ଟାଟା ପାୱାର କମ୍ୟୁନିଟି ଡେଭେଲପ୍ମେଂଟ୍ ଟ୍ରଷ୍ଟ୍ ପକ୍ଷରୁ ଭୁବନେଶ୍ୱରରେ ନ୍ୟୁରୋଡାଇଭରସିଟି ସମର୍ଥନରେ ‘ତାନ୍ଭି ଦି ଗ୍ରେଟ୍’ର ସ୍ୱତନ୍ତ୍ର ପ୍ରଦର୍ଶନ ଆୟୋଜିତ
ଭୁବନେଶ୍ୱର: ଟାଟା ପାୱାର କମ୍ୟୁନିଟି ଡେଭେଲପ୍ମେଂଟ୍ ଟ୍ରଷ୍ଟ (ଟିପିସିଡିଟି) ପକ୍ଷରୁ ଅନୁପମ ଖେର୍ ଷ୍ଟୁଡିଓ ସହଯୋଗରେ ଭୁବନେଶ୍ୱରର ଭବାନୀ ମଲ୍ ସ୍ଥିତ ଆଇନକ୍ସ ସିନେମାରେ ତାନ୍ଭି ଦି ଗ୍ରେଟ୍ ସିନେମାର ସ୍ୱତନ୍ତ୍ର ପ୍ରଦର୍ଶନ ଆୟୋଜନ କରାଯାଇଥିଲା। ଟାଟା ପାୱାର୍ର ପ୍ରମୁଖ ଅଭିଯାନ ପେ’ ଅଟେନ୍ସନ୍ର ଅଂଶ ସ୍ୱରୂପ ଆୟୋଜିତ ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ଥିଲା ଅଟିଜିମ୍ରେ ପୀଡ଼ିତ ବ୍ୟକ୍ତି ଏବଂ ବ୍ୟାପକ ନ୍ୟୁରୋଡାଇଭରସିଟି ଗୋଷ୍ଠୀ ଭିତରେ ସଚେତନତା, ବୁଝାମଣା ଓ ଅନ୍ତର୍ଭୁକ୍ତୀକରଣକୁ ସୁଦୃଢ଼ କରିବା।
ଏହି ସ୍କ୍ରିନିଂ ଅବସରରେ ଟାଟା ପାୱାର୍ ଡିସ୍କମ୍ଗୁଡ଼ିକର ବରିଷ୍ଠ ଅଧିକାରୀ, ଟାଟା ପାୱାର କର୍ମଚାରୀ, ୨୯୫ ଜଣ ନ୍ୟୁରୋଡାଇଭରସିଟି ରେ ପୀଡ଼ିତ ଛାତ୍ରଛାତ୍ରୀ ଓ ଦିବ୍ୟାଙ୍ଗ, ସେମାନଙ୍କ ଯତ୍ନ ନେଉଥିବା ବ୍ୟକ୍ତି, ଅଭିଭାବକ, ସ୍ୱତନ୍ତ୍ର ଶିକ୍ଷାଦାତା, ଏନ୍ଜିଓ ଓ ସହଯୋଗୀଙ୍କ ଏନ୍ଜିଓ ସହଯୋଗୀ, ସରକାରୀ ଅଧିକାରୀ ଏବଂ ନ୍ୟୁରୋଡାଇଭରସିଟିର ଅନ୍ତର୍ଭୁକ୍ତୀକରଣକୁ ଆଗକୁ ବଢ଼ାଇବା ପାଇଁ ପ୍ରତିବଦ୍ଧ ଥିବା ମୋଟ ୪୪୦ ଜଣ ଅଂଶୀଦାର ଏକତ୍ରୀତ ହୋଇଥିଲେ।
