ଟାଟା ପାୱାର ୨୦୨୫ ଆର୍ଥିକ ବର୍ଷରେ ୨୦,୦୦୦ କୋଟି ଟଙ୍କାର ପୁଞ୍ଜି ନିବେଶ କରିବ: ଅଧ୍ୟକ୍ଷ ଏନ୍ ଚନ୍ଦ୍ରଶେଖରନ


ଭୁବନେଶ୍ୱର: ଭାରତର ଅନ୍ୟତମ ଅଗ୍ରଣୀ ସମନ୍ୱିତ ଶକ୍ତି କମ୍ପାନି ଟାଟା ପାୱାର ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଅଂଶୀଦାରମାନଙ୍କ ୧୦୫ତମ ବାର୍ଷିକ ସାଧାରଣ ବୈଠକ (ଏଜିଏମ୍‌) ଆୟୋଜନ କରିଛି । ଟାଟା ପାୱାରର ଅଧ୍ୟକ୍ଷ ନଟରାଜନ ଚନ୍ଦ୍ରଶେଖରନ ଅଂଶୀଦାରମାନଙ୍କୁ ଦେଇଥିବା ଅଭିଭାଷଣରେ କହିଛନ୍ତି ଯେ କଂପାନିର ସୁଦୃଢ଼ ଆର୍ଥିକ ଓ ପରିଚାଳନାଗତ ପ୍ରଦର୍ଶନ, ନିରନ୍ତର ଅଭିବୃଦ୍ଧି, ଆର୍ଥିକ ସଚେତନତା ଏବଂ ପ୍ରକଳ୍ପ କାର୍ଯ୍ୟକାରିତା ଉତ୍କର୍ଷତା ଦିଗରେ ଏହାର ପ୍ରତିବଦ୍ଧତାର ସଙ୍କେତ ।

ଟାଟା ପାୱାରର ଅଧ୍ୟକ୍ଷ ଶ୍ରୀ ଏନ୍ ଚନ୍ଦ୍ରଶେଖରନ କହିଛନ୍ତି ଯେ, ‘ଟାଟା ପାୱାର ୨୦୨୫ ଆର୍ôଥକ ବର୍ଷରେ ୨୦,୦୦୦ କୋଟି ଟଙ୍କାର ପୁଞ୍ଜି ନିବେଶ କରିବାକୁ ଯୋଜନା ରଖିଛି । ଏହା ଆର୍ôଥକ ବର୍ଷ ୨୦୨୩-୨୪ରେ ନିବେଶ କରାଯାଇଥିବା ୧୨,୦୦୦ କୋଟି ଟଙ୍କା ଠାରୁ ଅଧିକ । ଏହାର ଏକ ବଡ଼ ଅଂଶ କଂପାନିର ଅକ୍ଷୟ ଶକ୍ତି ପୋର୍ଟଫୋଲିଓକୁ ତ୍ୱରାନ୍ୱିତ କରିବା ଏବଂ ସଂଚରଣ ଏବଂ ବିତରଣ ବ୍ୟବସାୟରେ ସନ୍ତୁଳନ ରକ୍ଷା କରିବାରେ ଖର୍ଚ୍ଚ ହେବ । ସରକାରଙ୍କ ନୀତି ଅନୁଯାୟୀ ଏହି ସୁଯୋଗ ସୃଷ୍ଟି ହେଲେ ସରକାର ଅନ୍ୟ ରାଜ୍ୟରେ ନୂତନ ବିତରଣ ସମ୍ପ୍ରସାରଣ ସୁଯୋଗ ବ୍ୟତୀତ ଆବଶ୍ୟକ ଅନୁମତି ଦେବା ପରେ କମ୍ପାନି କ୍ଷୁଦ୍ର ମଡ୍ୟୁଲାର ଆଣବିକ ରିଆକ୍ଟରରେ ଅଂଶଗ୍ରହଣ କରିବାକୁ ସୁଯୋଗର ଅନୁସନ୍ଧାନ କରିବ ।’’

