ଟାଟା ପାୱାର ନେତୃତ୍ୱାଧୀନ ଓଡ଼ିଶା ଡିସ୍କମଗୁଡ଼ିକ ପକ୍ଷରୁ ଅଟୋମେସନ୍ ଓ ପ୍ରଯୁକ୍ତି ସହ ବିଦ୍ୟୁତ୍ ବିତରଣ ନେଟ୍ୱର୍କର ସୁଦୃଢ଼ୀକରଣ
ଭୁବନେଶ୍ୱର: ଟାଟା ପାୱାର ନେତୃତ୍ୱାଧୀନ ଓଡ଼ିଶା ଡିସ୍କମ୍ଗୁଡ଼ିକ ଅଟୋମେସନ୍, ସ୍ମାର୍ଟ ଡିଭାଇସ୍ ଓ ଡିଜିଟାଲ୍ ଟୁଲ୍କୁ ସମନ୍ୱିତ କରି ବିଦ୍ୟୁତ ବିତରଣରେ ପ୍ରଯୁକ୍ତି ଆଧାରିତ ନବସୃଜନକୁ ଆଗକୁ ବଢ଼ାଉଛି। ଏହି ପଦକ୍ଷେପଗୁଡ଼ିକ ଦ୍ୱାରା ଦ୍ରୁତ ତ୍ରୁଟି ଚିହ୍ନଟ, ପ୍ରତିଷେକ୍ଷମୂଳକ ରକ୍ଷଣାବେକ୍ଷଣ ଓ ସାରା ରାଜ୍ୟରେ ପ୍ରାୟ ୧୦ ନିୟୁତ ଗ୍ରାହକମାନଙ୍କ ପାଇଁ ଅଧିକ ଭରସାଯୋଗ୍ୟ ବିଦ୍ୟୁତ୍ ଯୋଗାଣକୁ ସୁନିଶ୍ଚିତ କରିଛି।
ସବ୍ଷ୍ଟେସନ୍ ଓ ରିଙ୍ଗ ମେନ୍ ୟୁନିଟ୍ (ଆର୍ଏମ୍ୟୁ)ର ଅଟୋମେସନ୍ ଉପରେ ମୁଖ୍ୟତଃ ଧ୍ୟାନ ଦିଆଯାଇଛି ଯାହା ରିମୋଟ୍ ତ୍ରୁଟି ଚିହ୍ନଟ, ଆଇସୋଲେସନ୍ (ପୃଥକୀକରଣ), ବିଦ୍ୟୁତ୍ ଯୋଗାଣକୁ ଶୀଘ୍ର ସ୍ୱାଭାବିକ କରିବାକୁ ସକ୍ଷମ କରିଛି। ସହରାଂଚଳରେ ବିଦ୍ୟୁତ୍ ସରବରାହରେ ବିଭ୍ରାଟ ଉଲ୍ଲେଖନୀୟ ଭାବେ ହ୍ରାସ ପାଇଛି।ଫଲ୍ଟ ପାସେଜ୍ ଇଣ୍ଡିକେଟର, ଅଟୋ ରିକ୍ଲୋଜର୍ ଭଳି ଡିଭାଇସ୍ ରିକ୍ଲୋଜିଂ ଚକ୍ରକୁ ଶୀଘ୍ର ଓ ବିଳମ୍ବ ଜରିଆରେ ସାମୟିକ ତ୍ରୂଟିକୁ ସୁଧାରିବା ପାଇଁ ସ୍ୱୟଂକ୍ରିୟ ଭାବେ ସର୍କିଟ୍କୁ ଟ୍ରିପ୍ ଓ ରିକ୍ଳୋଜ୍ (ପୁନଃ ବନ୍ଦ କରିଥାଏ) କରୁଛି ଏବଂ ରିମୋଟ କଂଟ୍ରୋଲ୍ ବ୍ରେକର୍ ବିଭ୍ରାଟ ସମୟରେ ସେବାକୁ ଶୀଘ୍ର ସ୍ୱାଭାବିକ କରିବା କାର୍ଯ୍ୟକୁ ତ୍ୱରାନ୍ୱିତ କରୁଛି।
ଡିସ୍କମ୍ଗୁଡ଼ିକ ଅତ୍ୟାଧୁନିକ ନିରୀକ୍ଷଣ ଟୁଲ୍ ମଧ୍ୟ ମୂତୟନ କରୁଛନ୍ତି। ଡ୍ରୋନ୍ ଆଧାରିତ ନେଟ୍ୱର୍କ ଅଡିଟ୍, ଥର୍ମୋସ୍କାନିଂ ଓ ଅଲ୍ଟ୍ରାସ୍କାନିଂ କୌଣସି ସମସ୍ୟା ଦେଖା ଦେବା ପୂର୍ବରୁ ସେଥିରେ ରହିଥିବା ଦୁର୍ବଳ ସ୍ଥାନକୁ ଚିହ୍ନଟ କରିବାରେ ସହାୟକ ହେଉଛି, ଯାହା ଫଳରେ ତ୍ରୁଟିର ପ୍ରତ୍ୟକ୍ଷ ପ୍ରତିଷେଧକ ସକ୍ଷମ ହୋଇପାରିଛି। ଏହି ପ୍ରଯୁକ୍ତିଗୁଡ଼ିକ ପାରମ୍ପରିକ ଓ ପ୍ରତିକ୍ରିୟାତ୍ମକ ରକ୍ଷଣାବେକ୍ଷଣକୁ ପ୍ରତିଷେଧମୂଳକ ଓ ଡାଟା ପରିଚାଳିତ ମଡେଲ୍ରେ ରୂପାନ୍ତିତ କରିଛି।
