ଟାଟା କନ୍ସଲ୍ଟିଂ ଇଞ୍ଜିନିୟର୍ସ ପକ୍ଷରୁ ଅଭଡ଼ା ସ୍କିମ୍ ଜରିଆରେ ପୁରୀରେ ଭିତିଭୂମିର ରୂପାନ୍ତରୀକରଣ
ଭୁବନେଶ୍ୱର/ପୁରୀ: ଦେଶର ଅଗ୍ରଣୀ ଇଞ୍ଜିନିୟରିଂ କନସଲ୍ଟିଂ କମ୍ପାନି ଟାଟା କନ୍ସଲ୍ଟାନ୍ସି ଇଞ୍ଜିନିୟର୍ସ (ଟିସିଇ) ପକ୍ଷରୁ ଅଭଡ଼ା ସ୍କିମ୍ ଅଧୀନରେ ପୁରୀରେ ସଫଳତାର ସହ ପ୍ରକଳ୍ପ ନିର୍ମାଣ ଓ ତଦାରଖ କରାଯାଇଛି। କମ୍ପାନିର ଏହି କାର୍ଯ୍ୟ ଭବିଷ୍ୟତକୁ ଆକାର ପ୍ରଦାନ କରିବା ଏବଂ ସହରାଚଂଳ ଭିତିଭୂମିରେ ଉନ୍ନତି ଆଣିବାରେ ଟିସିଇର ପ୍ରତିବଦ୍ଧତାକୁ ଦର୍ଶାଉଛି।
ଏହି ଅଭିଯାନର ଲକ୍ଷ୍ୟ ହେଉି ସହରର ଐତିହ୍ୟ ଓ ସାଂସ୍କୃତିକ ଗୁରୁତ୍ୱକୁ ସୁଦୃଢ଼ କରିବା ଯାହା ଦ୍ୱାରା ଉଭୟ ସହରର ବାସିନ୍ଦା ଓ ଆଗମନକାରୀ ପର୍ଯ୍ୟଟକଙ୍କ ଆବଶ୍ୟକତା ପୂରଣ ହୋଇପାରିବ। ବିକାଶ ଉପରେ ଗୁରୁତ୍ୱ ଦେଇ ଏହି ପ୍ରକଳ୍ପଗୁଡ଼ିକୁ ବିଭିନ୍ନ ସେବା ପାଇବାରେ ଉନ୍ନତି ଆଣିବା ଲାଗି ପ୍ରସ୍ତୁତ କରାଯାଇଛି ଯେ ପରିଦର୍ଶନକାରୀଙ୍କ ଅନୁଭୂତିରେ ଉନ୍ନତି ଆଣିବ ଏବଂ ପୁରୀରେ ସମୃଦ୍ଧ ସାଂସ୍କୃତିକ ଦୃଶ୍ୟପଟ୍ଟର ସଂରକ୍ଷଣ କରିବ।
ବଡ଼ଦାଣ୍ଡର ପୁରୀ ମୁନିସପାଲ ବଜାର ପ୍ରକଳ୍ପରେ ପାଂଚ ମହଲା କୋଠା, ପାର୍କିଂ ସୁବିଧା ଓ ଏକାଧିକ ଦୋକାନ ରହିବ ରହବ ଯାହା ଆଧୁନିକ ସୁବିଧାସୁଯୋଗ ପ୍ରଦାନ କରିବ। ଜେଲ୍ ରୋଡ୍ରେ ଏକ ବହୁତଳ କାର୍ ପାର୍କିଂ ସୁବିଧା ରହିବ ଯାହା ସହରରେ ଭିଡ଼ କମ୍ କରିବା ସହ ସହରାଚଂଳ ଗମନାଗମନରେ ଉନ୍ନତି ଆଣିବ। ମୋଚି ସାହିରେ ମହୋଦୋଧି ମାର୍କେଟ୍ କମ୍ପେ୍ଲକ୍ସରେ ଏକ ଛଅ ମହଲା କୋଠା ସହ ପାର୍କିଂ, ଦୋକାନ, କାର୍ଯ୍ୟାଳୟ ସ୍ଥାନ ରହିବ। ସୁଆଣ୍ଡୋରେ ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମସ୍ଥଳୀ ସ୍ମାରକୀ ଓ ସଂଗ୍ରହାଳୟ ପ୍ରକଳ୍ପରେ ୧୪.