ବଲିଉଡ୍ ସୁପର୍‌ଷ୍ଟାର୍ ରଣବୀର ସିଂହଙ୍କୁ ନେଇ କଏନ୍‌ସ୍ୱିଚ୍ କୁବେର୍ ଆପ୍ ର ନୂଆ ବିଜ୍ଞାପନ


ଭୁବନେଶ୍ୱର: ଭାରତର ସର୍ବବୃହତ୍ ଓ ବହୁମୂଲ୍ୟ କ୍ରିପ୍ଟୋ ପ୍ଲାଟ୍‌ଫର୍ମ, କଏନ୍‌ସ୍ୱିଚ୍ କୁବେର ପକ୍ଷରୁ ବଲିଉଡ୍ ସୁପର୍‌ଷ୍ଟାର୍ ରଣବୀର ସିଂହଙ୍କ ଅଭିନୀତ ଏକ ନୂଆ ବିଜ୍ଞାପନର ଶୁଭାରମ୍ଭ କରାଯାଇଛି । ଏହାକୁ ଆର୍ଥିକ ଉନ୍ନତି ଆଣିବା ଓ ସମସ୍ତ ଭାରତୀୟଙ୍କ ପାଇଁ ଆର୍ôଥକ ସେବାକୁ ବ୍ୟବହାରଯୋଗ୍ୟ କରିବା ନିମନ୍ତେ କମ୍ପାନୀର ନିରନ୍ତର ପ୍ରୟାସର ଏକ ଅଂଶ ଭାବେ ଆରମ୍ଭ କରାଯାଇଛି । ଏହି ନୂଆ ବିଜ୍ଞାପନ କଏନ୍‌ସ୍ୱିଚ୍ କୁବେର୍‌ର ଅଭିନବ ଉତ୍ପାଦଗୁଡିକୁ ଆଲୋକପାତ କରୁଛି ଯାହା ଉପଭୋକ୍ତାଙ୍କୁ କେବଳ ୧୦୦ ଟଙ୍କାରୁ କ୍ରିପ୍ଟୋ ନିବେଶ ଆରମ୍ଭ କରିବାକୁ ଅନୁମତି ଦେଉଛି । ଏହି ବିଜ୍ଞାପନ ବିଭିନ୍ନ ଅନ୍‌ଲାଇନ୍ ଓ ଡିଜିଟାଲ ପ୍ଲାଟ୍‌ଫର୍ମ ସମେତ ଟେଲିଭିଜନ, ପ୍ରିଂଟ୍ ଓ ଓଟିଟି ପ୍ଲାଟ୍‌ଫର୍ମ ଡିଜନୀ + ହଟ୍‌ଷ୍ଟାର୍‌ରେ ପରିଚାଳିତ ହେଉଥିବା କଏନ୍‌ସ୍ୱିଚ୍ କୁବେର୍‌ର ନୂଆ ୩୬୦ ଡିଗ୍ରୀ ଆଡ୍ କ୍ୟାମ୍ପେନ୍ (ପ୍ରଥମ ଫିଲ୍ମ, ୨ୟ ଫିଲ୍ମ ଓ ୩ୟ ଫିଲ୍ମ), ହାସଟ୍ୟାଗ୍ କୁଛ୍ ତୋ ବଦ୍‌ଲେଗା ର ଅଂଶ ଅଟେ ।
କଏନ୍‌ସ୍ୱିଚ୍ କୁବେର୍(coinswitch.co) ର ସରଳ ଓ ଉପଭୋକ୍ତା ଅନୁକୂଳ ଇଂଟର୍‌ଫେସ୍ ଉପଭୋକ୍ତାଙ୍କୁ ବିଟ୍‌କଏନ୍ ଓ ଅନ୍ୟ ଲୋକପ୍ରିୟ କ୍ରିପ୍ଟୋ କରେନ୍ସିଗୁଡିକରେ ଫ୍ରାକ୍ସନାଲ ବିଟ୍‌ସରେ ନିବେଶ ଆରମ୍ଭ କରିବାକୁ ସକ୍ଷମ କରିଥାଏ । କୌଣସି ପ୍ରକାରର ସୁରକ୍ଷା ଉଲ୍ଲଂଘନ ଓ ଆର୍ଥିକ ଅନିୟମିତତାରୁ ସମସ୍ତ କ୍ରିପ୍ଟୋ ଟ୍ରାଞ୍ଜାକ୍ସନଗୁଡିକ ସ୍ୱଚ୍ଛ ଓ ସୁରକ୍ଷିତ ଅଟେ ବୋଲି ସୁନିଶ୍ଚିତ କରିବା ପାଇଁ କ୍ରିପ୍ଟୋ ୟୁନିକର୍ଣ୍ଣ ଚେନ୍‌ଆନାଲିସିସ୍ ସହିତ ମିଶି କାର୍ଯ୍ୟ କରୁଛି । ଅନ୍ୟ କ୍ରିପ୍ଟୋ କରେନ୍ସି ଏକ୍ସଚେଞ୍ଜର ବିପରୀତରେ କଏନ୍‌ସ୍ୱିଚ୍ କୁବେର୍ ଉପଭୋକ୍ତାଙ୍କୁ ସର୍ବୋତମ ରେଟ୍‌ରେ କାରବାର କରିବାକୁ ସକ୍ଷମ କରିବା ଲାଗି ଭାରତ ଓ ବିଶ୍ୱବ୍ୟାପୀ ଅଗ୍ରଣୀ କ୍ରିପ୍ଟୋ ଏକ୍ସଚେଞ୍ଜ ଗୁଡିକରୁ ଲିକ୍ୟୁଡ଼ିଟି ହାସଲ କରିଥାଏ ।
ଏସମ୍ପର୍କରେ କଏନ୍‌ସ୍ୱିଚ୍ କୁବେର୍‌ର ଚିଫ୍ ବିଜ୍‌ନେସ୍ ଅଫିସର, ସାରନ୍ ନାୟର କହିଛନ୍ତି, “ଆମେ ଉପଭୋକ୍ତାମାନଙ୍କୁ କ୍ରୟ ପର୍ଯ୍ୟାୟରେ ଗଭୀର ଅନ୍ତର୍ଦୃଷ୍ଟି ପ୍ରଦାନ କରିବାକୁ ଚେଷ୍ଟା କରୁଛୁ ଯାହା ସେମାନଙ୍କୁ ଏକ ତଥ୍ୟ ଆଧାରିତ ନିବେଶ ନିଷ୍ପତି ନେବାରେ ସାହାଯ୍ୟ କରିବ । କ୍ରିପ୍ଟୋକରେନ୍ସି ଓ ହାସଟ୍ୟାଗ୍ ମେକିଙ୍ଗ୍ ଇଣ୍ଡିଆଇନ୍ ଭେଷ୍ଟ ସମ୍ପର୍କରେ ସଚେତନତା ବୃଦ୍ଧି କରିବା ପାଇଁ ଆମର ନିରନ୍ତର ପ୍ରୟାସରେ ଆମେ ବଲିଉଡ୍ ସୁପରଷ୍ଟାର୍ ଓ ଅଲ୍ଟିମେଟ୍ ୟୁଥ୍ ଆଇକନ, ରଣବୀର ସିଂହଙ୍କ ସହ ସହଭାଗିତା କରି ଖୁସି ଅନୁଭବ କରୁଛୁ । ଆମର ୬୦%ରୁ ଅଧିକ ଉପଭୋକ୍ତା ଆଧାର ଟିୟର ୨ ଓ ୩ ସହରଗୁଡିକରୁ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୫୦% ଉପଭୋକ୍ତାଙ୍କ ବୟସ ୨୮ ବର୍ଷରୁ କମ୍ ରହିଛି । ରଣବୀରଙ୍କ ଅପୂର୍ବ ଶକ୍ତି, ଉତ୍ସାହ ଓ ବିଶ୍ୱସନୀୟତା ଆମକୁ ଅଧିକ ଭାରତୀୟଙ୍କୁ କ୍ରିପ୍ଟୋ ବିପ୍ଳବ ସମ୍ପର୍କରେ ନିୟୋଜିତ, ଶିକ୍ଷିତ ଓ ଉତ୍ସାହିତ କରିବାରେ ସାହାଯ୍ୟ କରିବ ।”
କଏନ୍‌ସ୍ୱିଚ୍‌କୁବେର୍ ୧.୯ ବିଲିୟନ ଡଲାରର ଏକ ଭାଲୁଏଶନରେ ଭାରତର ବହୁମୂଲ୍ୟ କ୍ରିପ୍ଟୋ ୟୁନିକର୍ଣ୍ଣରେ ପରିଣତ ହେବା ପାଇଁ ସେପ୍ଟେମ୍ବର ୨୦୨୧ରେ କଏନ୍‌ବେସ୍ ଭେଂଚର ଓ ଆଣ୍ଡ୍ରିସେନ୍ ହୋରୋୱିଟ୍‌ଜ (ଏ ୧୬ଜେଡ୍‌)ଠାରୁ ସିରିଜ୍ ସି ଫଣ୍ଡିଙ୍ଗ୍‌ରେ ୨୬୦ ମିଲିୟନ ଡଲାର୍ ପାଣ୍ଠି ହାସଲ କରିଛି । କମ୍ପାନୀ କେବଳ ୧୫ ମାସରେ ୧୧ ମିଲିୟନ ପଞ୍ଜୀକୃତ ଉପଭୋକ୍ତାଙ୍କ ସଂଖ୍ୟା ଅତିକ୍ରମ କରିଛି ଏବଂ ବର୍ତମାନ ଏହାର ବର୍ଦ୍ଧିତ ଗ୍ରାହକ ଆଧାରକୁ ବହୁମୂଖୀ ନିବେଶ ବିକଳ୍ପ ପ୍ରଦାନ କରିବା ପାଇଁ ଯୋଜନା ରଖିଛି ।


Share It

Comments are closed.