ତାମିଲନାଡ଼ ମାର୍କେଣ୍ଟାଇଲ୍ ବ୍ୟାଙ୍କ ପକ୍ଷରୁ ସାଲି ଏସ୍ ନାୟାରଙ୍କୁ ନୂଆ ଏମଡି ଓ ସିଇଓ ଭାବେ ନିଯୁକ୍ତି


ଭୁବନେଶ୍ୱର: ତାମିଲନାଡ ମର୍କେଣ୍ଟାଇଲ ବ୍ୟାଙ୍କ ପକ୍ଷରୁ ଶ୍ରୀ ସାଲି ଏସ ନାୟାରଙ୍କୁ ତିନି ବର୍ଷ ପାଇଁ ଏମଡି ଓ ସିଇଓ ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି।

ନିଯୁକ୍ତି ସମ୍ପର୍କରେ ଶ୍ରୀ ସାଲି କହିଛନ୍ତି ଯେ, “ତାମିଲନାଡ ମର୍କେଣ୍ଟାଇଲ୍ ବ୍ୟାଙ୍କ ପାଇଁ ଏଭଳି ଗୁରୁତ୍ୱପୂର୍ଣ୍ଣ ସମୟରେ ଏହି ଦାୟିତ୍ୱ ଗ୍ରହଣ କରି ମୁଁ ଗର୍ବ ଅନୁଭବ କରୁଛି। ମୁଁ ବୋର୍ଡ, ପରିଚାଳନା ଟିମ୍ ଏବଂ ସମସ୍ତ କର୍ମଚାରୀଙ୍କ ସହ ମିଶି ମୋର ପୂର୍ବରୁ ଥିବା ଅଧିକାରୀମାନେ ସ୍ଥାପନ କରିଥିବା ମଜବୁତ ଭିତିଭୂମି ନିର୍ମାଣ କରିବାକୁ ଏବଂ ବ୍ୟାଙ୍କର ଗୁରୁତ୍ୱପୂର୍ଣ୍ଣ ପ୍ରାଥମିକତାକୁ ଆଗକୁ ବଢ଼ାଇବାକୁ ଚାହୁଁଛି।”

ଶ୍ରୀ ସାଲିଙ୍କ ବ୍ୟାଙ୍କିଙ୍ଗ୍ ଏବଂ ଆର୍ôଥକ ସେବା ଶିଳ୍ପରେ ୩୫ ବର୍ଷରୁ ଅଧିକ ଅଭିଜ୍ଞତା ରହିଛି ଯେଉଁଥିରୁ ବ୍ୟାଙ୍କ୍ ଉପକୃତ ହେବ। ଏହା ପୂର୍ବରୁ ସେ ଭାରତୀୟ ଷ୍ଟେଟ ବ୍ୟାଙ୍କର ଉପପରିଚାଳନା ନିର୍ଦ୍ଦେଶକ ଏବଂ ଚିଫ କ୍ରେଡିଟ୍ ଅଫିସର ଭାବେ କାର୍ଯ୍ୟ କରିଥିଲେ ।

ଶ୍ରୀ ସାଲି ଆପ୍ଲାଏଡ୍ ଇଲେକ୍ଟ୍ରୋନିକ୍ସରେ ସ୍ନାତକୋତର କରିଛନ୍ତି। ୧୯୮୭ରେ ଭାରତର ସର୍ବବୃହତ ରାଷ୍ଟ୍ରାୟତ ବ୍ୟାଙ୍କ ଭାରତୀୟ ଷ୍ଟେଟ୍ ବ୍ୟାଙ୍କରେ ପ୍ରୋବେସନରୀ ଅଫିସର (ପିଓ) ଭାବେ ଯୋଗଦେଇ ସେ ନିଜ ବ୍ୟାଙ୍କିଙ୍ଗ କ୍ୟାରିୟର ଆରମ୍ଭ କରିଥିଲେ ।

ଗତ ୩୫ ବର୍ଷ ମଧ୍ୟରେ ଶ୍ରୀ ସାଲି ରିଲାଏନ୍ସ (ମୁକେଶ ଆମ୍ବନୀଙ୍କ ଗ୍ରୁପ୍‌) ଏବଂ ଏସାର ଗ୍ରୁପ୍ ସମେତ ବଡ଼ ବଡ଼ କର୍ପୋରେଟରେ ବିଭିନ୍ନ ଦାୟିତ୍ୱ ତୁଲାଉଛନ୍ତି। ସେ ଏସବିଆଇର ଇଣ୍ଟରନ୍ୟାସନାଲ ବ୍ୟାଙ୍କିଂ ଗ୍ରୁପରେ ଦୁଇଟି ଦାୟିତ୍ୱ ମଧ୍ୟ ପାଇଥିଲେ। ପ୍ରଥମେ ଆମେରିକାର ନ୍ୟୁୟର୍କରେ ଏବଂ ପରେ ସିଡନୀରେ ଥିବା ଅଷ୍ଟ୍ରେଲିଆ ପରିଚାଳନାର ନେତୃତ୍ୱ ନେଉଥିଲେ । ସେ ବ୍ୟାଙ୍କ ପାଇଁ ରାଜସ୍ଥାନ ଏବଂ ପଶ୍ଚିମ ଉତର ପ୍ରଦେଶର ଶାଖା ପରିଚାଳନା କରିବା କାର୍ଯ୍ୟ କରିଛନ୍ତି ଏବଂ ଭାରତୀୟ ଷ୍ଟେଟ ବ୍ୟାଙ୍କ ବିକାନେର ଏବଂ ଜୟପୁରକୁ ଏସବିଆଇ ସହିତ ମିଶ୍ରଣ କରିବାରେ ସେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇଥିଲେ।

ଚାପଗ୍ରସ୍ତ ସମ୍ପତି ପରିଚାଳନାରେ ଶ୍ରୀ ସାଲିଙ୍କରବ୍ୟାପକ ଅଭିଜ୍ଞତା ରହିଛି। ସେ ୨୦୧୭ ଜୁଲାଇରେ ବ୍ୟାଙ୍କର ଚାପଗ୍ରସ୍ତ ସମ୍ପତି କ୍ଷେତ୍ରରେ ମୁଖ୍ୟ ମହାପ୍ରବନ୍ଧକ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ। ସେଠାରେ ସେ ପୁନର୍ଗଠନ, ଆଇବିସି, ଆପୋସ ବୁଝାମଣା/ ଏଆରସି ସେଲ ମାଧ୍ୟମରେ ଏନପିଏ ସମାଧାନ କରିବାରେ ନିୟୋଜିତ ଥିଲେ।

ଏପ୍ରିଲ ୨୦୨୦ରେ ଶ୍ରୀ ସାଲି ଚାପଗ୍ରସ୍ତ ସମ୍ପତ୍ତି ସମାଧାନ ଗୋଷ୍ଠୀର ଉପ ପରିଚାଳନା ନିର୍ଦ୍ଦେଶକ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ। ପରବର୍ତ୍ତୀ ସମୟରେ ସେ ଉପ ପରିଚାଳନା ନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ।


Share It

Comments are closed.