ଲକ, ପ୍ରଦୀପ ସେଠୀ, ସୁକିନ୍ଦା ବ୍ଲକ ଉପାଧ୍ୟକ୍ଷା ଭାଗ୍ୟଲକ୍ଷ୍ମୀ ରାଉତ, ଜିଲ୍ଲା ପରିଷଦ ସଭ୍ୟ ଟିନା ହାଇବ୍ରୁ, ଜିଲ୍ଲା ପରିଷଦ ସଭ୍ୟ ସ୍ମୃତିରେଖା ରାଉତ, ମୁଖ୍ୟ ସିଏସ୍ଆର୍ ଅମ୍ବିକା ପ୍ରସାଦ ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ ଯୋଗଦେଇଥିବା ବେଳେ ନ୍ୟୁଜ୍ ୭ର ସମ୍ବାଦିକା ଜ୍ୟୋତିସ୍ମିତା ନାୟକ ଓ ଟାଟା ଷ୍ଟିଲ୍ ଫାଉଣ୍ଡେସନର ସିଏସ୍ଆର୍ ଓଡ଼ିଶାର ମୁଖ୍ୟ ଡ. ଅମ୍ବିକା ପ୍ରସାଦ ନନ୍ଦ ପ୍ରମୁଖ ଯୋଗ ଦେଇଥିଲେ।
ଏହି କାର୍ଯ୍ୟକ୍ରମ ଚିନ୍ତାଧାରା ଏବଂ ଅନୁଭୂତିର ଏକ ଗତିଶୀଳ ଆଦାନପ୍ରଦାନକୁ ସୁଗମ କରିଥିଲା, ମହିଳାମାନଙ୍କୁ ସେମାନଙ୍କର ସଫଳତା ପ୍ରଦର୍ଶନ କରିବା ଏବଂ ସେମାନଙ୍କ ସଫଳତାର କାହାଣୀ ପ୍ରକାଶ କରିବାପାଇଁ ଏକ ପ୍ଲାଟଫର୍ମ ପ୍ରଦାନ କରିଥିଲା। ଟାଟା ଷ୍ଟିଲ ଫାଉଣ୍ଡେସନର ‘ଦିଶା’ ପ୍ରୋଜେକ୍ଟର ଅଂଶଗ୍ରହଣକାରୀମାନେ ମଧ୍ୟ ସେମାନଙ୍କର ଅନୁଭୂତି ଉପସ୍ଥାପନ କରିଥିଲେ। ଏହି ଅବସରରେ ଆୟୋଜିତ ପ୍ରତିଯୋଗିତାରେ ୨୪ଟି ପଞ୍ଚାୟତର ମହିଳାଙ୍କ ଏବଂ କମ୍ୟୁନିଟିର ୬୦ ଜଣ ମହିଳାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସେହିପରି ଟାଟା ଷ୍ଟିଲ ଫାଉଣ୍ଡେସନ, ବ୍ରାହ୍ମଣୀପାଳ ପକ୍ଷରୁ ଦେଉଳକଣ ଖଣ୍ଡୁରାଇ କମ୍ୟୁନିଟି ହଲରେ ଆୟୋଜିତ କାର୍ଯ୍ୟକ୍ରମରେ ୫ଟି ପଞ୍ଚାୟତର ପ୍ରାୟ ୧୦୦ ଜଣ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟା, ଯାଜପୁର ଟମକା ଥାନା ଅଧିକାରୀପ୍ରମୋଦିନୀ ସାହୁ, କିଆଝର ଗ୍ରାମ ପଞ୍ଚାୟତ ସରପଞ୍ଚ ରାଜଲକ୍ଷ୍ମୀ ମହାପାତ୍ର ଓ ରସୋଲ ଗ୍ରାମ ପଞ୍ଚାୟତର ସରପଞ୍ଚ ବାସନ୍ତୀ ମୁର୍ମୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।
ସମାନ୍ତରାଳ ଉତ୍ସବରେ ଟାଟା ଷ୍ଟିଲ କଳିଙ୍ଗନଗରର ଇଞ୍ଜିନିୟରିଂ ଆଣ୍ଡ ପ୍ରୋଜେକ୍ଟ ଟିମ୍ ପ୍ଲାଣ୍ଟ ପରିସରରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ କର୍ମଚାରୀ ଓ ଠିକା କର୍ମଚାରୀଙ୍କ ସମେତ ୩୦୦ରୁ ଅଧିକ ମହିଳାମାନେ ଯୋଗ ଦେଇ ନିଜ ନିଜ ଅଭିଜ୍ଞତା ବିଷୟରେ କହିଥିଲେ ସାଂସ୍କୃତିକ ପରିବେଷଣ କରିଥିଲେ।
ଟାଟା ଷ୍ଟିଲ କଳିଙ୍ଗନଗରର କଣ୍ଟ୍ରାକ୍ଟ ସେଲ୍ (ଅପରେସନ୍ ଆଣ୍ଡ ମେଣ୍ଟେନାନ୍ସ) ପକ୍ଷରୁ ପ୍ଲାଣ୍ଟ ପରିସରରେ ରିକ୍ରିଏସନ୍ ସେଣ୍ଟରରେ ମଧ୍ୟ ଅନୁରୂପ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ୩୫୦ରୁ ଅଧିକ ଚୁକ୍ତିଭିତ୍ତିକ ମହିଳା କର୍ମଚାରୀ ଅଂଶଗ୍ରହଣ କରି ନିଜର ଅନୁଭୂତି ବଖାଣିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।
ଏହି ଅବସରରେ ଏନଆଇଏନଏଲ୍ ଟାଉନସିପ୍ ର କମ୍ୟୁନିଟି ହଲ୍ ରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପାଳନ ୭୦ରୁ ଅଧିକ ମହିଳା ଅଂଶଗ୍ରହଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଟାଟା ମେଟାଲିକ୍ସର ନେତୃତ୍ୱ ପ୍ରଶିକ୍ଷକ ତଥା ଏଚ୍ଆରଏମର ପୂର୍ବତନ ଉପାଧ୍ୟକ୍ଷ ରତ୍ନା ସିହ୍ନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏନ୍ ଆଇଏନ୍ଏଲ୍ ର ଏମଡି ତଥା ସିଇଓ ସୁଧୀର ମେହେଟ୍ଟା ଏବଂ ଏନ୍ ଆଇଏନ୍ଏଲ୍ ର ଅନ୍ୟ ବରିଷ୍ଠ ନେତୃତ୍ୱମାନେ ଯୋଗ ଦେଇଥିଲେ। ଟାଟା ଷ୍ଟିଲର ପକ୍ଷରୁ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ମହିଳାସଶକ୍ତୀକରଣ ଏବଂ ଏହାର ପରିଚାଳନା କ୍ଷେତ୍ରରେ ଲିଙ୍ଗଗତ ସମାନତାକୁ ପ୍ରୋତ୍ସାହିତ କରିବା ପାଇଁ କମ୍ପାନୀର ପ୍ରତିବଦ୍ଧତାକୁ ଦର୍ଶାଉଛି ।
Comments are closed.