ଏହି ସ୍କ୍ରିନିଂରେ ନ୍ୟୁରୋଡାଇଭରସିଟି ସମ୍ପ୍ରଦାୟଙ୍କୁ ସମର୍ଥନ ଦେବା ପାଇଁ ସମର୍ପିତ ଅନୁଷ୍ଠାନ ଓ ବ୍ୟକ୍ତିଙ୍କୁ ନେଇ ଗଠିତ ଏକ ବିସ୍ତୃତ ନେଟୱର୍କ ଏକତ୍ରିତ ହୋଇଥିଲେ। ଏଥିରେ ସେଣ୍ଟର ଫର ଅଟିଜମ ଥେରାପି, କାଉନସେଲିଂ ଆଣ୍ଡ ହେଲ୍ପ (କ୍ୟାଚ), ମ୍ୟାନେଜ ଅଟିଜମ ନାଓ (ଏମଏଏନ), ବ୍ରେଲ୍ ଲୁଇସ୍ ସ୍କୁଲ ଏବଂ ଲୟୋଲା ସ୍କୁଲର ଆଫର୍ମେଟିଭ୍ ଆକ୍ସନ୍ ପ୍ରୋଗ୍ରାମର ଛାତ୍ରଛାତ୍ରୀମାନେ, ସେମାନଙ୍କ ଯତ୍ନ ନେଉଥିବା ବ୍ୟକ୍ତି, ବିଶେଷ ଶିକ୍ଷକ ଏବଂ ସ୍ୱେଚ୍ଛାସେବୀମାନେ ଅଂଶଗ୍ରହଣ କରିଥିଲେ। ଅନେକ ଏନଜିଓ ସହଯୋଗୀ ଯଥା ୱି୪ୟୁ, ସାତ୍ତ୍ୱିକ ସୋଲ, ଏମଏଫୟୁ ଏମଏଆରଟି, ନାମ, ମହାଶକ୍ତି ଫାଉଣ୍ଡେସନ, ସ୍ନେହା, ଶ୍ରୀ ଜଗନ୍ନାଥ ହସ୍ପିଟାଲ, ଏବଂ ପ୍ୟାନଟିସ ସେମାନଙ୍କ ଦକ୍ଷତା ଏବଂ ସମ୍ବଳ ପ୍ରଦାନ କରିଥିଲେ। ଟାଟା ଗ୍ରୁପ୍ରର ଆଇଏଚସିଏଲ ଏବଂ ଜାତିସଂଘ ଏଜେନ୍ସିମାନେ ମଧ୍ୟ ସେମାନଙ୍କ ସମର୍ଥନର ହାତ ବଢାଇଥିଲେ ଯାହା ଏକ ଅଧିକ ଅନ୍ତର୍ଭୁକ୍ତକରଣ ଏବଂ ବୁଝାମଣାପୂର୍ଣ୍ଣ ସମାଜ ଗଠନ ପାଇଁ ସାମୂହିକ ପ୍ରତିବଦ୍ଧତାକୁ ଦୃଢ଼ କରିଥିଲା।
ଏହି ଅବସରରେ ଟାଟା ପାୱାର୍ର ସିଏଚ୍ଆର୍ଓ ଏବଂ ସଷ୍ଟେନେବିଲିଟି ଓ ସିଏସ୍ଆର୍ ମୁଖ୍ୟ ଶ୍ରୀ ହିମଳ ତିୱାରୀ କହିଛନ୍ତି ଯେ, “ଅନ୍ତର୍ଭୁକ୍ତୀକରଣର ଅର୍ଥ ନୁହେଁ ଅଟିଜିମ୍ ପୀଡ଼ିତଙ୍କୁ ଅଲଗା ଧରଣର ବ୍ୟବହାର ଦେଖାଇବା, ବରଂ ସେମାନଙ୍କ ଭିତରେ ଥିବା ସ୍ୱତନ୍ତ୍ରତାର ଉତ୍ସବ ପାଳନ କରିବା। ତାନ୍ଭି ଦି ଗ୍ରେଟ୍ ଜରିଆରେ ଆମେ ଆଲୋଚନା ବ୍ୟାପକ କରିବାକୁ ଲକ୍ଷ୍ୟ ରଖିଛୁ ଯାହା କରୁଣା ଗଠନ କରିବା ସହ ଭିନ୍ନତାକୁ ଗ୍ରହଣ କରିବ। ଟାଟା ପାୱାରରେ ଆମେ ଅନ୍ତର୍ଭୁକ୍ତୀକରଣ ଓ ଦୀର୍ଘସ୍ଥାୟୀ ବିକାଶ ପ୍ରତି ପ୍ରତିବଦ୍ଧ ରହିଛୁ । ପେ ଅଟେନ୍ସନ୍ କାର୍ଯ୍ୟକ୍ରମ (ଯାହା ଭାରତର ପ୍ରଥମ ପ୍ରତ୍ୟକ୍ଷ ଓ ଡିଜିଟାଲ ନ୍ୟୁରୋଡାଇଭରସିଟି ସହାୟତା ନେଟୱର୍କ) ଜରିଆରେ ଏହି ଅନ୍ତର ଦୂର କରିବାକୁ ଆମେ ପ୍ରତିବଦ୍ଧ ରହିଛୁ। ଆମେ କଳ୍ପନା କରିଥିବା ଦୁନିଆରେ ପ୍ରତିଟି ମଣିଷ ଗୁରୁତ୍ୱପୂର୍ଣ୍ଣ।’’
କିମ୍ବଦନ୍ତୀ ଅଭିନେତା ଓ ନିର୍ଦ୍ଦେଶକ ଅନୁପମ ଖେର କହିଛନ୍ତି ଯେ, “ଆମେ ସମସ୍ତେ କାହାଣୀରୁ ଗଢ଼ା ହୋଇଛୁ। ତାହା ଆମକୁ ଆକାର ଦେଇଛି, ଅନୁପ୍ରାଣିତ କରିଛି ଏବଂ ପରସ୍ପର ସହ ଯୋଡ଼ିଛି। ଜଣେ କାହାଣୀକାର ଭାବେ ଆମର ଦାୟିତ୍ୱ ହେଉଛି ସେହି ବର୍ଣ୍ଣନା ଉପରେ ଆଲୋକପାତ କରିବା ଯାହା ଭଲଗୁଣ ଓ ଅନ୍ତର୍ଭୁକ୍ତୀକରଣକୁ ପାଳନ କରୁଛି। ତାନ୍ଭି ଦି ଗ୍ରେଟ୍ ହେଉଛି ମୋ ପାଇଁ ଅତ୍ୟନ୍ତ ବ୍ୟକ୍ତିଗତ ଯାହା ମୋ ଝିଆରୀ ତାନ୍ଭି ଦ୍ୱାରା ଅନୁପ୍ରାଣିତ ଯିଏ ଅନେକ ନ୍ୟୁରୋଡାଇଭରସିଟି ପୀଡିତ ପିଲାମାନଙ୍କ ଭଳି ପ୍ରତିଭା ଓ ସମ୍ଭାବନାରେ ପରିପୂର୍ଣ୍ଣ। ଏହି କାହାଣୀକୁ ପ୍ରକୃତ ସଫଳତା ସେତେବେଳେ ମିଳିବ ଯେତେବେଳେ ଏହା ଦେଶର ହୃଦୟରେ ପହଂଚିବ। ଆମେ ଟାଟା ପାୱାର କମ୍ୟୁନିଟି ଡେଭେଲପ୍ମେଂଟ୍ ଟ୍ରଷ୍ଟ ସହ ସହଯୋଗିତା ସ୍ଥାପନ କରି ଗର୍ବିତ ଯାହାର ପେ ଅଟେନ୍ସନ୍ ଅଭିଯାନ ଅଟିଜିମ୍ ଓ ନ୍ୟୁରୋଡାଇଭରସିଟି ପାଇଁ ସଚେତନତା ଓ ସହାୟତା ସୃଷ୍ଟି କରୁଛି। ମିଳିତ ଭାବେ ଆମେ ଆମର ନ୍ୟୁରୋଡାଇଭରସିଟି ଗୋଷ୍ଠୀରେ ଦୀର୍ଘସ୍ଥାୟୀ ଓ ଅର୍ଥପୂର୍ଣ୍ଣ ପ୍ରଭାବ ସୃଷ୍ଟି କରିବାକୁ ଆଶା ରଖିଛୁ।’’