କମ୍ପାନି ବିଶେଷ କରି ବାଣିଜ୍ୟିକ ଏବଂ ଶିଳ୍ପ ଉପଭୋକ୍ତାଙ୍କୁ ୨୪ ଘଣ୍ଟିଆ ଅକ୍ଷୟ ଶକ୍ତି ଯୋଗାଇବା ଉପରେ ଧ୍ୟାନ ଦେବା ସହିତ ଭାରତର ସବୁଜ ଶକ୍ତି ପରିବର୍ତ୍ତନର ନେତୃତ୍ୱ ନେବା ପାଇଁ ଭଲ ସ୍ଥିତିରେ ଅଛି । ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ଯୋଜନା ଯୋଗୁଁ ବଜାର ଅଂଶ ବୃଦ୍ଧି ଲକ୍ଷ୍ୟ ରଖି ରୁଫ୍‌ଟପ୍ ସୌରଶକ୍ତିରେ ଅଭିବୃଦ୍ଧି ଘଟିଛି । ବର୍ତ୍ତମାନର ୧୨.୫ ନିୟୁତ ଉପଭୋକ୍ତାଙ୍କ ଠାରୁ ବିତରଣ ବ୍ୟବସାୟ ସମ୍ପ୍ରସାରଣ ମାଧ୍ୟମରେ ୫୦ ନିୟୁତ ଉପଭୋକ୍ତାଙ୍କ ନିକଟରେ ପହଂଚିବାକୁ ଲକ୍ଷ୍ୟ ରଖାଯାଇଛି ।

କମ୍ପାନିର ସମନ୍ୱିତ ରାଜସ୍ୱ ୧୦% ବୃଦ୍ଧି ପାଇ ୬୧,୫୪୨ କୋଟି ଟଙ୍କାରେ ପହଞ୍ଚିଛି । ଟିକସ ପରବର୍ତୀ ଲାଭ (ପିଏଟି) ୧୨% ବୃଦ୍ଧି ପାଇ ୪,୨୮୦ କୋଟି ଟଙ୍କାରେ ପହଞ୍ଚିଛି । କଂପାନି ଏହାର ବାଲାନ୍ସ ସିଟକୁ ସୁଦୃଢ଼ କରିବା ପାଇଁ ପ୍ରୟାସ ଜାରି ରଖିଛି ଏବଂ ଏହାର ଅଭିବୃଦ୍ଧି ଯୋଜନାକୁ ପାଣ୍ଠି ଯୋଗାଇବା ପରେ ମଧ୍ୟ ଇକ୍ୱିଟି ୧ରୁ କମ୍ ନିଟ୍ ଋଣ ବଜାୟ ରଖିଛି । ଉଭୟ ଆଗରୁ କାର୍ଯ୍ୟକ୍ଷମ ଥିବା ଏବଂ ଏବେ ଚାଲୁ ରହିଥିବା ପ୍ରକଳ୍ପରୁ ବର୍ତ୍ତମାନର ୯ ଗିଗାୱାଟରୁ ୫ ବର୍ଷ ମଧ୍ୟରେ ୧୫ ଗିଗାୱାଟ ସ୍ୱଚ୍ଛ ଶକ୍ତି ପୋର୍ଟଫୋଲିଓ ପାଇଁ ଲକ୍ଷ୍ୟ ରଖାଯାଇଛି । ତାମିଲନାଡୁରେ ନୂତନ ୪.୩ ଗିଗାୱାଟ ସୌର ସେଲ୍ ଏବଂ ମଡ୍ୟୁଲ୍ ଉତ୍ପାଦନ କାରଖାନା ସ୍ଥାପନ କରାଯିବ । ୫୩୦ରୁ ଅଧିକ ସହରରେ ୫,୫୦୦ ସାର୍ବଜନୀନ ଓ କ୍ୟାପ୍ଟିଭ୍ ଚାର୍ଜର ଏବଂ ୮୬,୦୦୦+ ହୋମ୍ ଚାର୍ଜର୍ ଲଗାଯାଇଛି । ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ଯୋଜନା ଅଧୀନରେ ‘ଘର ଘର ସୌର’ କାର୍ଯ୍ୟକ୍ରମ ମାଧ୍ୟମରେ ଘରକୁ ସୌରଶକ୍ତି ଯୋଗାଇବା ପାଇଁ କମ୍ପାନି ସମ୍ପୂର୍ଣ୍ଣ ପ୍ରସ୍ତୁତ । ବର୍ତ୍ତମାନ ସୁଦ୍ଧା ୨ ଗିଗାୱାଟରୁ ଅଧିକ ରୁଫ୍‌ଟପ୍ ସୌରଶକ୍ତି ପ୍ରକଳ୍ପ କାର୍ଯ୍ୟକାରୀ ହୋଇଛି ଏବଂ ୨,୮୦୦ କୋଟି ଟଙ୍କାର ବରାଦ ବୁକିଂ ରହିଛି ।

ଏହାର ପ୍ରଦର୍ଶନକୁ ଆଧାର କରି କଂପାନିର ନିର୍ଦ୍ଦେଶକ ମଣ୍ଡଳୀ ୧ ଟଙ୍କାର ଇକ୍ୱିଟି ସେୟାର ପିଛା ୨ ଟଙ୍କା ଲାଭାଂଶ ଦେବାକୁ ସୁପାରିସ କରିଛନ୍ତି ।


Share It

Comments are closed.