ଟାଟା ଆସେଟ୍ ମ୍ୟାନେଜମେଣ୍ଟ ପକ୍ଷରୁ ଅଲ-ଇନ୍‌-ୱାନ ନିବେଶ ଆପର ଶୁଭାରମ୍ଭ

Share It

ଭୁବନେଶ୍ୱର: ଟାଟା ଆସେଟ୍ ମ୍ୟାନେଜମେଣ୍ଟ ପକ୍ଷରୁ ଏକ ଅଭିନବ ମୋବାଇଲ୍ ଆପ୍ ଶୁଭାରମ୍ଭ କରାଯାଇଛି ଯାହା ବ୍ୟବହାରକାରୀମାନଙ୍କୁ ସେମାନଙ୍କର ଆର୍ôଥକ ଜଗତର ଏକ ସମ୍ପୂର୍ଣ୍ଣ ଚିତ୍ର ଦେବା ପାଇଁ ଉଦ୍ଦିଷ୍ଟ। ବ୍ରାଣ୍ଡ୍ ପ୍ଲାଟଫର୍ମ ଅଧୀନରେ ଏହି ଆପ୍ ସରଳତା, ବୁଦ୍ଧିମତା ଏବଂ ପର୍ସନାଲାଇଜେସନକୁ ଏକତ୍ରିତ କରିଛି।
ଏହି ମୋବାଇଲ୍ ଆପ୍ ଶୁଭାରମ୍ଭ ହେଉଛି ନିବେଶକୁ ସରଳ, ସ୍ମାର୍ଟ ଏବଂ ଅଧିକ ପ୍ରବେଶଯୋଗ୍ୟ କରିବାର ଏକ ବଡ଼ ପଦକ୍ଷେପ। “ଏକ ଆପ୍‌-ଏକ ଦୃଶ୍ୟ-ଅନନ୍ତ ସୁଯୋଗ’ ବ୍ରାଣ୍ଡ୍ ପ୍ରତିଶ୍ରୁତି ସହିତ ଏହି ଆପ୍ ନିବେଶକମାନଙ୍କୁ ଶିଖିବାରୁ ଆରମ୍ଭ କରି ନିବେଶ ଏବଂ ଆର୍ôଥକ ଲକ୍ଷ୍ୟ ଉପରେ ନଜର ରଖିବା ପର୍ଯ୍ୟନ୍ତ ସବୁ କିଛି ଦେଇଥାଏ।
ଏହି ଆପରେ ଅନେକ ବିଶେଷତା ରହିଛି, ଯଥା, ଆର୍ôଥକ ରୋଡମ୍ୟାପ୍ ଯାହା ଲକ୍ଷ୍ୟ ସ୍ଥିର କରିବା ଏବଂ ଟ୍ରାକ୍ କରିବା ପାଇଁ ଉଦ୍ଦିଷ୍ଟ। ପୋର୍ଟଫୋଲିଓ ୩୬୦ ଯାହାକୁ ମ୍ୟୁଚୁଆଲ୍ ଫଣ୍ଡ, ଇକ୍ୱିଟି ଏବଂ ବ୍ୟାଙ୍କ ଆକାଉଣ୍ଟକୁ ଏକାଠି ଦେଖିବା ପାଇଁ ବ୍ୟବହାର କରାଯାଇଥାଏ। ଫାୟାର କ୍ୟାଲକୁଲେଟର ଯାହା ଅବସର ଯୋଜନା ପାଇଁ ଉଦ୍ଦିଷ୍ଟ। ଏଥିରେ ବିନିଯୋଗ ପସନ୍ଦକୁ ସେଭ୍ କରିବା ପାଇଁ ସ୍ମାର୍ଟ କାର୍ଟ ରହିଛି। ଏଥିରେ ବିନିଯୋଗକାରୀଙ୍କୁ ପ୍ରତ୍ୟେକ ପଦକ୍ଷେପରେ ମାର୍ଗଦର୍ଶନ ଦେବା ପାଇଁ ଶିକ୍ଷଣିୟ ମଡ୍ୟୁଲ୍ ଏବଂ ଚାଟବଟ୍ ସମର୍ଥନ ମଧ୍ୟ ରହିଛି।
ଟାଟା ଆସେଟ୍ ମ୍ୟାନେଜମେଣ୍ଟର ମୁଖ୍ୟ ବିତରଣ ଏବଂ ଡିଜିଟାଲ୍ ଅଧିକାରୀ ହେମନ୍ତ କୁମାର କହିଛନ୍ତି, “ଏକ ଆପ୍‌। ଏକ ଦୃଶ୍ୟ। ଅନନ୍ତ ସୁଯୋଗ କେବଳ ଏକ ଟ୍ୟାଗଲାଇନ୍ ନୁହେଁ; ଏହା ଆମେ ଯାହା ପ୍ରଦାନ କରୁଛୁ ତାହାର ମୂଳ କେନ୍ଦ୍ର ଅଟେ। ଆଜିର ନିବେଶକରିମାନେ ଏକ ବୁଦ୍ଧିମାନ ପ୍ଲାଟଫର୍ମ ଚାହାଁନ୍ତି ଯାହା ସେମାନଙ୍କୁ ସେମାନଙ୍କର ସମସ୍ତ ଆର୍ôଥକ ସମ୍ପତି ଉପରେ ସ୍ପଷ୍ଟତା ଏବଂ ନିୟନ୍ତ୍ରଣ ଦେଇଥାଏ। ଏହି ଆପ୍ ସବୁକିଛି ଏକାଠି କରିଛି। ତାହା ହେଉଛି ସିମଲେସ୍ ଟ୍ରାକିଂ, ଏକ ଦୃଶ୍ୟ ପୋର୍ଟଫୋଲିଓ ଏବଂ ଏକ ବ୍ୟକ୍ତିଗତ ଅନୁଭୂତି ଯାହା ବ୍ୟବହାରକାରୀଙ୍କୁ ଆତ୍ମବିଶ୍ୱାସ ସହିତ ନିବେଶ କରିବାରେ ସଶକ୍ତ କରିବ। ଏହା ଆମର ନବୀନିକରଣ ପ୍ରତି ପ୍ରତିବଦ୍ଧତାକୁ ପ୍ରତିଫଳିତ କକରୁଛି ଯେତେବେଳେ ଧନ ସୃଷ୍ଟିକୁ ସରଳ, ସ୍ମାର୍ଟ ଏବଂ ଅଧିକ ପ୍ରବେଶଯୋଗ୍ୟ କରିଥାଏ।”
ଏହି ଡିଜିଟାଲ୍ ରୂପାନ୍ତରଣ ଏବଂ ନୂତନ ରୂପ ସହିତ, ଟାଟା ଆସେଟ୍ ମ୍ୟାନେଜମେଣ୍ଟ ନୂତନ ଯୁଗର ନିବେଶକଙ୍କ ଆବଶ୍ୟକତାକୁ ଅନୁକୂଳ କରିବା ସହିତ ବିଶ୍ୱାସର ନୀତିକୁ ଅଗ୍ରସର କରୁଛି।
ନୂତନ ଆପଟି ଆପ୍ ଷ୍ଟୋର୍ ଏବଂ ଗୁଗୁଲ୍ ପ୍ଲେ ଷ୍ଟୋରରେ ଡାଉନଲୋଡ୍ ପାଇଁ ଉପଲବ୍ଧ।


Share It

Comments are closed.