ଟାଟା ଏଆଇଏ ପକ୍ଷରୁ ଭୁବନେଶ୍ୱର ଓ କଟକରେ ବୀମା ସଚେତନତା ବୃଦ୍ଧି ପାଇଁ “ପ୍ଲେଜ୍ ଟୁ ପ୍ରୋଟେକ୍ଟ” ଅଭିଯାନର ଶୁଭାରମ୍ଭ
ଭୁବନେଶ୍ୱର: ଦେଶର ଅଗ୍ରଣୀ ଘରୋଇ ଜୀବନ ବୀମା କମ୍ପାନି ଟାଟା ଏଆଇ ଲାଇଫ୍ ଇନ୍ସ୍ୟୁରାନ୍ସ (ଟାଟା ଏଆଇଏ) ପକ୍ଷରୁ ଜୀବନର ସୁରକ୍ଷା ପ୍ରତି ପ୍ରତିବଦ୍ଧତାକୁ ଦୋହରାଇ ଭୁବନେଶ୍ୱର ଓ କଟକରେ “ପ୍ଲେଜ୍ ଟୁ ପ୍ରେକ୍ଟକ୍ଟ” ଅଭିଯାନର ଶୁଭାରମ୍ଭ କରାଯାଇଛି। ୨୦୨୪-୨୫ର ଚତୁର୍ଥ ତ୍ରୈମାସିକ ସୁଦ୍ଧା ଏକ ଲକ୍ଷ ଜୀବନକୁ ବୀମା ସୁରକ୍ଷା ପ୍ରଦାନ କରିବା ଲାଗି କମ୍ପାନିର ରହିଥିବା ମହତ୍ୱକାଂକ୍ଷୀ ଲକ୍ଷ୍ୟର ଏକ ଅଂଶ ହେଉଛି ଏହି ଅଭିଯାନ।
ଟାଟା ଏଆଇଏର ୨୪ତମ ପ୍ରତିଷ୍ଠା ଦିବସରେ ଟାଟା ଏଆଇଏ ଏଜେନ୍ସି ଟିମ୍ ତରଫରୁ ଭୁବନେଶ୍ୱର ଓ କଟକରେ ବିଭିନ୍ନ ବୀମା ସଚେତନତା ଅଭିଯାନ ଆୟୋଜନ କରାଯାଇଥିଲା, ଯେଉଁଥିରେ ୧୬୦ କର୍ମଚାରୀ, ଲିଡର ଓ ଉପଦେଷ୍ଟାମାନେ ଯୋଡ଼ି ହୋଇଥିଲେ। ଲୋକଙ୍କୁ ଜୀବନ ବୀମାର ମହତ୍ୱ ବୁଝାଇବା ଓ ଗୋଷ୍ଠୀ କଲ୍ୟାଣ ପ୍ରତି ଯୋଗଦାନ ଲକ୍ଷ୍ୟ ନେଇ ଏହି ଅଭିଯାନ ଆୟୋଜନ କରାଯାଇଥିଲା। ଭୁବନେଶ୍ୱରରେ ୬୦ କର୍ମଚାରୀ, ଲିଡର, ଉପଦେଷ୍ଟା, କେନ୍ଦ୍ରାପଡ଼ାରେ ୧୦ କିମି ବାଇକ ର୍ୟାଲିରେ ଭାଗ ନେଇଥିଲେ ଏବଂ ସ୍ଥାନୀୟ ଲୋକମାନଙ୍କୁ ଲିଫଲେଟ ବଂଟନ କରାଯାଇଥିଲା। ଏଥି ସହିତ ଏକ ୪୦ ଜଣିଆ ଟିମ୍ ମୁନିସପାଲିଟି ଦୃଷ୍ଟିହୀନ ସ୍କୁଲ ପରିଦର୍ଶନ କରି ସେଠାରେ ପୋଷାକ, ଖାଦ୍ୟପଦାର୍ଥ ଓ ଅତ୍ୟାବଶ୍ୟକ ଜିନିଷ ବଂଟନ କରିଥିଲେ ଯାହା ଦ୍ୱାରା ୪୫ ଜଣ ଦୃଷ୍ଟିହୀନ ଛାତ୍ରଛାତ୍ରୀ ଉପକୃତ ହେବେ।
କଟକରେ ୧୦୦ ଜଣ କର୍ମଚାରୀ, ଲିଡର ଓ ଉପଦେଷ୍ଟା ସମାନ ଧରଣର ବୀମା ସଚେତନତା ର୍ୟାଲି ଆୟୋଜନ କରିବା ସହ ସହରରେ ସୂଚନା ଆଧାରିତ ଲିଫ୍ଲେଟ୍ ବଂଟନ କରିଥିଲେ। ଏହି ଅଭିଯନରେ ଏକ ୩୦ ଜଣିଆ ଟିମ୍ ନିର୍ବାଣ ଅର୍ଫାନେଜ୍ ହୋମ୍ ପରିଦର୍ଶନ କରି ସେଠାକାର ଅନ୍ତେବାସୀଙ୍କୁ ପୋଷାକ, ଖାଦ୍ୟ ଓ ଗ୍ରୋସରି ପ୍ରଦାନ କରିଥିଲେ ଯାହା ଦ୍ୱାରା ୪୦ ଅନ୍ତେବାସୀ ଉପକୃତ ହେବେ।