ସମାନ୍ତରାଳ ଭାବେ ପ୍ରତିଷେଧମୂଳକ ଓ ଆକଳନୀୟ ରକ୍ଷଣାବେକ୍ଷଣ ପ୍ରାଥମିକତାରେ ପରିଣତ ହୋଇଛି। ଓଡ଼ିଶାର ଡିସ୍କମ୍ଗୁଡ଼ିକ ହଜାର ହଜାର କିଲୋମିଟରରେ ଡ୍ରୋନ୍ ସର୍ଭେ କରିବା, ହଟ୍ସ୍ପଟ୍ ଚିହ୍ନଟ କରିବା ପାଇଁ ଥର୍ମୋଭିଜନ କ୍ୟାମେରା ବ୍ୟବହାର କରିବା ଏବଂ ଟ୍ରାନ୍ସଫର୍ମର ସ୍ୱାସ୍ଥ୍ୟ ନିରୀକ୍ଷଣ କରିବା ଲାଗି ନିଦାନ ପରୀକ୍ଷଣ ଆଦି ଅତ୍ୟାଧୁନିକ ପ୍ରଯୁକ୍ତି ବ୍ୟବହାର କରୁଛନ୍ତି। ଏହି ପଦକ୍ଷେପଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ସଂପତିର ଜୀବନ କାଳ ବଢ଼ାଉଥିବା ବେଳେ ବିଭ୍ରାଟ କମ୍ କରୁଛି ଏବଂ ସାମଗ୍ରିକ ଭରସାଯୋଗ୍ୟତାରେ ଉନ୍ନତିି ଆଣୁଛି।
ସେହି ସମୟରେ ଡିସ୍କମ୍ଗୁଡ଼ିକ ଦୃଢ଼ ଖୁଂଟ, ନିବୁଜ କରାଯାଇଥିବା କଣ୍ଡକ୍ଟର, ସମ୍ବେଦନଶୀଳ ସହରାଚଂଳରେ ଭୂତଳ କେବୁଲ ବିଛାଇବା ଏବଂ ଦ୍ରୁତ ଗତିରେ ବିଦ୍ୟୁତ୍ ସେବା ସ୍ୱାଭାବିକ କରୁଥିବା ଅଟୋମେସନ ବ୍ୟବସ୍ଥା ସହ ଏକ ବାତ୍ୟା ସହନଶୀଳ ବଂଟନ ବ୍ୟବସ୍ଥା ମୂତୟନ କରିବା ଦିଗରେ କାର୍ଯ୍ୟ କରୁଛନ୍ତି। ନିୟମିତ କାଳବୈଶାଖୀ ଓ ବାତ୍ୟାକୁ ସାମ୍ନା କରୁଥିବା ଏକ ରାଜ୍ୟ ଭାବେ ଏଭଳି ସ୍ଥାୟୀ ନେଟୱର୍କ ଗୁରୁତ୍ୱପୂର୍ଣ୍ଣ ହୋଇଥିବା ବେଳେ ଚରମ ଜଳବାୟୁ ଘଟଣା ଭଳି ସ୍ଥିତିରେ ଯୋଗାଣ ବଜାୟ ରଖିବା ଏବଂ ଦ୍ରୁତ ସୁଧାର ସକ୍ଷମ କରୁଛି।
ମିଳିତ ଭାବେ ଏହି ଉନ୍ନତିକରଣଗୁଡ଼ିକ ଏକ ସୁରକ୍ଷିତ, ଅଧିକ ସ୍ଥାୟୀ ଓ ଭବିଷ୍ୟତ ପାଇଁ ପ୍ରସ୍ତୁତ ବିଦ୍ୟୁତ୍ ନେଟୱର୍କ ସକ୍ଷମ କରିଛି। ଅତ୍ୟାଧୁନିକ ଡିଜିଟାଲ୍ ସମାଧାନ ଗ୍ରହଣ କରି ଟାଟା ପାୱାର ନେତୃତ୍ୱାଧୀନ ଡିସ୍କମ୍ଗୁଡ଼ିକ ଭରସାଯୋଗ୍ୟତା, ସ୍ଥାୟିତ୍ୱ ଓ ପ୍ରଯୁକ୍ତି ଆଧାରିତ ବିଦ୍ୟୁତ୍ ବଂଟନରେ ନୂତନ ମାନଦଣ୍ଡ ଧାର୍ଯ୍ୟ କରୁଛନ୍ତି।
Comments are closed.