ଟାଟା ପାୱାର ନେତୃତ୍ୱାଧୀନ ଓଡ଼ିଶା ଡିସକମ୍ ଗୁଡ଼ିକ ପକ୍ଷରୁ ଗ୍ରାହକ ସେବାରେ ଉନ୍ନତି

Share It

ଭୁବନେଶ୍ୱର: ଟାଟା ପାୱାର ନେତୃତ୍ୱାଧୀନ ଓଡ଼ିଶାର ଡିସକମ ଗୁଡ଼ିକ ଯଥା ଟିପି ସେଂଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ (ଟିପିସିଓଡିଏଲ), ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏସଓଡିଏଲ), ଟିପି ନଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ (ଟିପିଏନଓଡିଏଲ) ଓ ଟିପି ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ (ଟିପିଡବ୍ଲୁଓଡିଏଲ) ଗ୍ରାହକ ଓ ଡିସକମ ମଧ୍ୟରେ ଥିବା ସମ୍ପର୍କରେ ବ୍ୟାପକ ଉନ୍ନତି ଆଣିଛନ୍ତି। ଡିଜିଟାଲ ପ୍ଲାଟଫର୍ମର ବ୍ୟାପକ ନେଟୱର୍କ, ଗ୍ରାହକ ସେବା କେନ୍ଦ୍ର, ଗ୍ରାମୀଣ ଯୋଗାଯୋଗ ଅଭିଯାନ ଏବଂ ଗୋଷ୍ଠୀ ପରିଚାଳିତ ମଡେଲ ଆଦି ବ୍ୟବସ୍ଥା ସହ ଏହି ଡିସକମଗୁଡ଼ିକ ବିଦ୍ୟୁତ ସେବାକୁ ସାରା ରାଜ୍ୟରେ ଥିବା ପ୍ରାୟ ୧୦ ଲକ୍ଷ ବିଦ୍ୟୁତ ଗ୍ରାହକଙ୍କ ନିକଟତର କରିବା ସହ ସ୍ୱଚ୍ଛ ଓ ଗ୍ରାହକ କୈନ୍ଦ୍ରିକ କରିପାରିଛନ୍ତି।
ବିଦ୍ୟୁତ ସେବାକୁ ଯେକୌଣସିି ସମୟରେ, ଯେକୌଣସିଠାରେ ଉପଲବ୍ଧ କରିବା ଲାଗି ଗତ ପାଂଚ ବର୍ଷ ମଧ୍ୟରେ ଡିସକମ ଗୁଡ଼ିକ ବହୁ ସଂଖ୍ୟକ ପ୍ରଯୁକ୍ତି ଆଧାରିତ ଗ୍ରାହକ ସମାଧାନ ଆରମ୍ଭ କରିଛନ୍ତି। ଗ୍ରାହକମାନେ ନୂଆ ବିଦ୍ୟୁତ ସଂଯୋଗ ହାସଲ କରିବା ଲାଗି ଅନଲାଇନ କିମ୍ବା କେବଳ ଏକ ମିସଡ କଲ ସେବା ଜରିଆରେ ଆବେଦନ କରିପାରୁଛନ୍ତି। ଯାହା ଫଳରେ କାର୍ଯ୍ୟାଳୟ ପରିଦର୍ଶନ ଓ କାଗଜପତ୍ର କାମ ଆବଶ୍ୟକତା ଦୂର ହୋଇପାରିଛି। ପେମେଂଟ, ସେବା ଅନୁରୋଧ, ବିଲିଂ ହିଷ୍ଟ୍ରି ଓ ବାସ୍ତବ ସମୟ ଅପଡେଟ ପାଇଁ ମାଇଁ ଟାଟା ପାୱାର ଆପ ଏକ ସିଙ୍ଗଲ ୱିଣ୍ଡୋ ପ୍ଲାଟଫର୍ମରେ ପରିଣତ ହୋଇପାରିଛି।
ଓଡ଼ିଶାର ଉଭୟ ଗ୍ରାମୀଣ ଓ ସହରାଚଂଳ ଗ୍ରାହକଙ୍କୁ ସହାୟତା ପ୍ରଦାନ କରିବା ଲାଗି ଟାଟା ପାୱାର ପକ୍ଷରୁ ପ୍ରତ୍ୟକ୍ଷ ଟଚ ପଏଂଟରେ ବ୍ୟାପକ ନିବେଶ କରାଯାଇଛି। ୬୦ ଟି ଗ୍ରାହକ ସେବା କେନ୍ଦ୍ର ସ୍ଥାପନ କରାଯାଇଥିବା ବେଳେ ବାସ୍ତବ ସମୟ ସହାୟତା ପାଇଁ ୨୪ ଘଂଟିଆ କଲ ସେଂଟର ରହିଛି। ଗ୍ରାହକମାନଙ୍କ ଅଭିଯୋଗକୁ ପାରଦର୍ଶୀ ଢଙ୍ଗରେ ସମାଧାନ କରିବା ଲାଗି ବିଭିନ୍ନ ସ୍ଥାନରେ ଶିବିର ଓ ଅଭିଯୋଗ ସମାଧାନ ମଂଚ ଆୟୋଜନ କରାଯାଉଛି। ଗ୍ରାହକମାନଙ୍କ ପାଇଁ ହ୍ୱାଟସଆପ ହେଲପଲାଇନ, ଇମେଲ, ମାଇଁ ଟାଟା ପାୱାର ଆପ ଓ ରାଜ୍ୟର ମୋ ବିଦ୍ୟୁତ ପୋର୍ଟାଲ ମଧ୍ୟ ରହିଛି। ବିଦ୍ୟୁତ ସରବରାହରେ ବିଭ୍ରାଟ ଓ ବାସ୍ତବ ସମୟ ବିଭ୍ରାଟ ସମ୍ପର୍କରେ ସୂଚନା ଦେବା ଲାଗି ମିସଡ କଲ ସେବାକୁ ମଧ୍ୟ ନୂତନ ଭାବେ ଆରମ୍ଭ କରାଯାଇଛି। ବିଦ୍ୟୁତ ଚୋରିର ସୂଚନା ଓ ସମାଧାନ ପାଇଁ ଏକ ଉତ୍ସର୍ଗୀକୃତ ନମ୍ବର ଜାରି କରାଯାଇଛି। ହ୍ୱାଟସଆପରେ ଇ-ବିଲ, ଡିଜିଟାଲ ପେମେଂଟରେ ରିହାତି ଜରିଆରେ, ଡିଜିଟାଲ ସେବା ଗ୍ରହଣୀୟତାର ପ୍ରସାର କରାଯାଉଛି ଯାହା ବିଦ୍ୟୁତ ବିଲ ପଇଠକୁ ସୁବିଧାଜନକ ଓ ସୁଲଭ କରିପାରିଛି।
ଗ୍ରାମାଚଂଳରେ ଦୂରଦୂରାନ୍ତ ପର୍ଯ୍ୟନ୍ତ ସଂଯୋଗକୁ ସୁଦୃଢ଼ କରିବା ପାଇଁ ୩୦୦୦ ଫ୍ୟୁଜ କଲ ସେଂଟର (ଏଫସିସି) ଓ ବିଦ୍ୟୁତ ସେବା କେନ୍ଦ୍ର (ଅନୁଭବ କେନ୍ଦ୍ର) ସ୍ଥାପନ କରାଯାଇଛି ଯାହା ୪୦ ବର୍ଗ କିଲୋମିଟର ଅଂଚଳରେ ସେବା ପ୍ରଦାନ କରୁଛନ୍ତି। ଏହି କେନ୍ଦ୍ରଗୁନିକ ୱାନ-ଷ୍ଟପ ସେବା ହବ ଭାବେ କାମ କରୁଛନ୍ତି ଯେଉଁଠାରେ ଗ୍ରାହକମାନେ ବିଲ ପଇଠ, ଅଭିଯୋଗ ଦାଖଲ ଏବଂ ନୂଆ

