କଳ୍ପନା ଜଳ୍ପନାର ଘଟିଲା ଅନ୍ତ, ତାର କିଶୋର ପ୍ରସାଦ ଏବଂ ରେଣୁ ଦେବୀ ହେବେ ବିହାରର ନୂଆ ଉପ ମୁଖ୍ୟମନ୍ତ୍ରୀ


ବିହାରର ନୂଆ ଉପମୁଖ୍ୟମନ୍ତ୍ରୀ କିଏ ହେବ ତାକୁ ନେଇ ସସପେନ୍ସ ଶେଷ ହୋଇଛି । ବିଜେପିର ଚାରି ଥରର ବିଧାୟକ ତାରକିଶୋର ପ୍ରସାଦ ବିହାରର ଉପମୁଖ୍ୟମନ୍ତ୍ରୀ ହେବେ । ଏନେଇ ସେ ନିଜେ ସୂଚନା ଦେଇଛନ୍ତି । ତାରକିଶୋର କହିଛନ୍ତି ଯେ, ବିହାରର ଉପ ମୁଖ୍ୟମନ୍ତ୍ରୀକୁ ନେଇ ତାଙ୍କ ନାମରେ ସହମତି ପ୍ରକାଶ ପାଇଛି । ସେ ସୋମବାର ହିଁ ଉପ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ଏହାସହ ସେ ବିହାରର ବିକାଶ ଦିଗରେ କାମ କରିବେ ବୋଲି କହିଛନ୍ତି ।

ବିହାରର ଉପ ମୁଖ୍ୟମନ୍ତ୍ରୀ କିଏ ହେବ ତାକୁ ନେଇ ଗତ ୪୮ ଘଣ୍ଟା ଧରି କସରତ ଜାରି ରହିଥିଲା । ରବିବାର ସୁଶୀଲ କୁମାର ମୋଦୀଙ୍କ ଦ୍ୱାରା କରାଯାଇଥିବା ଟ୍ୱିଟ୍  ପରେ ସେ ଚଳିତ ଥର ଆଉ ଉପ ମୁଖ୍ୟମନ୍ତ୍ରୀ ହେବେନି ବୋଲି ସ୍ପଷ୍ଟ ହୋଇଥିଲା । ଏପରିକି ନୂଆ ସରକାରରେ ଦୁଇଜଣ ଉପ ମୁଖ୍ୟମନ୍ତ୍ରୀ ହେବେ ବୋଲି ମଧ୍ୟ ଚର୍ଚ୍ଚା ହେଉଥିଲା । ତେବେ ଦ୍ୱିତୀୟ ଉପ ମୁଖ୍ୟମନ୍ତ୍ରୀ କିଏ ହେବେ ସେନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ । ସୂଚନାଯୋଗ୍ୟ, ବିହାରରେ ନୀତିଶ କୁମାରଙ୍କ ନେତୃତ୍ୱରେ ଏନଡିଏ ସରକାର ସୋମବାର ୪ଟା ୩୦ରେ ଶପଥ ଗ୍ରହଣ କରିବେ ।ନୀତିଶଙ୍କ ସହ ଅନେକ ମନ୍ତ୍ରୀ ମଧ୍ୟ ଶପଥ ନେବେ । ବିଜେପି, ଜେଡିୟୁ ସମେତ ଅନ୍ୟ ସହଯୋଗୀ ଦଳର ବିଧାୟକ ମଧ୍ୟ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ।


Share It

Comments are closed.