ଟାଟା ପାୱାର ପକ୍ଷରୁ ଶକ୍ତି କ୍ଷେତ୍ର ପାଇଁ ଶ୍ରମ ଶକ୍ତି ଗଠନ ଓ ଦକ୍ଷତା ବିକାଶ ପାଇଁ ଜାତୀୟ ଦକ୍ଷତା ବିକାଶ ନିଗମ ସହ ସହଯୋଗିତା
ଭୁବନେଶ୍ୱର/ବାଲେଶ୍ୱର: ଭାରତୀୟ ବିଦ୍ୟୁତ୍ କ୍ଷେତ୍ର ପାଇଁ ଶ୍ରମଶକ୍ତି ପ୍ରସ୍ତୁତିକୁ ସୁଦୃଢ଼ କରିବା ଓ ଦକ୍ଷତା ବିକାଶ ଅଭିଯାନ ପାଇଁ ଦେଶର ସର୍ବବୃହତ୍ ସମନ୍ୱିତ ବିଦ୍ୟୁତ୍ କମ୍ପାନି ଟାଟା ପାୱାର ପକ୍ଷରୁ ଜାତୀୟ ଦକ୍ଷତା ବିକାଶ ନିଗମ (ଏନ୍ଏସ୍ଡିସି) ସହିତ ଗୁରୁତ୍ୱପୂର୍ଣ୍ଣ ବୁଝାମଣା ସ୍ୱାକ୍ଷର କରାଯାଇଛି। ଏଥିରେ ସବୁଜ ନିଯୁକ୍ତି ଏବଂ ସଂଚାରଣ ଓ ବଂଟନ କ୍ଷେତ୍ର ଉପରେ ବିଶେଷ ଧ୍ୟାନ ଦିଆଯିବ।
ଏହି ବୁଝାମଣା ଅନୁସାରେ ଟାଟା ପାୱାର ପକ୍ଷରୁ ସ୍ଥାପନ କରାଯାଇଥିବା ଟାଟା ପାୱାର ସ୍କିଲ୍ ଡେଭେଲପ୍ମେଂଟ୍ ଇନଷ୍ଟିଚ୍ୟୁଟ୍ଗୁଡ଼ିକ ଏନ୍ଏସ୍ଡିସିର ତାଲିମ ସହଯୋଗୀ ଭାବେ କାର୍ଯ୍ୟ କରିବ। ଏହା ସବୁଜ ଶକ୍ତି, ବିଦ୍ୟୁତ ସଂଚାରଣ, ବିଦ୍ୟୁତ ବଂଟନ ଓ ଶିଳ୍ପ ସୁରକ୍ଷା ଉପରେ ଶିଳ୍ପ ସମନ୍ୱିତ ତାଲିମ କାର୍ଯ୍ୟକ୍ରମ ପ୍ରଦାନ କରିବ। ଏହି କାର୍ଯ୍ୟକ୍ରମଗୁଡ଼ିକରେ ପ୍ରତ୍ୟକ୍ଷ ତାଲିମ, ନିଯୁକ୍ତିରେ ଉନ୍ନତି ଆଣିବା ଦକ୍ଷତା ପ୍ରଦାନ କରାଯିବ। ଶକ୍ତି ରୂପାନ୍ତରଣ ଓ ନେଟ୍ ଜିରୋ ଶ୍ରମଶକ୍ତି ଚାହିଦା ଅନୁସାରେ ପାଠ୍ୟକ୍ରମ ପ୍ରସ୍ତୁତ କରାଯିବ।
ଟିପିଏସଡିଆଇଗୁଡ଼ିକ ତିନି ଲକ୍ଷରୁ ଅଧିକ ପ୍ରାର୍ଥୀଙ୍କୁ ତାଲିମ ପ୍ରଦାନ କରିସାରିବା ସହ ବିଦ୍ୟୁତ ଶକ୍ତି କ୍ଷେତ୍ରର କୌଶଳ ଅଭାବକୁ ଦୂର କରିବାରେ ପ୍ରମୁଖ ଭୂମିକା ନିର୍ବାହ କରିଛନ୍ତି। ସେହି ଧାରାକୁ ବଜାୟ ରଖି ଟାଟା ପାୱାର ସାରା ଦେଶରେ ଅଧିକ କେନ୍ଦ୍ର ଖୋଲି ଟିପିଏସ୍ଡିଆଇର ଉପସ୍ଥିତି ବଢ଼ାଇବାକୁ ଯୋଜନା ରଖିଛି। ବର୍ତମାନ ଏହାର ୧୧ଟି କେନ୍ଦ୍ର କାର୍ଯ୍ୟକ୍ଷମ ରହିଛି ଯାହା ଯୁବବର୍ଗଙ୍କୁ ଗୁଣାତ୍ମକ ଧନ୍ଦାମୂଳକ ତାଲିମ ପ୍ରଦାନ କରୁଛନ୍ତି।