‘ତାନ୍ଭି ଦି ଗ୍ରେଟ୍’ ହେଉଛି ଜଣେ ଯୁବ ନ୍ୟୁରୋଡାଇଭରସିଟିରେ ପୀଡ଼ିତ ଝିଅର ଶକ୍ତିଶାଳୀ କାହାଣୀ ଯିଏ ସାମାଜିକ ପ୍ରତିବନ୍ଧକଠାରୁ ଆଗକୁ ବଢ଼ି ନିଜ ସ୍ୱପ୍ନ ସାକାର କରିଥିଲେ। ଅଟିଜିମ୍ରେ ପୀଡ଼ିତ ବ୍ୟକ୍ତିଙ୍କ ଆହ୍ୱାନ ଓ ଦୃଢ଼ତାକୁ ଏହି ସିନେମା ବେଶ୍ ସମ୍ବେଦନଶୀଳ ଢଙ୍ଗରେ ତୋଳି ଧରିଛି ଯାହା ଅନ୍ତର୍ଭୁକ୍ତୀକରଣ, ଗ୍ରହଣୀୟତା ଓ ଦୃଢ଼ତା ଉପରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ଆରମ୍ଭ କରିଛି।
ପେ ଅଟେନ୍ସନ କାର୍ଯ୍ୟକ୍ରମ ଜରିଆରେ ସାମାଜିକ ସମାନତା ପ୍ରତି ଟାଟା ପାୱାରର ରହିଥିବା ପ୍ରତିବଦ୍ଧତା ସହ ଏହି ସିନେମାର ପ୍ରଦର୍ଶନ ସମନ୍ୱିତ ରହିଛି। ଏହି କାର୍ଯ୍ୟକ୍ରମରେ ସଚେତନତା, ଆଗୁଆ ନିଦାନ, କେୟାରଗିଭର ସହାୟତା, ଅନ୍ତର୍ଭୁକ୍ତୀକରଣ ଶିକ୍ଷା, ଦକ୍ଷତା ବିକାଶ ଓ କର୍ମକ୍ଷେତ୍ର ସମନ୍ୱୟ ଉପରେ ଧ୍ୟାନ ଦିଆଯାଇଛି। ୫୦୦ରୁ ଅଧିକ ସହଯୋଗୀ ସଂସ୍ଥା, ୧୮୦୦୦ ବ୍ୟକ୍ତିବିଶେଷ ଓ ପ୍ରଭାବିତ ପରିବାର, ବିଷୟ ବିଶେଷଜ୍ଞ ଏବଂ ଏମ୍ଏସ୍ଜେଇ ଓ ଟାଟା ଏଲେକ୍ସି ସହିତ ପ୍ରସ୍ତୁତ କରାଯାଇଥିବା ଇ-ସାନିଧ୍ୟ ପ୍ଲାଟଫର୍ମକୁ ନେଇ ଏହି ଅଭିଯାନ ଦ୍ୱାରା ଅନଗ୍ରସର ଗୋଷ୍ଠୀଙ୍କ ମଧ୍ୟରେ ହଜାର ହଜାର ଜୀବନକୁ ପ୍ରଭାବିତ କରିଛି।
ପେ ଅଟେନ୍ସନ୍ ମିସନ୍ ଅଧୀନରେ ତାନ୍ଭି ଦି ଗ୍ରେଟ୍କୁ ଟିପିସିଡିଟିର ସହାୟତା ସେହି ବିଶ୍ୱାସକୁ ଦର୍ଶାଉଛି ଯେ ସାମାଜିକ ବ୍ୟାଖ୍ୟାକୁ ବଦଳାଇବା ଏବଂ ଦୀର୍ଘକାଳୀନ ପରିବର୍ତନ ସୃଷ୍ଟି କରିବାର ଶକ୍ତି କାହାଣୀରେ ରହିଛି। ଏହି ସାଂସ୍କୃତିକ ମାଇଲଖୁଂଟ ନ୍ୟୁରୋଡାଇଭରସିଟିକୁ ମୁଖ୍ୟସ୍ରୋତକୁ ଆଣି ଏକ ଅଧିକ ଅନ୍ତର୍ଭୁକ୍ତୀକରଣ ଭବିଷ୍ୟତର ପଥ ପ୍ରଶସ୍ତ କରିଛି।
Comments are closed.