ସୋନାଟା ପକ୍ଷରୁ ନୂଆ ପରିଚୟ ଓ ପ୍ରଡ଼କ୍ଟ ରେଞ୍ଜ୍‌ର ଶୁଭାରମ୍ଭ


ଭୁବନେଶ୍ୱର: ଟାଇଟାନ୍ କମ୍ପାନି ଲିମିଟେଡ୍‌ର ସର୍ବବୃହତ ବିକ୍ରି ହେଉଥିବା ହାତଘଂଟା ବ୍ରାଣ୍ଡ ସୋନାଟା ଏହାର ନୂଆ ବ୍ରାଣ୍ଡ ପରିଚୟ ଓ ଉତ୍ପାଦ ବର୍ଗମାଳା ଜରିଆରେ ବଜାରରେ ବିପ୍ଳବ ଆଣିବାକୁ ଲକ୍ଷ୍ୟ ରଖିଛି । ନୂଆ ପରିଚୟ ଡିଜାଇନକୁ ଏକ ନୂଆ ଦୃଷ୍ଟିକୋଣ ଦେବାକୁ ପ୍ରସ୍ତୁତ କରାଯାଇଛି ଯେଁଥିରେ ସହରାଚଂଳ ଓ ଅର୍ଧ ସହରାଚଂଳରେ କ୍ୟାରିୟର ଆରମ୍ଭ କରିବାକୁ ଯାଉଥିବା ଯୁବବର୍ଗଙ୍କ ଅଭିଳାଷ ପ୍ରତିଫଳିତ ହୋଇଛି । ଏହାର ଚମତ୍କାର ତଥା ସମସାମୟିକ ଡିଜାଇନ୍‌କୁ ନେଇ ନୂଆ ସୋନାଟା ବ୍ରାଣ୍ଡ୍‌ର ଉପସ୍ଥିତିକୁ ବଢ଼ାଇବ ଯାହା ଯୁବପିଢ଼ିଙ୍କୁ ବେଶ୍ ପସନ୍ଦ ଆସିବ ।
ଶିଳ୍ପର ଆକଳନ ଅନୁସାରେ ଭାରତରେ ୨୬ କୋଟି ଜିଲେନିଆଲ୍ (ଜେଡ୍ ପିଢ଼ି) ଗ୍ରାହକ ରହିଛନ୍ତି ଏବଂ ସେହି ସଂଖ୍ୟାରେ ବାର୍ଷିକ ୩ ରୁ ୪ ଲକ୍ଷ ବୃ୍‌ଦ୍ଧି ହେଉଛି । ନୂଆ ପିଢ଼ିର ଯୁବବର୍ଗ ଏବଂ ପୁରୁଣା ଯୁବବର୍ଗଙ୍କ ଭିତରେ ସେତୁ ହେଉଛନ୍ତି ଜିଲେନିଆଲ୍ ଯେଉଁମାନେ ସେମାନଙ୍କ ସ୍ୱତନ୍ତ୍ର ଅଭିଳାଷ ଜରିଆରେ ଅର୍ଥନୀତିକୁ ଆଗକୁ ବଢ଼ାଉଛନ୍ତି । ସେମାନେ ପାରମ୍ପରିକ ନିୟମ ପ୍ରତି ଆହ୍ୱାନ ସୃଷ୍ଟି କରୁଥିବା ବେଳେ ଭବିଷ୍ୟତ ଦୃଶ୍ୟପଟ୍ଟକୁ ଆକାର ପ୍ରଦାନ କରୁଛନ୍ତି । ସେମାନେ ନିଜର ସଫଳତା କାହାଣୀ ରଚନା କରିବାକୁ ଚାହୁଛନ୍ତି । ବ୍ରାଣ୍ଡ ପଛରେ ଥିବା ଉଦ୍ଦେଶ୍ୟ ଓ ଲକ୍ଷ୍ୟକୁ ସେମାନେ ବୁଝୁଛନ୍ତି । ସେହି ସବୁ ବିଷୟ ବିଚାରକୁ ନେଇ ସୋନାଟା ଏହାର ନୂଆ ବ୍ରାଣ୍ଡ ପରିଚୟ ପ୍ରସ୍ତୁତ କରିଛି ଏବଂ ଏହି ଉଦୀୟମାନ ଗ୍ରାହକ ବର୍ଗର ପ୍ରାଥମିକତା ଏବଂ ଆବଶ୍ୟକତା ପୂରଣ କରିବାକୁ ଚାହୁଛି ।