ଇନଷ୍ଟିଚ୍ୟୁଟ୍ର ବାର୍ଷିକ ବୈଠକ ଅବସରରେ ଟିପିଏସ୍ଡିଆଇ-ସହଦରେ ଏକ ଆନୁଷ୍ଠାନିକ ବୁଝାମଣାପତ୍ର ସ୍ୱାକ୍ଷର ହୋଇଛି। ଏନ୍ଏସ୍ଡିସି ଏକାଡେମିର ଉପସଭାପତି ଶ୍ରୀ ନିତୀନ କପୁର ଓ ଟିପିଏସ୍ଡିଆଇର ମୁଖ୍ୟ ଶ୍ରୀ ଆଲୋକ ପ୍ରସାଦ ବୁଝାମଣାପତ୍ରରେ ସ୍ୱାକ୍ଷର କରିଥିବା ବେଳେ ଟାଟା ପାୱାରର ସଷ୍ଟେନେବିଲିଟି ଓ ସିଏସ୍ଆର୍ ମୁଖ୍ୟ ତଥା ସିଏଚ୍ଆର୍ଓ ଶ୍ରୀ ହିମଲ ତିୱାରୀ, ଏନ୍ଏସ୍ଡିସି ଏକାଡେମିର ମହାପ୍ରବନ୍ଧକ ଶ୍ରୀ ବରୁଣ ବାତ୍ରା, ସାଉଥ ଇଷ୍ଟ ୟୁପି ପାୱାର ଟ୍ରାନ୍ସମିସନ କମ୍ପାନି ଲିମିଟେଡ୍ର ଟ୍ରାନ୍ସମିସନ ପ୍ରକଳ୍ପ ମୁଖ୍ୟ ଶ୍ରୀ ସଚିନ ମଜୁମଦାର ପ୍ରମୁଖ ଉପସ୍ଥିତ ଥିଲେ।
ଏହି ଅବସରରେ ଟାଟା ପାୱାରର ମୁଖ୍ୟ- ସଷ୍ଟେନେବିଲିଟି ଓ ସିଏସ୍ଆର୍ ଶ୍ରୀ ହିମଲ ତିୱାରୀ କହିଛନ୍ତି ଯେ, “ଆମେ ଏନଏସଡିସି ସହିତ ଆମର ସହଯୋଗିତାକୁ ଗଭୀର ଭାବରେ ଗୁରୁତ୍ୱ ଦେଉଛୁ, ଯାହା ଭାରତର ଦ୍ରୁତ ଗତିରେ ପରିବର୍ତିତ ଶକ୍ତି କ୍ଷେତ୍ର ପାଇଁ ଭବିଷ୍ୟତରେ ପ୍ରସ୍ତୁତ କର୍ମଚାରୀ ଗଠନ ଲାଗି ଆମର ମିଳିତ ପ୍ରତିବଦ୍ଧତାକୁ ସୁଦୃଢ଼ କରୁଛି।ମାନବ ପୁଞ୍ଜି ବିକାଶ ରାଷ୍ଟ୍ର ନିର୍ମାଣର କେନ୍ଦ୍ରବିନ୍ଦୁ ବୋଲି ଟାଟା ପାୱାରର ବିଶ୍ୱାସ ରହିଛି। ଏକ ଦଶନ୍ଧି ପୂର୍ବେ ସ୍ଥାପିତ ହୋଇଥିବା ଟିପିଏସଡିଆଇ ୩ ଲକ୍ଷରୁ ଅଧିକ ବ୍ୟକ୍ତିଙ୍କୁ ତାଲିମ ଦେଇସାରିଛି ଏବଂ ଶିଳ୍ପପ୍ରାସଙ୍ଗିକ, ନିଯୁକ୍ତି-କେନ୍ଦ୍ରିତ ପ୍ରଶିକ୍ଷଣ ମାଧ୍ୟମରେ ଦକ୍ଷତା ବ୍ୟବଧାନକୁ ପୂରଣ କରୁଛି। ଏନଏସଡିସି ସହିତ ଏହି ସହଯୋଗ ଟିପିଏସଡିଆଇର କାର୍ଯ୍ୟକ୍ଷେତ୍ର ପରିବର୍ତନରେ ବ୍ୟାପକତା, ପ୍ରଭାବ ଏବଂ ଉତ୍କର୍ଷତାକୁ ସୂଚାଉଛି। ଆଗକୁ ଆମେ ଆମର ବର୍ତମାନର ୧୧ଟି ନେଟୱାର୍କ ବାହାରେ ଅଧିକ କେନ୍ଦ୍ର ସ୍ଥାପନ କରି ଟିପିଏସଡିଆଇର ଉପସ୍ଥିତିକୁ ଉଲ୍ଲେଖନୀୟ ଭାବରେ ବିସ୍ତାର କରିବାକୁ ଲକ୍ଷ୍ୟ ରଖିଛୁ। ଏହା ମାଧ୍ୟମରେ ଆମେ ଭାରତର ସବୁଜ ଶକ୍ତି ପ୍ରତିଭା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବୁ ଏବଂ ଆତ୍ମନିର୍ଭର ଭାରତର ଜାତୀୟ ଦୃଷ୍ଟିକୋଣରେ ଅର୍ଥପୂର୍ଣ୍ଣ ଯୋଗଦାନ କରିବୁ।’’
ଏନଏସଡିସି ଏକାଡେମୀର ଉପାଧ୍ୟକ୍ଷ ନୀତିନ କପୁର କହିଛନ୍ତି ଯେ, “ଟିପିଏସଡିଆଇ ଏବଂ ଟାଟା ପାୱାର ସହିତ ଏହି ସହଯୋଗିତା ସ୍କିଲ ଇଣ୍ଡିଆ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଂଟ। ଦକ୍ଷତା ବୃଦ୍ଧି, ଅନ୍ତର୍ଭୁକ୍ତ ଦକ୍ଷତା ଏବଂ ନିଯୁକ୍ତି ଦକ୍ଷତା ବୃଦ୍ଧିରେ ଆମେ ଟିପିଏସଡିଆଇର ପରମ୍ପରାକୁ ପ୍ରଶଂସା କରୁଛୁ। ଦକ୍ଷତା ଆଉ ବିଳାସ ନୁହେଁ ବରଂ ଏକ ଆବଶ୍ୟକତା ଏବଂ ଟିପିଏସଡିଆଇର ପ୍ରତିବଦ୍ଧତା ଶିଳ୍ପ ପେସାଦାରମାନଙ୍କୁ ଦ୍ରୁତ ପରିବର୍ତନଶୀଳ ଶକ୍ତି କ୍ଷେତ୍ରରେ କ୍ରମାଗତ ଭାବରେ ଉନ୍ନତି ଏବଂ ପୁନରୁଦ୍ଧାର କରିବାରେ ସାହାଯ୍ୟ କରିବ। ଟାଟା ବ୍ରାଣ୍ଡର ଶକ୍ତି ଏବଂ ଏହି ସହଯୋଗିତା ଡିଜିଟାଲ ସକ୍ଷମ, ଶକ୍ତି ସ୍ମାର୍ଟ କର୍ମଚାରୀ ସୃଷ୍ଟି କରିବାର ଭାରତର ଲକ୍ଷ୍ୟକୁ ତ୍ୱରାନ୍ୱିତ କରିବ।’’
Comments are closed.