ଟାଟା ଏଆଇଏ ପକ୍ଷରୁ ଓଡ଼ିଶାରେ ୧୩୧ ଏମ୍‌ଡିଆର୍‌ଟି ଯୋଗ୍ୟ ଏଜେଂଟ୍ ପଞ୍ଜୀକରଣ ସହ ଏଜେନ୍ସି ସୁଦୃଢ଼ୀକରଣ

Share It

  • ଓଡ଼ିଶାରେ ଦୃଢ଼ ଏମ୍‌ଡିଆର୍‌ଟି ଉପସ୍ଥିତି: ବାଲେଶ୍ୱରରେ ୩୧, ଖୋର୍ଦ୍ଧାରେ ୨୭, ବଲାଙ୍ଗୀରରେ ୧୬ ଓ କଟକରେ ୧୧
  •  ଓାରା ଭାରତରେ ୨୮୭୧ ବୀମା ଉପଦେଷ୍ଟା ସହିତ କମ୍ପାନି ଗ୍ରାହକଙ୍କୁ ବିଶ୍ୱସ୍ତରୀୟ ଆର୍ଥିକ ପରାମର୍ଶ ପ୍ରଦାନ କରିବାର ପ୍ରତିବଦ୍ଧତାକୁ ଦୋହରାଇଛି
  • ଲଗାତାର ତୃତୀୟ ବର୍ଷ ପାଇଁ ଭାରତରେ ଏକ ନମ୍ବର, ବିଶ୍ୱସ୍ତରୀୟ ର‌୍ୟାଙ୍କିଂ ୬ରୁ ୪କୁ ଉନ୍ନତି