ସୋନାଟାର ବ୍ରାଣ୍ଡ ମୁଖ୍ୟ ଶ୍ରୀ ପ୍ରତୀକ ଗୁପ୍ତା କହିଛନ୍ତି ଯେ, “ନୂତନ ଭାବେ ପରିକଳ୍ପିତ ସେନାଟାକୁ ଉପସ୍ଥାପନ କରି ଆମେ ରୋମାଂଚିତ ମନେ କରୁଛୁ ଯାହା ହେଉଛି ଆଜିର ଯୁବ ବର୍ଗଙ୍କ ଭାବକୁ ବାସ୍ତବରେ ପ୍ରତିଫଳିତ କରୁଛି । ଆମର ଲକ୍ଷ୍ୟ ହେଉଛି ସେହି ଯୁବବର୍ଗଙ୍କୁ ଏକ ହାତଂଘଟା ପ୍ରଦାନ କରିବା ଯାହା କେବଳ ସେମାନଙ୍କ ବ୍ୟକ୍ତିଗତ ଷ୍ଟାଇଲ୍‌କୁ ବଢ଼ାଇବ ନାହିଁ, ବରଂ ସେମାନଙ୍କ ଯାତ୍ରା ଓ ସଫଳତାର ପ୍ରତୀକ ହେବ । ଗୁଣାତ୍ମକ ମାନ ଓ ଷ୍ଟାଇଲ୍ ଉପରେ ସେମାନେ ଯେଉଁ ଭରସା ପ୍ରକଟ କରିଛନ୍ତି ଆମେ ତାହା ବୁଝୁଛୁ ଏବଂ ଆମ ନୂଆ ଡିଜାଇନ୍ ସେହି ସମ୍ଭ୍ରାନ୍ତ ଷ୍ଟାଇଲ୍‌ର ମିଶ୍ରଣକୁ ପ୍ରତିଫଳିତ କରୁଛି । ଏହି ବର୍ଗର ଯୁବପିଢ଼ିଙ୍କ ଅଭିଳାଷ ଓ ଜୀବନଶୈଳୀ ଅନୁସାରେ ସୋନାଟା ସେମାନଙ୍କ ପ୍ରଗତିର ସହଯୋଗୀ ହୋଇରହିବାକୁ ଚାହୁଛି ।
ନୂଆ ସୋନାଟାରେ ଆଧୁନିକ ଡିଜାଇନ୍ ସହିତ ୪୨ ଷ୍ଟାଇଲ୍ ରହିଛି ଯାହାର ମୂଲ୍ୟ ୧୭୨୫ ଟଙ୍କାରୁ ଆରମ୍ଭ ହୋଇଛି । ଏହି ହାତଘଂଟାଗୁଡ଼ିକ ଜୀବନ୍ତ ରଙ୍ଗ ଓ ସମସାମୟିକ ଡିଜାଇନ୍ ଭାଷାକୁ ପ୍ରଦର୍ଶିତ କରୁଛି । ହାତଂଘଟାଗୁଡ଼ିକର ସମ୍ଭ୍ରାନ୍ତ ଯୁବପିଢ଼ିଙ୍କୁ ବୋର୍ଡରୁମ୍ ହେଉ ଅଥବା ସପ୍ତାହର ଛୁଟିଦିନଗୁଡ଼ିକରେ ଷ୍ଟାଇଲ୍‌କୁ ପ୍ରଦର୍ଶିତ କରିବାରେ ସହାୟକ ହେବ । ସୋନାଟାର ନୂଆ ପରିଚୟକୁ ସ୍ପଷ୍ଟ ଭାବେ ବିଲ୍‌ବୋର୍ଡ ଓ ଡିଜିଟାଲ୍ ପ୍ଲାଟଫର୍ମରେ ପ୍ରଦର୍ଶିତ କରାଯିବ ।
ନୂଆ ସୋନାଟା ଏବେ ଟାଇଟାନ୍ ୱାର୍ଲଡ୍ ଷ୍ଟୋର୍‌, ସ୍ୱୀକୃତିପ୍ରାପ୍ତ ଡିଲର୍ ଓ ଇ-କମର୍ସ ପ୍ଲାଟଫର୍ମ ଓ www.sonatawatches.in.ରେ ଉପଲବ୍ଧ ।


Share It

Comments are closed.