ଟାଟା ଷ୍ଟିଲର ୨୦୨୫-୨୬ ଆର୍ଥିକ ବର୍ଷର ତୃତୀୟ ତ୍ରୈମାସିକରେ ୬.୩୪ ନିୟୁତ ଅଶୋଧିତ ଇସ୍ପାତ ଉତ୍ପାଦନ
ଭୁବନେଶ୍ୱର, ୦୮.୦୧.୨୦୨୬ : ଆର୍ଥିକ ବର୍ଷ ୨୦୨୫-୨୬ରେ ଟାଟା ଷ୍ଟିଲ୍ ପକ୍ଷରୁ ସର୍ବକାଳୀନ ଶ୍ରେଷ୍ଠ ତ୍ରୈମାସିକ ଉତ୍ପାଦନ ରେକର୍ଡ ୬.୩୪ ନିୟୁତ ଟନ ଅଶୋଧିତ ଇସ୍ପାତ ଉତ୍ପାଦନ ହାସଲ କରାଯାଇଛି। ଜାମସେଦପୁର ଓ କଳିଙ୍ଗନଗର କାରଖାନାରେ ଉତ୍ପାଦନ ବୃଦ୍ଧି ପାଇଁ ଉତ୍ପାଦନରେ ବାର୍ଷିକ ହାରରେ ୧୨ ପ୍ରତିଶତ ବୃଦ୍ଧି ଘଟିଛି। ୨୦୨୫-୨୬ ଆର୍ôଥକ ବର୍ଷର ପ୍ରଥମ ୯ ମାନସରେ ଉତ୍ପାଦନ ୬ ପ୍ରତିଶତ ବୃଦ୍ଧି ପାଇ ୧୭.୨ ନିୟୁତ ଟନ ହୋଇଛି।
ଉନ୍ନତ ଉତ୍ପାଦନ ଫଳରେ ଡେଲିଭରିରେ ମଧ୍ୟ ଏହି ମାସ ସର୍ବକାଳୀନ ଶ୍ରେଷ୍ଠ ତ୍ରୈମାସିକ ସାବ୍ୟସ୍ତ ହୋଇଛି। ପ୍ରଥମ ଥର ପାଇଁ ଟାଟା ଷ୍ଟିଲ ଭାରତରେ ୬ ନିୟୁତ ଟନ ମାଇଲଖୁଂଟ ଅତିକ୍ରମ କରିଛି।
ଭାରତରେ ଡେଲିଭରି ତ୍ରୈମାସିକରେ ୯ ପ୍ରତିଶତ ଓ ବାର୍ଷିକ ୧୪ ପ୍ରତିଶତ ବଢ଼ିଛି। ପ୍ରଥମ ୯ ମାସରେ ଡେଲିଭରି ୬ ପ୍ରତିଶତ ବଢ଼ି ୧୬.୩ ନିୟୁତ ଟନ ହୋଇଛି।
କମ୍ପାନିର ଅଟୋମୋଟିଭ୍ ଓ ସ୍ପେସିଆଲ ଉତ୍ପାଦ ବର୍ଗ ୦.୯ ନିୟୁତ ଟନର ଶ୍ରେଷ୍ଠ ପରିମାଣ ହାସଲ କରିଛି। କଳିଙ୍ଗନଗରରୁ ହାଇ-ଟେନସିଲ ଗ୍ରେଡ ଓ ଜାମସେଦପୁରର କମ୍ବି-ମିଲର ସ୍ପେସିଆଲିଟି ଷ୍ଟିଲକୁ ଓଇଏମମାନଙ୍କ ଅନୁମୋଦନ ତୃତୀୟ ତ୍ରୈମାସିକ ପରିମାଣ ୨୦ ପ୍ରତିଶତ ବଢ଼ିଛି। ୯ ମାସରେ ଏହି ବର୍ଗ ୫ ପ୍ରତିଶତ ବୃଦ୍ଧି ହାସଲ କରିଛି। ବ୍ରାଣ୍ଡେଡ ଉତ୍ପାଦ ଓ ରିଟେଲ ବର୍ଗ ପ୍ରଥମ ଥର ପାଇଁ ୨ ନିୟୁତ ଟନ ସ୍ତର ଅତିକ୍ରମ କରିଛି। ଟାଟା ଟିସକନ, ଟାଟା ଆଷ୍ଟ୍ରୁମ ଓ ଟାଟା ଷ୍ଟିଲିୟମ ଭଳି ବ୍ରାଣ୍ଡର ଉନ୍ନତ ପ୍ରଦର୍ଶନ ପ୍ରଭାବରେ ତୃତୀୟ ତ୍ରୈମାସିକରେ ଏହି ପରିମାଣ ୧୨ ପ୍ରତିଶତ ବଢ଼ିଛି।
ଇଞ୍ଜିନିୟରିଂ କ୍ଷେତ୍ରର ପ୍ରଦର୍ଶନ ଆଧାରରେ ଶିଳ୍ପ ଉତ୍ପାଦେ ଓ ପ୍ରକଳ୍ପ ବର୍ଗର ପରିମାଣ ୧.୯ ନିୟୁତ ଟନ ହୋଇଛି। ତୈଳ ଓ ଗ୍ୟାସ ଓ ଜାହାଜ ନିର୍ମାଣ କ୍ଷେତ୍ର ପାଇଁ ଇଞ୍ଜିନିୟରିଂ ୯ ମାସରେ ଶ୍ରେଷ୍ଠ ପ୍ରଦର୍ଶନ କରିଛି।
ଏହି ତ୍ରୈମାସିକରେ କମ୍ପାନି ମୂଲ୍ୟଯୁକ୍ତ ଅଭିବୃଦ୍ଧି ଓ ଆନୁଷଂଗିକ ପୋର୍ଟଫୋଲିଓ ଆଗକୁ ବଢ଼ିଛି। ଟ୍ୟୁବ ଓ ଟିନପ୍ଲେଟ ଆନୁଷଂଗିକ କ୍ଷେତ୍ର ଦୁଇ ଅଙ୍କ ବିଶିଷ୍ଟ ଅଭିବୃଦ୍ଧି ହାସଲ କରିଛି। ଇ-କମର୍ସ ପ୍ଲାଟଫର୍ମ ଟାଟା ଷ୍ଟିଲ ଆସିୟାନା ଓ ଡିଗଇସିଏରୁ ପରିମାଣ ୬୮ ପ୍ରତିଶତ ବଢ଼ି ୨୩୮୦ କୋଟି ଟଙ୍କା ହୋଇଛି।
ଟାଟା ଷ୍ଟିଲ ନେଦରଲ୍ୟାଣ୍ଡରେ ତରଳ ଇସ୍ପାତ ଉତ୍ପାଦନ ଏହି ତ୍ରୈମାସିକରେ ୧.୬୮ ନିୟୁତ ଟନ ଓ ଡେଲିଭରି ୧.୪୦ ନିୟୁତ ଟନ ରହିଛି। ଟାଟା ଷ୍ଟିଲ ୟୁକେର ଡେଲିଭରି ୦.୫୨ ନିୟୁତ ଟନ ରହିଛି। ଏହି ତ୍ରୈମାସିକରେ ଟାଟା ଷ୍ଟିଲ ଥାଇଲ୍ୟାଣ୍ଡର ଇସ୍ପାତ ଉତ୍ପାଦନ ୦.୩୧ ନିୟୁତ ଟନ ଓ ଡେଲିଭରି ୦.୨୯ ନିୟୁତ ଟନ ରହିଛି। ଘରୋଇ ରିବାର ବିକ୍ରି ୫ ପ୍ରତିଶତ ବଢ଼ିଛି।
Comments are closed.