ଏଡିକନ ୨୦୨୬ ଅବସରରେ ଟାଟା ପାୱାର ନେତୃତ୍ୱାଧୀନ ଓଡ଼ିଶା ଡ଼ିସକମ ଗୁଡିକ ଜାତୀୟ ସ୍ତରରେ ସମ୍ମାନିତ

Share It

ଗ୍ରାମାଞ୍ଚଳରୁ ରାଜସ୍ୱ ଆଦାୟରେ ଉନ୍ନତି ପାଇଁ ଟିପିସିଓଡିଏଲ୍ କୁ ସ୍ୱର୍ଣ୍ଣ ଏବଂ ସ୍ମାର୍ଟ ମିଟର ଡାଟାର ସର୍ବୋତ୍ତମ ବ୍ୟବହାର ପାଇଁ ଟିପିଡବ୍ଲୁଓଡିଏଲ୍ କୁ ରୌପ୍ୟ ପଦକ

ନୂଆଦିଲ୍ଲୀ, ୨୧ ଜାନୁୟାରୀ, ୨୦୨୬: ଟାଟା ପାୱାର ନେତୃତ୍ୱାଧୀନ ଓଡ଼ିଶା ଡ଼ିସକମ ଗୁଡିକ ଦେଶର ଶ୍ରେଷ୍ଠ ପ୍ରଦର୍ଶନକାରୀ ବିଦ୍ୟୁତ ବିତରଣ ସଂସ୍ଥା ଭାବରେ ନିଜର ସ୍ଥାନ ବଜାୟ ରଖିଛନ୍ତି। ବିଦ୍ୟୁତ ବିତରଣ ଶିଳ୍ପ ସମ୍ମିଳନୀ ‘ଏଡିକନ: ୨୦୨୬’ ଅବସରରେ ଏହି କମ୍ପାନୀଗୁଡ଼ିକ ଜାତୀୟ ସ୍ତରରେ ସ୍ୱୀକୃତି ଲାଭ କରିଛନ୍ତି।

ଏହି ଜାତୀୟ ମଞ୍ଚରେ, ଗ୍ରାମାଞ୍ଚଳରେ ରାଜସ୍ୱ ଆଦାୟ କ୍ଷେତ୍ରରେ ଉଲ୍ଲେଖନୀୟ ଉନ୍ନତି ପାଇଁ ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିସିଓଡିଏଲ୍‌) କୁ ‘ସ୍ୱର୍ଣ୍ଣ ପଦକ’ ପ୍ରଦାନ କରାଯାଇଥିବାବେଳେ, ସ୍ମାର୍ଟ ମିଟର ଡାଟାର ସର୍ବୋତ୍ତମ ବ୍ୟବହାର ପାଇଁ ଟିପି ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିଡବ୍ଲୁଓଡିଏଲ୍‌) କୁ ‘ରୌପ୍ୟ ପଦକ’ରେ ସମ୍ମାନିତ କରାଯାଇଛି।

ନୂଆଦିଲ୍ଲୀରେ ଦୁଇଦିନ ବ୍ୟାପୀ ଯଥା ଜାନୁୟାରୀ ୨୧ ଓ ୨୨, ୨୦୨୬ ରେ ଆୟୋଜିତ ହେଉଥିବା ‘ଏଡିକନ ୨୦୨୬’ର ଉଦ୍‌ଘାଟନୀ ଅଧିବେଶନରେ ମାନ୍ୟବର କେନ୍ଦ୍ର ବିଦ୍ୟୁତ ମନ୍ତ୍ରୀ ଶ୍ରୀ ମନୋହର ଲାଲ ଖଟ୍ଟରଙ୍କ ଦ୍ୱାରା ଏହି ପୁରସ୍କାର ପ୍ରଦାନ କରାଯାଇଛି।