ଟାଟା ଏଆଇଏର ମୁଖ୍ୟ ବିତରଣ ଅଧିକାରୀ (ପ୍ରୋପାଇଟୋରି ବିଜନେସ୍) ଅମିତ ଡାଭେ କହିଛନ୍ତି ଯେ, “ଜୀବନ ବୀମା ସମାଜର ଦୁର୍ବଳ ବର୍ଗ ସମେତ ଲୋକଙ୍କୁ ଅତ୍ୟନ୍ତ ଆବଶ୍ୟକ ଆର୍ôଥକ ସୁରକ୍ଷା ପ୍ରଦାନ କରିଥାଏ। ତେଣୁ ଏହି ସଚେତନତା ସୃଷ୍ଟି କରିବାର ଦାୟିତ୍ୱ ଆମ ସମସ୍ତଙ୍କ ଉପରେ ରହିଛି। ଟାଟା ଏଆଇଏ “ପ୍ଲେଜ୍ ଟୁ ପ୍ରୋଟେକ୍ଟ” ଅଭିଯାନ ମାଧ୍ୟମରେ ଭାରତୀୟମାନଙ୍କ ପାଇଁ ଆର୍ôଥକ ଅନ୍ତର୍ଭୁକ୍ତୀକରଣ ଏବଂ ଆର୍ôଥକ ନିରାପତାକୁ ଆଗକୁ ବଢ଼ାଇବା ପାଇଁ ପ୍ରତିଶ୍ରୁତିବଦ୍ଧ। ଆମେ ଭାରତରେ ବୀମା ସୁରକ୍ଷା୍ ସମ୍ପ୍ରସାରଣ କରିବାକୁ ପ୍ରତିଶ୍ରୁତିବଦ୍ଧ ଏବଂ ଜାନୁଆରୀ-ମାର୍ଚ୍ଚ ତ୍ରୟମାସରେ ୧ ଲକ୍ଷ ଜୀବନ ସୁରକ୍ଷିତ କରିବାର ଲକ୍ଷ୍ୟରେ ପହଂଚିବା ପାଇଁ ଟାଟା ଏଆଇଏ ଅକ୍ଳାନ୍ତ ପରିଶ୍ରମ କରିବ।”
ପ୍ଲେଜ୍ ଟୁ ପ୍ରୋଟେକ୍ଟ ଅଭିଯାନ ଅଧୀନରେ ଟାଟା ଏଆଇଏ ଏହାର ୫୯୯ ଶାଖା ଏବଂ ସମଗ୍ର ଭାରତରେ ୧.୪୩ ଲକ୍ଷରୁ ଅଧିକ ଅନୁବନ୍ଧିତ ଏଜେଂଟ୍ ଏବଂ କର୍ମଚାରୀଙ୍କୁ ନେଇ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛି। ଏଥିରେ ରୋଡ୍ ସୋ, ଜଗର୍ସ ପାର୍କ କାର୍ଯ୍ୟକଳାପ, ହାଉସିଂ ସୋସାଇଟି କାର୍ଯ୍ୟକ୍ରମ ଏବଂ ସ୍ୱାସ୍ଥ୍ୟ ଶିବିର ଭଳି କାର୍ଯ୍ୟକ୍ରମ ରହିଛି। ସ୍ଥାନୀୟ ପ୍ରସାର ବ୍ୟତୀତ କମ୍ପାନୀ ସ୍ଥାନୀୟ ବେସରକାରୀ ସଂଗଠନ (ଏନଜିଓ), ପଂଚାୟତ ଏବଂ ସ୍ୱୟଂ ସହାୟକ ଗୋଷ୍ଠୀ (ଏସଏଚଜି) ସହିତ ସହଯୋଗ କରିବ ଯାହା ଗ୍ରାମୀଣ ଏବଂ ଅର୍ଦ୍ଧ-ସହରାଚଂଳର ବ୍ୟକ୍ତିବିଶେଷଙ୍କୁ ଶିକ୍ଷିତ ଏବଂ ନିୟୋଜିତ କରିବାରେ ସହାୟକ ହୋଇପାରିବ।
ଟାଟା ଏଆଇଏର ୫୫୦ରୁ ଅଧିକ ଶାଖା ଏହି ଅଭିଯାନ ଆରମ୍ଭ କରିସାରିଛନ୍ତି ଯେଉଁଥିରେ ପାଖାପାଖି ୭୦,୦୦୦ ଏଜେଂଟ୍, କର୍ମଚାରୀ ଏବଂ ଗ୍ରାହକ ସାମିଲ ହୋଇଛନ୍ତି।
Comments are closed.