କ୍ୟାନସର ବିରୋଧୀ ଲଢେଇରେ ହାରିଗଲେ ତାମିଲ ଅଭିନେତା ଥବାସୀ


ତାମିଲ ଅଭିନେତା ଥବାସୀଙ୍କ ଦେହାନ୍ତ ହୋଇଛି। ଦୀର୍ଘଦିନ ଧରି କ୍ୟାନସର ସହ ସଂଘର୍ଷ କରୁଥିଲେ ଥବାସୀ। କିଛି ଦିନ ତଳେ ଥବାସୀଙ୍କୁ ମଦୁରାଇର ସରାବଣ ହସ୍ପିଟାଲରେ ଆଡମିଟ କରାଯାଇଥିଲା। ତାଙ୍କ ସ୍ୱାସ୍ଥ୍ୟ ଗୁରୁତର ଥିଲା। ଗତକାଲି ତାଙ୍କର ଦେହାନ୍ତ ହୋଇଛି। ତାମିଲ ଫିଲ୍ମ ଇଣ୍ଡଷ୍ଟ୍ରିରେ ଥବାସୀଙ୍କ ପରଲୋକରେ ଶୋକର ଲହରୀ ଖେଳି ଯାଇଛି। ଥବାସୀ କ୍ୟାନସର ସହ ସଂଘର୍ଷ କରୁଥିବାବେଳେ ତାଙ୍କ ଆର୍ଥିକ ସ୍ଥିତି ବହୁତ ଖରାପ ଚାଲିଥିଲା। ଗତ ସପ୍ତାହରେ ଏହି ଖବର ସାମ୍ନାକୁ ଆସିବା ପରେ କିଛି ଅଭିନେତା ଥବାସୀଙ୍କୁ ସାହାଯ୍ୟ କରିଥିଲା। ଅଭିନେତା ତଥା ଫିଲ୍ମ ନିର୍ମାତା ସିବକାର୍ତ୍ତିକେୟନଙ୍କ ପରେ ମକ୍କାଲ ସେଲବନ ବିଜୟ ସେତୁପତି ଏବଂ ସିଲାମ୍ବରାସନ ଟିଆର ପରିବାରକୁ ଆର୍ଥିକ ସହାୟତା ଦେଇଥିଲେ। ସୂଚନାନୁସାରେ, ସିଲାମ୍ବରସନ ଟିଆର ଏବଂ ବିଜୟ ସେତୁପତି ଥବାସୀଙ୍କୁ ଏକ ଲକ୍ଷ ଟଙ୍କା ଦେଇଥିଲେ। ଅଭିନେତାଙ୍କ ପ୍ରଶଂସକମାନେ ତାଙ୍କ ଅଭିନୟକୁ ପ୍ରଶଂସା କରିଥିଲେ। ବିଜୟ ସେତୁପତିଙ୍କ ଭଲ ବନ୍ଧୁ ତଥା ଅଭିନେତା ସୌନ୍ଦର ରାଜା ବ୍ୟକ୍ତିଗତ ଭାବେ ଥବାସୀଙ୍କୁ ଭେଟି ୧୦ ହଜାର ଟଙ୍କା ପ୍ରଦାନ କରିଥିଲେ। ସୌନ୍ଦର ରାଜା ଥବାସୀଙ୍କୁ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିଥିଲେ। ମିଳିଥିବା ସୂଚନାନୁସାରେ, ଅନେକ ଅଭିନେତା ଏବଂ ନିର୍ମାତା ଥବାସୀଙ୍କୁ ଆହୁରି ଅଧିକା ସାହାଯ୍ୟ କରିବା ପାଇଁ ସମସ୍ତେ ଚେଷ୍ଟା ମଧ୍ୟ ଜାରି ରଖିଥିଲେ। କମେଡ଼ି ଅଭିନେତା ସୁରୀ ମଧ୍ୟ ଥବାସୀଙ୍କୁ ୨୦ ହଜାର ଟଙ୍କା ପ୍ରଦାନ କରିଥିଲେ ଏବଂ ପ୍ରତିଶ୍ରୁତି ଦେଇ କହିଥିଲେ ଆଗକୁ ଆହୁରି ବି ସାହାଯ୍ୟ ତାଙ୍କୁ କରାଯିବ ବୋଲି। ତାମିଲ ଅଭିନେତା ଥବାସୀ ଅନେକ ହିଟ୍‌ ଫିଲ୍ମ କରିଛନ୍ତି। ଦୀର୍ଘ ଦିନ ଧରି ତାଙ୍କ ସ୍ୱାସ୍ଥ୍ୟବସ୍ଥା ଅତ୍ୟନ୍ତ ଖରାପ ଥିଲା। କିଛି ଦିନ ତଳେ ସୋସିଆଲ ମିଡ଼ିଆରେ ତାଙ୍କର ଭିଡ଼ିଓ ସାମ୍ନାକୁ ଆସିଥିଲା। ଭିଡ଼ିଓରେ ସେ ତାଙ୍କର ଚିକିତ୍ସା ପାଇଁ ସାହାଯ୍ୟ ମାଗିଥିଲେ। ଭିଡ଼ିଓରେ ଥବାସୀଙ୍କୁ ଚିହ୍ନିବା ବହୁତ କଷ୍ଟକର ହୋଇପଡ଼ିଥିଲା। କ୍ୟାନସର ଯୋଗୁଁ ସେ ବହୁତ ପତଳା ହୋଇଯାଇଥିଲେ। ଥବାସୀ ନିଜ ଫ୍ୟାନ୍ସମାନଙ୍କୁ ସାହାଯ୍ୟ ପାଇଁ ଅନେକ ନିବେଦନ କରିଥିଲେ।।


Share It

Comments are closed.