ଟାଟା ପାୱାର ନେତୃତ୍ୱାଧୀନ ଓଡିଶା ଡିସକମ୍ ଗୁଡିକ ପକ୍ଷରୁ କାର୍ଯ୍ୟକ୍ଷେତ୍ରକୁ ପ୍ରତ୍ୟାବର୍ତନ କରୁଥିବା ମହିଳାଙ୍କ ପାଇଁ ‘ନୂଆ ଆରମ୍ଭ’ ଅଭିଯାନ
ଭୁବନେଶ୍ୱର: କାର୍ପୋରେଟ୍ ଜଗତରେ ବିବିଧତା ଏବଂ ଅନ୍ତର୍ଭୁକ୍ତୀକରଣକୁ ପ୍ରୋତ୍ସାହିତ କରିବା ଦିଗରେ ଏକ ମହତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରି ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟାଟା ପାୱାର ନେତୃତ୍ୱାଧୀନ ଓଡ଼ିଶା ଡିସକମ ଗୁଡିକ ପକ୍ଷରୁ ‘ନୂଆ ଆରମ୍ଭ’ ଅଭିଯାନର ଶୁଭାରମ୍ଭ କରାଯାଇଛି। ଏହି କାର୍ଯ୍ୟକ୍ରମକୁ ବିଶେଷ ଭାବେ ସେହି ମହିଳାଙ୍କ ପାଇଁ ପ୍ରସ୍ତୁତ କରାଯାଇଛି ଯେଉଁମାନେ କ୍ୟାରିଅରରୁ ସାମାନ୍ୟ ଅବ୍ୟାହତି ନେଇଥିଲେ ଏବଂ ଏବେ କାର୍ଯ୍ୟକ୍ଷେତ୍ରରେ ପୁନର୍ବାର ପ୍ରବେଶ କରିବାକୁ ଚାହୁଁଛନ୍ତି। ଏହି ପଦକ୍ଷେପ କମ୍ପାନିର କାର୍ଯ୍ୟକ୍ଷେତ୍ରରେ ମହିଳାଙ୍କ ପାଇଁ ଏକ ସହାୟକ ଏବଂ ଅନ୍ତର୍ଭୁକ୍ତୀକରଣ ପରିବେଶ ସୃଷ୍ଟି କରିବା ପାଇଁ ରହିଥିବା ପ୍ରତିବଦ୍ଧତାର ଏକ ପ୍ରମାଣ।
ଆରମ୍ଭ ହେବା ପରଠୁ, ଏହି ପଦକ୍ଷେପକୁ ନେଇ ଅତ୍ୟଧିକ ଉତ୍ସାହ ଦେଖିବାକୁ ମିଳୁଛି। ବ୍ୟାପକ ସ୍କ୍ରିନିଂ ଓ ଚୟନ ପ୍ରକ୍ରିୟା ପରେ ସଂସ୍ଥାର ନିଯୁକ୍ତି ନୀତି ଅନୁଯାୟୀ ଓଡିଶାର ଚାରି ଡିସକମ୍ରେ କାର୍ଯ୍ୟକ୍ଷେତ୍ରରେ ଯୋଗଦେବା ପାଇଁ ଏକ ଉଲ୍ଲେଖନୀୟ ମହିଳା ପ୍ରାର୍ଥୀଙ୍କ ଦଳ ଚୟନ କରାଯାଇଛି। ଏହି ମହିଳାମାନେ ବର୍ତମାନ କାର୍ଯ୍ୟକ୍ଷେତ୍ରରେ ପୁନର୍ବାର ସମନ୍ୱିତ ହେବେ ଏବଂ ନିଜ ବୃତିଗତ ଯାତ୍ରା ଆଉ ଥରେ ଆରମ୍ଭ କରିବାର ସୁଯୋଗ ପାଇବେ।
୨୦୨୫ ମାର୍ଚ୍ଚ ୮ ତାରିଖ ଆନ୍ତର୍ଜାତୀୟ ମହିଳା ଦିବସରେ ଏହି ପଦକ୍ଷେପର ସମାପନ ଘଟିଥିଲା। ଏକ ବିଶେଷ କାର୍ଯ୍ୟକ୍ରମରେ ନିଯୁକ୍ତି ପାଇଥିବା ଏହି ପ୍ରାର୍ଥୀମାନଙ୍କୁ ସଫଳତାର ସହିତ କାର୍ଯ୍ୟକ୍ଷେତ୍ରରେ ସାମିଲ କରାଯାଇଥଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ସରକାରଙ୍କ ହାଉସିଂ ଓ ସହରାଚଂଳ ବିକାଶ ବିଭାଗ ଏବଂ ବାଣିଜ୍ୟ ଓ ପରିବହନ ବିଭାର ପ୍ରମୁଖ ସଚିବ ଆଇଏଏସ୍ ଶ୍ରୀମତୀ ଉଷା ପାଢ଼ୀ ଯୋଗ ଦେଇଥିଲେ। ଅନ୍ୟ ଅତିଥିମାନଙ୍କ ମଧ୍ୟରେ ଟିପି ଓଡିଶା ଡିସକମ୍ଗୁଡ଼ିକର ଅନେକ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।
କାର୍ଯ୍ୟକ୍ରମରେ ଶ୍ରୀମତୀ ଉଷା ପାଢ଼ୀ ମହିଳା କର୍ମଚାରୀଙ୍କ ପାଇଁ କାର୍ଯ୍ୟ ଏବଂ ଜୀବନ ମଧ୍ୟରେ ସନ୍ତୁଳନ ଅବଲମ୍ବନ କରିବାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ସେ କାର୍ଯ୍ୟରେ ଯୋଗ ଦେଇଥିବା ନୂଆ ପ୍ରାର୍ଥୀମାନଙ୍କୁ ଦ୍ୱିତୀୟ କ୍ୟାରିଅର୍ ଆରମ୍ଭ କରୁଥିବାରୁ ନିଜର ପ୍ରେରଣା ଏବଂ ଶୁଭେଚ୍ଛା ଜଣାଇଥିଲେ। ଶ୍ରୀମତୀ ପାଢ଼ୀ ଟିପି ଓଡିଶା ଡିସକମ୍ ଗୁଡ଼ିକୁ ଏଭଳି ଏକ ଅନନ୍ୟ ଏବଂ ପ୍ରଶଂସନୀୟ ପଦକ୍ଷେପ ଆରମ୍ଭ କରିଥିବାରୁ ପ୍ରଶଂସା କରିଥିଲେ ଯାହା ମହିଳାଙ୍କୁ ଏକ ବିରତି ପରେ ନିଜ ବୃତିଗତ ଯାତ୍ରା ପୁନଃ ଆରମ୍ଭ କରିବାର ସୁଯୋଗ ପ୍ରଦାନ କରିଛି।
ଏହି କାର୍ଯ୍ୟକ୍ରମ ବେଶ୍ ସଫଳ ଥିଲା। ଏହା ମହିଳାଙ୍କୁ ସଶକ୍ତ କରିବା ଏବଂ ଉଭୟ ପୁରୁଷ ଏବଂ ମହିଳାଙ୍କ ପାଇଁ ସମାନ କାର୍ଯ୍ୟକ୍ଷେତ୍ର ସୃଷ୍ଟି କରିବା ପାଇଁ କମ୍ପାନୀର ରହିଥିବା ପ୍ରତିବଦ୍ଧତାକୁ ପ୍ରଦର୍ଶନ କରିଥିଲା। ସମାରୋହରେ ଚୟନ କରାଯାଇଥିବା ପ୍ରାର୍ଥୀ ମାନଙ୍କୁ ଶ୍ରୀମତୀ ଉଷା ପାଢ଼ୀ଼ ସେମାନଙ୍କର ଯୋଗଦାନ କିଟ୍ ପ୍ରଦାନ କରିଥିଲେ। ସେମାନେ ଏକ ବିରତି ପରେ କାର୍ଯ୍ୟକ୍ଷେତ୍ରକୁ ଫେରିବାର ନିଜ ନିଜର ହୃଦୟସ୍ପର୍ଶୀ କାହାଣୀ ବାଂଟିିଥିଲେ।
‘ନୂଆ ଆରମ୍ଭ’ ଟାଟା ପାୱାର ନେତୃତ୍ୱାଧୀନ ଓଡିଶା ଡିସକମ ଗୁଡିକ ଦ୍ୱାରା ବିବିଧତା ଏବଂ ଅନ୍ତର୍ଭୁକ୍ତୀକରଣକୁ ପ୍ରୋତ୍ସାହିତ କରିବାର ଏକ ଉଦାହରଣ ଭାବରେ କାର୍ଯ୍ୟ କରୁଛି ଯାହା ମହିଳାମାନଙ୍କୁ କାର୍ଯ୍ୟସ୍ଥଳରେ ସଫଳ ହେବାର ସମାନ ସୁଯୋଗ ପ୍ରଦାନ କରୁଛି। ଏହି ପଦକ୍ଷେପ ଅନ୍ୟ ସଂସ୍ଥାଗୁଡିକୁ ମଧ୍ୟ ପ୍ରେରଣା ଦେବ ବୋଲି ଆଶା କରାଯାଉଛି ଯାହା ମହିଳାମାନଙ୍କୁ ସେମାନଙ୍କ ବୃତିଗତ ଜୀବନକୁ ପୁନର୍ବାର ଆରମ୍ଭ କରିବାରେ ସହାୟକ ହେବ।
ଗତ କିଛି ବର୍ଷ ଧରି ଓଡିଶାର ଶକ୍ତି କ୍ଷେତ୍ରରେ ପରିବର୍ତନ ଆଣିବାରେ ଟାଟା ପାୱାର ମୁଖ୍ୟ ଭୂମିକା ଗ୍ରହଣ କରିଛି ଯାହା ଏକ ଘରୋଇ ସରକାରୀ ସହଭାଗିତା ଅଧୀନରେ ଏହାର ସମସ୍ତ ଚାରି ଡିସକମ ଯଥା ଟିପି ସେଂଟ୍ରାଲ ଓଡିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍, ଟିପି ୱେଷ୍ଟର୍ଣ୍ଣ ଓଡିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍, ଟିପି ସଦର୍ନ ଓଡିଶା ଡିଷ୍ଟ୍ର୍ରିବ୍ୟୁସନ ଲିମିଟେଡ୍, ଏବଂ ଟିପି ନର୍ଦନ ଓଡିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ ଜରିଆରେ ବିଦ୍ୟୁତ୍ ବିତରଣ କାର୍ଯ୍ୟକୁ ପରିଚାଳନା କରୁଛି। ‘ନୂଆ ଆରମ୍ଭ’ ପଦକ୍ଷେପ ଟାଟା ପାୱାର ନେତୃତ୍ୱରେ ଓଡିଶା ଡିସକମ ଗୁଡିକ ଦ୍ୱାରା ମହିଳାମାନଙ୍କୁ ସଶକ୍ତ କରିବା ଏବଂ ସମସ୍ତ କର୍ମଚାରୀଙ୍କ ପାଇଁ ସମାନ ସୁଯୋଗ ସୃଷ୍ଟିକୁ ପ୍ରୋତ୍ସାହିତ କରିବାର ଏକ ଅଂଶ।
Comments are closed.