ଟାଟା ଗ୍ଲୁକୋ+ ଜେଲି ପକ୍ଷରୁ ଡିଜ୍ନିର ମାର୍ଭେଲ୍ ଆଭେଞ୍ଜର୍ସ ସହିତ ସହଯୋଗିତା
ଭୁବନେଶ୍ୱର: ଖାଦ୍ୟ ଓ ପାନୀୟ ଶିଳ୍ପରଅଗ୍ରଣୀ ସଂସ୍ଥା ଟାଟା କଂଜ୍ୟୁମର ପ୍ରଡକ୍ଟସ୍ ଲିମିଟେଡ୍ (ଟିସିପିଏଲ୍) ପକ୍ଷରୁ ଏହାର ସବୁଠୁ ଅଧିକ ପସନ୍ଦ କରାଯାଉଥିବା ବ୍ରାଣ୍ଡ ଟାଟା ଗ୍ଲୁକୋ+ ଜେଲି ପକ୍ଷରୁ ଡିଜ୍ନିର ମାର୍ଭେଲ୍ ଆଭେଞ୍ଜର୍ସ ସହିତ ସହଯୋଗିତା ପ୍ରଦାନ କରାଯାଇଛି। ଏହି ସ୍ୱତନ୍ତ୍ର ଏଡିସନ୍ ପ୍ୟାକ୍ରେ ରହିଛି ପ୍ରଶଂସକଙ୍କ ପସନ୍ଦର ମାର୍ଭେଲ ଚରିତ୍ର ଯାହା ଶ୍ରେଷ୍ଠ ସ୍ୱାଦ ସହିତ ପସନ୍ଦର ସୁପର ହିରୋଙ୍କ ରୋମାଂଚ ଓ ଉତ୍ସାହକୁ ଯୋଡ଼ିଛି।
ଏହି ସହଯୋଗିତା ପ୍ରତି ପ୍ୟାକ୍ରେ ଆକର୍ଷଣୀୟ ମାର୍ଭେଲ୍ ଟ୍ୱିଷ୍ଟ ଆଣିଛି ଯେଉଁଥିରେ ସ୍ପାଇଡର ମ୍ୟାନ, ଆଇରନ ମ୍ୟାନ, କ୍ୟାପଟେନ ଆମେରିକା, ଥର ଓ କ୍ୟାପଟେନ ମାର୍ଭେଲ ଭଳି ପ୍ରଶଂସକଙ୍କ ପସନ୍ଦର ଚରିତ୍ରର ପ୍ରିମିୟମ ସୁପର ହିରୋ ଖେଳନା ରହିଛି। ଟାଟା ଗ୍ଲୁକୋ+ ଜେଲି ସହିତ ମ୍ୟାଗ୍ନେଟିକ କିଚେନ୍ ଓ ବ୍ୟାଗ୍ ଟ୍ୟାଗ୍ ରହିଛି ଯାହାକୁ ସଂଗ୍ରହ କରିବା ସହିତ ଗର୍ବର ସହ ପ୍ରଦର୍ଶନ କରାଯାଇପାରିବ। ରୋମାଂଚକୁ ବଢ଼ାଇଛି ସ୍ପାଇଡର ମ୍ୟାନ, ଆଇରନ ମ୍ୟାନ୍, କ୍ୟାପଟେନ୍ ଆମେରିକା ଭଳି ସୁପର ହିରୋ ଥିମ୍ର କପ୍।
ଟାଟା କଂଜ୍ୟୁମର ପ୍ରଡକ୍ଟସର ସଭାପତି ଓ ଆରଟିଡି ବ୍ୟବସାୟ ମୁଖ୍ୟ ପାର୍ଥ ବିଶ୍ୱାସ କହିଛନ୍ତି ଯେ, “ଡିଜ୍ନିର ମାର୍ଭେଲ୍ ଆଭେଞ୍ଜର ସହଯୋଗରେ ଶୁଭାରମ୍ଭ କରାଯାଇଥିବା ଆମର ନୂଆ ଜେଲି ଉତ୍ପାଦକୁ ନେଇ ଆମେ ରୋମାଂଚିତ। ଏହି ପ୍ଲାଟଫର୍ମ ଆମକୁ ମାର୍ଭେଲ ସୁପର ହିରୋମାନଙ୍କ ଚମତ୍କାର ଦୁନିଆ ସହିତ ଆମ ସ୍ୱତନ୍ତ୍ର ଜେଲି ପାନୀୟ ଫର୍ମାଟକୁ ସମୃଦ୍ଧ କରିବାରେ ସହାୟକ ହୋଇପାରିଛି ଯାହା ସ୍ୱାଦ ଓ କୌତୁକର ଅଦମ୍ୟ ମିଶ୍ରଣ ପ୍ରଦାନ କରିଛି।”
ଏହି ଶୁଭାରମ୍ଭକୁ ଏକ ଶକ୍ତିଶାଳି ଅଭିଯାନ ଜରିଆରେ ପ୍ରଚାର କରାଯିବ ଯାହା ସୁପର ହିରୋ ଦୁନିଆକୁ ଜୀବନ୍ତ କରିବା ସହିତ ସ୍ୱତନ୍ତ୍ର ଭାବେ ଡିଜାଇନ୍ କରାଯାଇଥିବ ପ୍ୟାକେଟ୍ ଓ କଲେକ୍ଟିବଲ୍ ଫ୍ରିବିଜ୍କୁ ଉପସ୍ଥାପନ କରିବ। ଅଧିକ ରୋମାଂଚ ଓ ବିଶ୍ୱାସ ସୃଷ୍ଟି କରିବା ପାଇଁ କମ୍ପାନି ପକ୍ଷରୁ ବିଶିଷ୍ଟ ଜାତୀୟ ଓ ଅନ୍ତର୍ଜାତୀୟ ଇନଫଫ୍ଲୁଏନ୍ସର, ସେଲିବ୍ରିଟି ସମୀରା ରେଡି ଓ ବଙ୍ଗଲା ଅଭିନେତ୍ରୀ ଶୁଭଶ୍ରୀ ଗାଙ୍ଗୁଲିଙ୍କ ସହିତ ସହଯୋଗିତା ପ୍ରଦାନ କରାଯାଇଛି। ଅସଲୀ କାହାଣୀ ବର୍ଣ୍ଣନା ଓ ସୋସିଆଲ ମିଡିଆ କାର୍ଯ୍ୟକଳାପ ଜରିଆରେ ସେମାନେ ଉତ୍ପାଦ ଅନୁଭୂତିକୁ ଜୀବନ୍ତ କରିପାରିବେ।
ଟାଟା ଗ୍ଲୁକୋ+ ଜେଲି ଆକର୍ଷଣୀୟ ବବଲ ଗମ୍ ସ୍ୱାଦରେ ଆସିଛି ଓ ତାହାର ମୂଲ୍ୟ ହେଉଛି ୨୦ ଟଙ୍କା। ସମସ୍ତ ଅଗ୍ରଣୀ ଖୁୁଚୁରା ଆଉଟ୍ଲେଟ୍ରେ ଉପଲବ୍ଧ ଥିବା ଏହି ସୁପର ହିରୋ ଏଡିସନ୍ ପ୍ରତିଟି ମୁହୂର୍ତକୁ କୌତୁକପୂ୍ର୍ଣ୍ଣ କରିପାରିବ।
Comments are closed.