ତାନେଇରା ପକ୍ଷରୁ ପ୍ରଥମ ଥର ପାଇଁ ଶାଢୀ ଉପରେ ୪୦% ରିହାତି ଘୋଷଣା, ୨୦୨୪-୨୫ ଆର୍ଥିକ ବର୍ଷରେ ୩୦% ବୃଦ୍ଧି ସହ ଧାରା ଅବ୍ୟାହତ

Share It

 

ଭୁବନେଶ୍ୱର: ତନେଇରା ପକ୍ଷରୁ ୨୦୨୪-୨୫ରେ ପ୍ରାୟ ୩୦% ବୃଦ୍ଧି ହାସଲ କରିଛି ଏବଂ ବିବାହ କ୍ରୟ ପ୍ରଭୃତି ସହ ୨୦୨୫-୨୬କୁ ଏହା ପ୍ରଭାବଶାଳୀ ଆରମ୍ଭ କରିଛି ଯାହା ଏହାର ଅଭିବୃଦ୍ଧି ଅଭ୍ୟାସକୁ ଜାରି ରଖିଛି। ଏହି ଗତି ଅନୁସରଣ କରି ବ୍ରାଣ୍ଡଟି ପ୍ରଥମ ଥର ପାଇଁ ଏକ ଜାତୀୟ ସ୍ତରର ବିକ୍ରୟ ଆରମ୍ଭ କରିଛି ଯେଉଁଥିରେ ଶାଢୀ, ରେଡି-ଟୁ-ୱେୟାର୍ ଏନସେମ୍ବଲ୍‌, ସିଲାଇ ହୋଇଥିବା କୁର୍ତା ସେଟ୍ ଏବଂ ଉତ୍ସବ ଲେହେଙ୍ଗା ଭଳି ବିଭିନ୍ନ ବର୍ଗର ଉତ୍ପାଦ ଉପରେ ୪୦% ରିହାତି ଦିଆଯାଇଛି। ସେଗୁଡିକ ସମସ୍ତ ଶୁଦ୍ଧ ଏବଂ ପ୍ରାକୃତିକ କପଡ଼ାରେ ନିର୍ମିତ।
୪୧ଟି ସହରରେ ୮୦ଟି ଷ୍ଟୋରର ଏକ ଦୃଢ଼ ଜାତୀୟ ନେଟୱାର୍କ ସହିତ ତାନେଇରା ଏକ ପ୍ରମୁଖ ଏଥନିକ୍ ୱେୟାର୍ ଗନ୍ତବ୍ୟ ସ୍ଥଳ ଭାବରେ ନିଜ ସ୍ଥିତିକୁ ଆହୁରି ସୁଦୃଢ଼ କରୁଛି। ପର୍ବ ଋତୁର ଆଗମନ ସହିତ ଯାହା ଯଥେଷ୍ଟ ଅଧିକ ପୂର୍ବରୁ ଆରମ୍ଭ ହୋଇଛି। ଏହି ବିକ୍ରୟ ଋତୁର ଆରମ୍ଭ ଘୋଷଣା କରିବା ଏବଂ ଗ୍ରାହକଙ୍କୁ ତାନେଇରାର ଅନନ୍ୟ ଡିଜାଇନ ଦ୍ୱାରା ପୃଥକ କରାଯାଇଥିବା ଶୁଦ୍ଧ ଏବଂ ପ୍ରାମାଣିକ ଉତ୍ପାଦ ସଂଗ୍ରହ କରିବାର ସୁଯୋଗ ଦେବା ଉଦ୍ଦେଶ୍ୟରେ ଆୟୋଜନ କରାଯାଇଛି।
ଏହି ଅବସରରେ ଟାନେଇରାର ମୁଖ୍ୟ ବିକ୍ରୟ ଏବଂ ମାର୍କେଟିଂ ଅଧିକାରୀ ସୋମପ୍ରଭ କୁମାର ସିଂହ କହିଛନ୍ତି ଯେ, “ଆମେ ପ୍ରଥମ ଥର ପାଇଁ ଏତେ ବିସ୍ତୃତ ପରିସର ଉପରେ ରିହାତି ପ୍ରଦାନ କରୁଛୁ ଯେଉଁଥିରେ ଉତ୍ପାଦଗୁଡିକ ୪୦% ରିହାତି ସହିତ ଉପଲବ୍ଧ ହୋଇଛି। ଏହି ଅଫର୍ ହେଉଛି ଏକ ଅତିରିକ୍ତ ସୁବିଧା ଯାହା ତାନେଇରାର ସମୃଦ୍ଧି ଏବଂ ଶୁଦ୍ଧତାର ଅନୁଭୂତି ସହିତ ମିଳିତ। ପ୍ରାମାଣିକ ଭାବେ ସଂଗୃହିତ ହସ୍ତତନ୍ତ ଉତ୍ପାଦ ଏବଂ ପ୍ରତ୍ୟେକ ଖଣ୍ଡରେ ଶୁଦ୍ଧତା ଏବଂ ଗୁଣବତାର ପ୍ରତିଶ୍ରୁତି ସହିତ ଆମେ ଆମ ଗ୍ରାହକଙ୍କ ପାଇଁ ଏହି ଅନୁଭୂତିକୁ ବିଶେଷ ଭାବରେ ଗଢିବା ପାଇଁ ଲକ୍ଷ୍ୟ ରଖିଛୁ।”
ବନାରସୀ, କାଞ୍ଜିବରମ୍‌, ଜାମଦାନୀଠାରୁ ଟସର୍ ପର୍ଯ୍ୟନ୍ତ ବ୍ରାଣ୍ଡର ପ୍ରଦାନ କରୁଥିବା ଉତ୍ପାଦଗୁଡିକ ଭାରତର ବୟନ ଐତିହ୍ୟକୁ ସଂରକ୍ଷଣ କରୁଥିବା କାରିଗରମାନଙ୍କୁ ଏକ ଶ୍ରଦ୍ଧାଞ୍ଜଳି। ପ୍ରତ୍ୟେକ ତାନେଇରା ଷ୍ଟୋର ଶାଢୀ ପ୍ରେମୀଙ୍କ ପାଇଁ ଏକ ସମୃଦ୍ଧ ଭାବନାର ସ୍ଥଳୀ ଭାବରେ ପ୍ରସ୍ତୁତ ହୋଇଛି ଯେଉଁଥିରେ ବିବାହ୍‌, ପର୍ବପର୍ବାଣୀ ଏବଂ ଦୈନନ୍ଦିନ ଆବଶ୍ୟକୀୟ ଜିନିଷ ଗୋଟିଏ ଛାତ ତଳେ ଉପଲବ୍ଧ ହୋଇଛି। ଗ୍ରାହକମାନେ ଶୁଦ୍ଧ ସିଲ୍କ, ଇକତ କପଡ଼ା, କୋଟା ଡୋରିଆ, ଚାନ୍ଦେରୀ ଏବଂ ମାହେଶ୍ୱରୀ, ଦକ୍ଷିଣ ସିଲ୍କ, ସମ୍ବଲପୁରୀ ଏବଂ ଭେଜାନ୍ ସଂଗ୍ରହ ଭଳି ଅନ୍ୟାନ୍ୟ ବୟନ କ୍ଲଷ୍ଟରର ଏକ ପ୍ରଭାବଶାଳୀ ସଂଗ୍ରହ ଅନୁସନ୍ଧାନ କରିପାରିବେ। ଗୁଣବତା ପ୍ରତି ପ୍ରତିବଦ୍ଧ ଥିବା ତାନେଇରା ଗର୍ବର ସହିତ ଶୁଦ୍ଧ ଜରି କଞ୍ଜିବରମ ପାଇଁ ପ୍ରମାଣପତ୍ର ପ୍ରଦାନ କରୁଛି ଯାହା ପ୍ରକୃତ କାରିଗରୀର ଏକ ଚିହ୍ନ ଯାହା ନିଶ୍ଚିତ କରୁଛି ଯେ ପ୍ରତ୍ୟେକ ଖଣ୍ଡ ଭାରତର ସମୃଦ୍ଧ ବସ୍ତ୍ର ଐତିହ୍ୟକୁ ପାଳନ କରୁଛି।
ଗ୍ରାହକମାନେ ତାନେଇରା ଷ୍ଟୋର, ସିଡିଏ ସେକ୍ଟର ୬, କଟକରେ ଏହି ଅଫର ପାଇପାରିବେ।


Share It

Comments are closed.