ଯୌନ ଉତ୍ପିଡନ ଯୋଗୁଁ ବଲିଉଡରୁ ଦୂରେଇ ଯାଇଥିଲେ ଏହି ଅଭିନେତ୍ରୀ


ସାରା ଦୁନିଆରେ #MeToo କ୍ୟାମ୍ପେନ ଜରୀଆରେ ଅନେକ ମହିଳା ତାଙ୍କ ପ୍ରତି ହୋଇଥିବା ଯୌନ ଉତ୍ପିଡନ ବିରୋଧରେ ସ୍ୱର ଉଠାଇ ସାରିଛନ୍ତି । ସେହିଭଳି ବଲିଉଡର ମଧ୍ୟ ଅନେକ ଅଭିନେତ୍ରୀ ତାଙ୍କ ପ୍ରତି ହୋଇଥିବା କାଷ୍ଟିଙ୍ଗ କାଉଚ ଏବଂ ଯୌନ ଉତ୍ପିଡନ ବିରୋଧରେ ସ୍ୱର ଉଠାଇ ସାରିଛନ୍ତି । ପୂର୍ବରୁ ବଲିଉଡର ଅନେକ ଅଭିନେତ୍ରୀ ଏହି ବିରୋଧରେ ସ୍ୱର ଉଠାଇସାରିଥିବାବେଳେ ଏବେ ଏହି ରେସରେ ତନୁଶ୍ରୀ ଦତ୍ତ ମଧ୍ୟ ସାମିଲ ହୋଇଯାଇଛନ୍ତି । ଏହି ଅଭିନେତ୍ରୀ ଜଣକ ବଲିଉଡର ବର୍ଷିୟାନ ଅଭିନେତା ନାନା ପାଟେକରଙ୍କ ବିରୋଧରେ ଯୌନ ଉତ୍ପିଡନର ଆରୋପ ଲଗାଇଛନ୍ତି ।
ଏକ ସାକ୍ଷାତକାର ମାଧ୍ୟମରେ ତନୁଶ୍ରୀ କହିଛନ୍ତି , ନାନା ପାଟେକର ୧୦ ବର୍ଷ ପୂର୍ବେ ତାଙ୍କୁ ଏକ ଫିଲ୍ମ ସେଟରେ ଯୌନ ଉତ୍ପିଡନ କରାଇବା ପାଇଁ ଚେଷ୍ଟା କରିଥିଲେ । ଜୁମ ଟି.ଭିକୁ ଦେଇଥିବା ସାକ୍ଷତକାର ମାଧ୍ୟମରେ ତନୁଶ୍ରୀ କହିଛନ୍ତ, “Horn Ok Pleassss”ଫିଲ୍ମର ସୁଟିଂ ସମୟରେ ନାନା ପାଟେକର ତାଙ୍କ ସହ ଦୁବ୍ୟବହାର କରିଥିଲେ । ନାନା ପାଟେକର ତାଙ୍କ ହାତ ଧରି ଟାଣିବାକୁ ଲାଗିଲେ ଏବଂ ତାଙ୍କୁ ସହ ଅଶ୍ଳିଳ ବ୍ୟବହାର ମଧ୍ୟ କଲେ । ଏହା ସହ ଆହୁରୀ ମଧ୍ୟ କହିଲେ ଯେ, ନାନା ପାଟେକର କେବଳ ଏତିକି କରିନଥିଲେ ବରଂ ଏହା ସହ ସେ ନିର୍ମାତାଙ୍କ ପାଖରେ ମୋ ସହ ଏକ ଇଣ୍ଟିମେଣ୍ଟ ଷ୍ଟେପ କରିବା ପାଇଁ ଦାବୀ ମଧ୍ୟ କଲେ ।
ତାଙ୍କ କହିବା ଅନୁଯାୟୀ, ସେ ଏହି ଫିଲ୍ମ ସୁଟିଙ୍ଗ ସମୟରୁ ନାନାଙ୍କ ବିରୋଧରେ ନିର୍ମାତାଙ୍କ ଠାରୁ ଆରମ୍ଭ କରି ସମସ୍ତଙ୍କୁ ଅଭିଯୋଗ କରିଥିଲେ କିନ୍ତୁ ଏହି ଘଟଣା ସଂପର୍କରେ ସମସ୍ତେ ଅବଗତ ଥାଇ ମଧ୍ୟ ଚୁପ ରହିବସିଲେ । ଏହା ଘଟଣା ଘଟିବା ପରେ ମୋତେ ୩୦-୪୦ଟି ଫିଲ୍ମର ଅଫର ମଧ୍ୟ ଆସିଥିଲା କିନ୍ତ ମୋ ମନ ଭିତରେ ଥିବା ଏହି ଭୟର କାରଣରୁ ମୁଁ ଆଉ କୌଣସି ଫିଲ୍ମ କରିବି ନାହିଁ ବୋଲି ମନା କରିଦେଇଥିଲି ।
ପ୍ରକାଶ ଥାଉକି, ତନୁଶ୍ରୀ ୨୦୦୫ରେ “ଆସିକ ବନାୟା ଆପନେ” ଫିଲ୍ମ ଜରୀଆରେ ବଲିଉଡରେ ପ୍ରବେଶ କରିଥିଲେ । ଏହି ଫିଲ୍ମ ସମେତ ସେ ଆହୁରୀ ମଧ୍ୟ ଅନେକ ଫିଲ୍ମ କରିସାରିଛନ୍ତି । ବିଗତ କିଛି ଦିନ ହେବ ସେ ଫିଲ୍ମ ଜଗତରୁ ଦୂରେଇ ରହିଛନ୍ତି । ତନୁଶ୍ରୀଙ୍କୁ ଶେଷଥର ପାଇଁ ୨୦୧୦ରେ “ଆପାର୍ଟମେଣ୍ଟ” ଫିଲ୍ମରେ ଦେଖିବାକୁ ମିଳିଥିଲା । ସେ ବର୍ତ୍ତମାନ ଆମେରିକା ରହୁଛନ୍ତି ।


Share It

Comments are closed.