ଏହି ସମ୍ମାନ ଟାଟା ପାୱାର ନେତୃତ୍ୱାଧୀନ ଓଡ଼ିଶା ଡ଼ିସକମ ଗୁଡ଼ିକର ସୁଦୃଢ଼ ପ୍ରଦର୍ଶନ ଏବଂ ଏକ ଆର୍ôଥକ ଦୃଷ୍ଟିରୁ ସ୍ଥାୟୀ, ବୈଷୟିକ ଜ୍ଞାନକୌଶଳ ସମ୍ପନ୍ନ ଏବଂ ଉପଭୋକ୍ତା-କୈନ୍ଦ୍ରିକ ବିଦ୍ୟୁତ ବିତରଣ ବ୍ୟବସ୍ଥା ଗଠନ ଦିଗରେ ଚାଲିଥିବା ପରିବର୍ତ୍ତନର ଯାତ୍ରାକୁ ପୁନଃ ପ୍ରତିପାଦିତ କରିଛି।

ଟିପିସିଓଡିଏଲ୍‌କୁ ମିଳିଥିବା ଏହି ସ୍ୱୀକୃତି, ଉନ୍ନତ ପ୍ରକ୍ରିୟା, କ୍ଷେତ୍ର-ସ୍ତରୀୟ ତତ୍ପରତା ଏବଂ ଉପଭୋକ୍ତାଙ୍କ ସହ ନିରନ୍ତର ଯୋଗାଯୋଗ ମାଧ୍ୟମରେ ଗ୍ରାମାଞ୍ଚଳରେ ରାଜସ୍ୱ ଆଦାୟ ପ୍ରକ୍ରିୟାକୁ ସୁଦୃଢ଼ କରିବାରେ କମ୍ପାନୀର ସଫଳତାକୁ ଦର୍ଶାଉଛି।

ସେହିପରି ଟିପିଡବ୍ଲୁଓଡିଏଲ୍ କୁ ମିଳିଥିବା ଏହି ପୁରସ୍କାର, ପରିଚାଳନା ଦକ୍ଷତା, ବିଶ୍ୱସନୀୟତା ଏବଂ ଉପଭୋକ୍ତା ସେବାରେ ଉନ୍ନତି ଆଣିବା ପାଇଁ ସ୍ମାର୍ଟ ମିଟରିଂ ଏବଂ ସ୍ମାର୍ଟ ମିଟର ଡାଟାର ସଫଳ ପ୍ରୟୋଗ କ୍ଷେତ୍ରରେ କମ୍ପାନୀର ନବସୃଜନ ଓ ନେତୃତ୍ୱକୁ ପ୍ରତିଫଳିତ କରୁଛି।

ଏହି ସଫଳତା ସମ୍ପର୍କରେ ମତ ରଖି ଟାଟା ପାୱାରର ଚିଫ୍ ଓଡିଶା ଡିଷ୍ଟ୍ରିବ୍ୟୁସନ୍ ବିଜନେସ ଶ୍ରୀଯୁକ୍ତ ଗଜାନନ କାଲେ କହିଛନ୍ତି ଯେ, “ଏଡିକନ ୨୦୨୬ରେ ଜାତୀୟ ସ୍ତରର ସ୍ୱୀକୃତି ପାଇ ଆମେ ଗର୍ବିତ। ଏହି ପୁରସ୍କାରଗୁଡ଼ିକ ଆମ କର୍ମଚାରୀଙ୍କ ନିଷ୍ଠା ଏବଂ ଓଡ଼ିଶାରେ ଏକ ଆଧୁନିକ, ଉପଭୋକ୍ତା-କୈନ୍ଦ୍ରିକ ଏବଂ ଆର୍ôଥକ ଦୃଷ୍ଟିରୁ ସ୍ଥାୟୀ ବିଦ୍ୟୁତ ବିତରଣ ବ୍ୟବସ୍ଥା ଗଠନ ପାଇଁ ଆମର ନିରନ୍ତର ପ୍ରୟାସର ପ୍ରତିଫଳନ ଅଟେ। ପ୍ରତ୍ୟେକ ଉପଭୋକ୍ତାଙ୍କ ପାଇଁ ଭରସାଯୋଗ୍ୟ ବିଦ୍ୟୁତ ଯୋଗାଣ ଏବଂ ଉନ୍ନତ ସେବା ଅନୁଭୂତି ନିଶ୍ଚିତ କରି ରାଜ୍ୟର ଅଭିବୃଦ୍ଧି ଆଶାକୁ ସମର୍ଥନ କରିବା ପାଇଁ ଆମେ ପ୍ରତିବଦ୍ଧ ରହିଛୁ।”