ସଂଯୋଗ ପାଇଁ ଆବେଦନ କରିପାରୁଛନ୍ତି। ଏଫସିସି ୨.୦ ମୋବାଇଲ ଆପ୍ଲିକେସନର ଶୁଭାରମ୍ଭ ଦ୍ୱାରା ପିକ ସମୟରେ ଶୀଘ୍ର ଅଭିଯୋଗ ସମାଧାନ, ବାସ୍ତବ ସମୟ କ୍ଷେତ୍ର ମୂତୟନ ଏବଂ ଏସଏମଏସ / କଲ ବ୍ୟାକ ସୁବିଧା ସକ୍ଷମ ହୋଇପାରିଛି ଯାହା ସେବା ଯୋଗାଣକୁ ଆହୁରି ଉନ୍ନତ କରିଛି।
ଡିଜିଟାଲ ପ୍ରଥମ ନବସୃଜନ ସହିତ ଦୃଢ଼ କ୍ଷେତ୍ର ଉପସ୍ଥିତି ଜରିଆରେ ଟାଟା ପାୱାର ଭାରତର ଅନ୍ୟତମ ଶ୍ରେଷ୍ଠ ଗ୍ରାହକ କେନ୍ଦ୍ରୀକ ବିଦ୍ୟୁତ ବଂଟନ ଫ୍ରେମୱର୍କ ଗଠନ କରିଛି। ମିସଡ କଲ ସେବାଠାରୁ ମୋବାଇଲ ଆପ ଏବଂ ଗ୍ରାହକ ସେବା କିଓସ୍କ ଠାରୁ ମହିଳାଙ୍କ ଦ୍ୱାରା ପରିଚାଳିତ ଆଉଟରିଚ ସହ ଓଡ଼ିଶାର ବିଦ୍ୟୁତ ବଂଟନ ବ୍ୟବସ୍ଥା ପୁର୍ନଗଠିତ ହୋଇପାରିଛି ଯାହା ରାଜ୍ୟର ଭରସାଯୋଗ୍ୟ, ଅନ୍ତର୍ଭୁକ୍ତୀକରଣ ଓ ସ୍ଥାୟିତ୍ୱ ପାଇଁ ରହିଥିବା ଅଭିଳାଷ ସହ ସମନ୍ୱିତ ହୋଇପାରିଛି।
ବିଦ୍ୟୁତ ଉପଯୋଗ ବଢ଼ୁଥିବା ବେଳେ ଟାଟା ପାୱାରର ଡିସକମଗୁଡ଼ିକ ଭବିଷ୍ୟତ ପାଇଁ ପ୍ରସ୍ତୁତ ଗ୍ରିଡ ଗଠନ କରିବା ଲାଗି ପ୍ରତିବଦ୍ଧ ରହିଥିବା ବେଳେ ନିଜ ପରିଚାଳନାରେ ଗ୍ରାହକ ସେବାକୁ କେନ୍ଦ୍ର ସ୍ଥଳରେ ରଖିଛନ୍ତି।


Share It

Comments are closed.