୭ ଏକରର ବିକାଶ। ଏଥିରେ ସ୍ମାରକୀ ସଂଗ୍ରହାଳୟ, ପରିଦର୍ଶନକାରୀ କେନ୍ଦ୍ର, ବାହ୍ୟ ସାଜ୍ଜସଜା ଆଦି ରହିଛି। ୮.୬ ଏକରରେ ସ୍ଥାପନ କରାଯାଇଥିବା ଓଡ଼ିଆ ବିଶ୍ୱବିଦ୍ୟାଳୟରେ ବିଭିନ୍ନ ଶିକ୍ଷାଗତ ଓ ପ୍ରଶାସନିକ ସୁବିଧା ରହିଛି। ଅନ୍ୟତମ ପ୍ରକଳ୍ପ ହେଉଛି ଜେବିପିସି ଓ ଶ୍ରୀ ସେତୁ ଯାହା ଗମନାଗମନ ଓ ସହରାଚଂଳ ବିକାଶରେ ଉନ୍ନତି ଆଣିବ।
ମୁଷା ନଦୀ ବିକାଶ ପ୍ରକଳ୍ପ ୧ରେ ନଦୀ ପାଶ୍ୱର୍ର ବିକାଶ ଓ ପରିବେଶ ସଂରକ୍ଷଣ କରାଯାଇଛି। ସହରାଚଂଳ ଭିଡ଼କୁ କମ୍ କରିବା ଲାଗି ସମଂଘ ପାର୍କିଂ ପ୍ରକଳ୍ପ କରାଯାଇଛି। ବାସେଳିସାହିର ଧର୍ମଶାଳାରେ ଶ୍ରଦ୍ଧାଳୁ ଓ ପରିଦର୍ଶନକାରୀମାନଙ୍କ ଲାଗି ରହଣୀ ଓ ସୁବିଧାସୁଯୋଗ ପ୍ରଦାନ କରାଯାଇଛି।
ଟାଟା କନସଲଟିଂ ଇଞ୍ଜିନିୟର୍ସର ପରିଚାଳନା ନିର୍ଦ୍ଦେଶକ ଓ ସିିଇଓ ଅମିତ ଶର୍ମା କହିଛନ୍ତି ଯେ,“ପୁରୀରେ ଆମର ଜାରି ରହିଥିବା ପ୍ରକଳ୍ପ ସ୍ଥାୟୀ ବିକାଶ ଓ ଇଞ୍ଜିନିୟରିଂ ଉତ୍କର୍ଷ ପ୍ରତି ଆମ ପ୍ରତିବଦ୍ଧତାର ପ୍ରତିଫଳନ ଯାହା ଆଧୁନିକ ସୁବିଧା ସୁଯୋଗ ପ୍ରଦାନ ଓ ସହରର ସମୃଦ୍ଧ ଐତିହ୍ୟକୁ ସମ୍ମାନ ଜଣାଇବା ସୁନିଶ୍ଚିତ କରୁଛି। ନବସୃଜନ ଓ ଉତ୍କର୍ଷ ପ୍ରତି ଆମର ଅତୁଟ ପ୍ରତିବଦ୍ଧତା ଦେଶର ବିକାଶ ପ୍ରତି ଯୋଗଦାନ ପାଇଁ ଆମକୁ ଆଗକୁ ବଢ଼ାଉଥିବା ବେଳେ ଆମ କ୍ଲାଏଂଟ୍ ଓ ଅଂଶୀଦାରମାନଙ୍କ ଉଦୀୟମାନ ଆବଶ୍ୟକତା ପୂରଣ କରୁଛି।”
Comments are closed.