ଏହି ସ୍ୱୀକୃତି ଓଡ଼ିଶାର ସମସ୍ତ ଟାଟା ପାୱାର ନେତୃତ୍ୱାଧୀନ ଡିସକମ୍‌ଗୁଡ଼ିକୁ ଦେଶର ସର୍ବୋତ୍ତମ ସଂସ୍ଥା ଭାବରେ ପ୍ରତିଷ୍ଠିତ କରିବା ସହ ଏକ ଆଧୁନିକ ଏବଂ ସମ୍ବେଦନଶୀଳ ବିଦ୍ୟୁତ ବିତରଣ ପାଇଁ ନୂତନ ମାନଦଣ୍ଡ ସ୍ଥାପନ କରିଛି।

ଟାଟା ପାୱାର ନେତୃତ୍ୱାଧୀନ ଓଡ଼ିଶା ଡିସକମ୍‌ଗୁଡ଼ିକ ମଧ୍ୟରେ ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିସିଓଡିଏଲ୍‌), ଟିପି ନର୍ଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ (ଟିପିଏନ୍‌ଓଡିଏଲ୍‌), ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ (ଟିପିଏସ୍‌ଓଡିଏଲ୍‌) ଏବଂ ଟିପି ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିଡବ୍ଲୁଓଡିଏଲ୍‌) ଅନ୍ତର୍ଭୁକ୍ତ, ଯାହା ଓଡ଼ିଶାର ଏକ ବୃହତ ଉପଭୋକ୍ତା ସଂଖ୍ୟାକୁ ସେବା ପ୍ରଦାନ କରୁଛନ୍ତି। ଡିସକମ୍‌ଗୁଡ଼ିକ ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳରେ ଡିଜିଟାଲ୍ ପରିବର୍ତ୍ତନ, କ୍ଷତି ହ୍ରାସ, ସ୍ମାର୍ଟ ମିଟରିଂ ଏବଂ ଉନ୍ନତ ଉପଭୋକ୍ତା ସେବା ମାଧ୍ୟମରେ ବିଶ୍ୱସନୀୟ, ସୁଲଭ ଏବଂ ଗୁଣବତ୍ତା ସମ୍ପନ୍ନ ବିଦ୍ୟୁତ ଯୋଗାଣ ପାଇଁ ସଂକଳ୍ପବଦ୍ଧ।

ଏଡିକନ ୨୦୨୬ ଭାରତ ସରକାରଙ୍କ ବିଦ୍ୟୁତ ମନ୍ତ୍ରଣାଳୟର ତତ୍ତ୍ୱାବଧାନରେ ଏବଂ ଅଲ୍ ଇଣ୍ଡିଆ ଡିସକମ୍ ଆସୋସିଏସନ୍ (ଏଆଇଡିଏ) ର ସହଯୋଗରେ ଆୟୋଜିତ ହୋଇଛି। ଏହି ସମ୍ମିଳନୀରେ ଡିସକମ୍‌ଗୁଡ଼ିକର ଆର୍ôଥକ ସ୍ଥିରତା, ଉପଭୋକ୍ତା-କୈନ୍ଦ୍ରିକ ସଂସ୍କାର, ନବସୃଜନ, ଡିଜିଟାଲ୍ ରୂପାନ୍ତରଣ ଏବଂ ଭବିଷ୍ୟତ ପାଇଁ ପ୍ରସ୍ତୁତ ବିଦ୍ୟୁତ ବିତରଣ ବ୍ୟବସ୍ଥା ଭଳି ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଆଲୋଚନା କରାଯାଉଛି।


Share It

Comments are closed.