ଭୁବନେଶ୍ୱର: ଭାରତର ଏକ ଅଗ୍ରଣୀ ଜୀବନ ବୀମା କମ୍ପାନି ଟାଟା ଏଆଇଏ ଲାଇଫ୍ ଇନ୍ସ୍ୟୁରାନ୍ସ କମ୍ପାନିି ଲିମିଟେଡ୍ (ଟାଟା ଏଆଇଏ) ଓଡ଼ିଶାରେ ୧୩୧ – ମିଲିୟନ ଡଲାର ରାଉଣ୍ଡ ଟେବୁଲ୍ (ଏମଡିଆରଟି) ଯୋଗ୍ୟ ପରାମର୍ଶଦାତା ପଞ୍ଜୀକରଣ କରିଛି। ଏହା ଆର୍ôଥକ ପରାମର୍ଶ ସେବାରେ କମ୍ପାନିର ଉତ୍କୃଷ୍ଟତାର ପ୍ରତିବଦ୍ଧତାକୁ ପ୍ରଦର୍ଶିତ କରୁଛି। ୨୦୨୫ର ଗ୍ଲୋବାଲ୍ ଏମଡିଆରଟି ର‌୍ୟାଙ୍କିଂ ଅନୁସାରେ କମ୍ପାନି ବାଲେଶ୍ୱରରୁ ୩୧ ଜଣ, ଖୋର୍ଦ୍ଧାରୁ ୨୭ ଜଣ, ବଲାଙ୍ଗୀରରୁ ୧୬ ଜଣ ଏବଂ କଟକରୁ ୧୧ ଜଣ ପରାମର୍ଶଦାତାଙ୍କୁ ଏହି ମାନ୍ୟତାପ୍ରାପ୍ତ ଏମଡିଆରଟି ଉପାଧି ପାଇଁ ପଞ୍ଜୀକରଣ କରିଛି।
୨୦୨୫ର ଗ୍ଲୋବାଲ୍ ଏମଡିଆରଟି ର‌୍ୟାଙ୍କିଂ ଅନୁସାରେ ଟାଟା ଏଆଇଏ ପୁନର୍ବାର ଭାରତରେ ସର୍ବାଧିକ ଏମଡିଆରଟି ଯୋଗ୍ୟ ପରାମର୍ଶଦାତା ସଂଖ୍ୟା ସହିତ ତୃତୀୟ ବର୍ଷ ପାଇଁ ଶୀର୍ଷ ସ୍ଥାନ ଅଧିକାର କରିଛି ଏବଂ ଏକ ଆକର୍ଷଣୀୟ ଗ୍ଲୋବାଲ୍ ଚତୁର୍ଥ ର‌୍ୟାଙ୍କ ହାସଲ କରିଛି। ୨,୮୭୧ ଜଣ ଏମଡିଆରଟି ଯୋଗ୍ୟ ପରାମର୍ଶଦାତା ସହିତ ଏହି ମାଇଲଖୁଂଟ ପୂର୍ବ ବର୍ଷ ତୁଳନାରେ ୧୧% ବୃଦ୍ଧି ପାଇଛି ଯାହା ଟାଟା ଏଆଇଏର ପରାମର୍ଶଦାତାମାନଙ୍କ ବୃଦ୍ଧି ପାଉଥିବା ଦକ୍ଷତା ଏବଂ ଅବିଚଳିତ ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି।
ଟାଟା ଏଆଇଏକୁ ପୃଥକ କରୁଥିବା ଏକ ମୁଖ୍ୟ ବିଷୟ ହେଉଛି ବିବିଧତା ଏବଂ ସାମୂହିକତା ପ୍ରତି ଏହାର ଗଭୀର ପ୍ରତିବଦ୍ଧତା। ୧,୩୪୩ ଜଣ ମହିଳା ଏମଡିଆରଟି ସଦସ୍ୟ ସହିତ ଟାଟା ଏଆଇଏ ବିଶ୍ୱସ୍ତରରେ ଶୀର୍ଷ ୨୫ କମ୍ପାନି ମଧ୍ୟରେ ମହିଳା ସଦସ୍ୟତା ଅନୁସାରେ ସପ୍ତମ ସ୍ଥାନ ଅଧିକାର କରିଛି। ମହିଳା ଏମଡିଆରଟି ଯୋଗ୍ୟତାରେ ୮.୫% ବୃଦ୍ଧି ଟାଟା ଏଆଇଏର ଆର୍ôଥକ କ୍ଷେତ୍ରରେ ମହିଳାମାନଙ୍କୁ ସଶକ୍ତ କରିବାର ନିରନ୍ତର ପ୍ରୟାସକୁ ପ୍ରତିଫଳିତ କରୁଛି ଯାହା ନିଶ୍ଚିତ କରୁଛି ଯେ ଉପଭୋକ୍ତାମାନେ ବିବିଧତାପୂର୍ଣ୍ଣ ପରାମର୍ଶଦାତା ଦଳ ଦ୍ୱାରା ପ୍ରଦାନ କରାଯାଇଥିବା ବିଶ୍ୱସ୍ତରୀୟ ଆର୍ôଥକ ପରାମର୍ଶରୁ ଲାଭାନ୍ୱିତ ହୋଇପାରିବେ।
ଏହି ଉଲ୍ଲେଖନୀୟ ସଫଳତା ଟାଟା ଏଆଇଏର ଶ୍ରେଷ୍ଠ ଆର୍ôଥକ ପରାମର୍ଶ ପ୍ରଦାନ ପ୍ରତି ପ୍ରତିବଦ୍ଧତାକୁ ଦୃଢ଼ କରୁଛି ଯାହା ଏହାର ଏମଡିଆରଟି-ଯୋଗ୍ୟ ପରାମର୍ଶଦାତାମାନଙ୍କ ଦକ୍ଷତା ଦ୍ୱାରା ଦୃଢ଼ ହୋଇଛି ଏବଂ ନିଶ୍ଚିତ କରୁଛି ଯେ ଉପଭୋକ୍ତାମାନେ ଅସାଧାରଣ ସେବା ଏବଂ ମାର୍ଗଦର୍ଶନ ପାଉଛନ୍ତି। କମ୍ପାନି ଓଡ଼ିଶାରେ ୩ ଜଣ ଏମଡିଆରଟି ଯୋଗ୍ୟ ଏବଂ ୩ ଜଣ କୋର୍ଟ ଅଫ୍ ଦି ଟେବଲ୍ (ସିଓଟି) ଯୋଗ୍ୟ ପରାମର୍ଶଦାତା ପଞ୍ଜୀକରଣ କରିଛି। ଜଣେ ସିଓଟି ଯୋଗ୍ୟ ପରାମର୍ଶଦାତା ଏକ ଏମଡିଆରଟି ଯୋଗ୍ୟତାର ତିନି ଗୁଣ ବିକ୍ରୟ ସୃଷ୍ଟି କରିବା ଆବଶ୍ୟକ ଏବଂ ଜଣେ ଏମଡିଆରଟି ଯୋଗ୍ୟ ପରାମର୍ଶଦାତା ଏକ ଏମଡିଆରଟି ଯୋଗ୍ୟତାର ଛଅ ଗୁଣ ବିକ୍ରୟ ସୃଷ୍ଟି କରିବା ଆବଶ୍ୟକ।
ଟାଟା ଏଆଇଏର ମୁଖ୍ୟ ବିତରଣ ଅଧିକାରୀ-ପ୍ରୋପ୍ରାଇଟରୀ ବିଜନେସ୍‌, ଆଲାଇଡ୍ ଚ୍ୟାନେଲ୍ ଏବଂ ଏଜେନ୍ସି ସେଲ୍ସ୍‌, ଅମିତ ଡାଭେ କହିଛନ୍ତି ଯେ, “ବିଶ୍ୱ ଏମଡିଆରଟି ର‌୍ୟାଙ୍କିଂରେ ଚତୁର୍ଥ ସ୍ଥାନ ପାଇବା ଏବଂ ଭାରତରେ ଶିଳ୍ପକୁ ନେତୃତ୍ୱ ଦେବା ପାଇଁ ପ୍ରକୃତରେ ଏକ ଗୌରବର ବିଷୟ। ଏହି ମାଇଲଖୁଂଟ ଆମର ପ୍ରିମିୟର୍ ଏଜେନ୍ସି ମଡେଲ୍ ଏବଂ ଆମ ପରାମର୍ଶଦାତାମାନଙ୍କ ନିରନ୍ତର ପ୍ରତିବଦ୍ଧତାର ସଫଳତାର ଏକ ପ୍ରମାଣ। ଏମଡିଆରଟି ଯୋଗ୍ୟତା କେବଳ ଆମ ପରାମର୍ଶଦାତାମାନଙ୍କ ବ୍ୟକ୍ତିଗତ ସଫଳତା ନୁହେଁ; ଏହା ଆମ ଉପଭୋକ୍ତାମାନଙ୍କ ଟାଟା ଏଆଇଏ ପ୍ରତି ଥିବା ବିଶ୍ୱାସ ଏବଂ ଆତ୍ମବିଶ୍ୱାସକୁ ପ୍ରତିଫଳିତ କରୁଛି, ଯେଉଁମାନେ ଜାଣିଛନ୍ତି ଯେ ସେମାନେ ବିଶ୍ୱସ୍ତରୀୟ ଆର୍ôଥକ ପରାମର୍ଶ ପାଇଛନ୍ତି।’’


Share It

Comments are closed.