ଗୁଗଲ୍ ସହାୟତାରେ ଟ୍ୟାଲେଂଟ୍ ସ୍ପ୍ରିଂଟ୍ ପକ୍ଷରୁ ଓମେନ୍ ଇଞ୍ଜିନିୟର୍ସ ପ୍ରୋଗ୍ରାମ


ଭୁବନେଶ୍ୱର: ଏକ ଅଗ୍ରଣୀ ଏଡ୍‌ଟେକ୍ ପ୍ଲାଟ୍‌ଫର୍ମ ଓ ଏନ୍‌ଏସ୍‌ଇ ଗ୍ରୁପ୍ କମ୍ପାନୀ, ଟ୍ୟାଲେଂଟ୍ ସ୍ପ୍ରିଂଟ୍ ପକ୍ଷରୁ ଗୁଗଲ୍‌ର ସହାୟତା ସହିତ ଓମେନ୍ ଇଞ୍ଜିନିୟର୍ସ ପ୍ରୋଗ୍ରାମ (ଡବ୍ଲ୍ୟୁଇ)ର ୩ୟ କୋହର୍ଟର ଶୁଭାରମ୍ଭର ଘୋଷଣା କରାଯାଇଛି । ଟ୍ୟାଲେଂଟ୍ ସ୍ପ୍ରିଂଟ୍ ଡବ୍ଲ୍ୟୁଇକୁ ବୈଷୟିକ ଶିଳ୍ପ ବା ଟେକ୍ ଇଣ୍ଡଷ୍ଟ୍ରୀରେ ରହିଥିବା ଲିଙ୍ଗଗତ ଅସମାନତାକୁ ଦୂର କରିବା ପାଇଁ ୨୦୧୯ରେ ଆରମ୍ଭ କରାଯାଇଥିଲା । ପୂର୍ବତନ କୋହର୍ଟ ଅଂଶଗ୍ରହଣକାରୀଙ୍କ ପାଇଁ ଅତ୍ୟଧିକ ଉତ୍ସାହଜନକ ଶିଳ୍ପ ଗ୍ରହଣୀୟତାକୁ ଦୃଷ୍ଟିରେ ରଖି ୩ୟ କୋହର୍ଟକୁ ୫୦୦ ପର୍ଯ୍ୟନ୍ତ ଅଂଶଗ୍ରହଣକାରୀଙ୍କ ରହଣୀ ପାଇଁ ବ୍ୟବସ୍ଥିତ କରାଯାଇଛି । ଏହି କୋହର୍ଟ ଭାରତର ପ୍ରଥମ ବର୍ଷର ମହିଳା ଇଞ୍ଜିନିୟରିଙ୍ଗ ଛାତ୍ରୀମାନଙ୍କ ଅଂଶଗ୍ରହଣ ପାଇଁ ଲକ୍ଷ୍ୟ ରଖିଛି ଏବଂ ଏହା ଆସନ୍ତା ମେ’ ମାସରୁ ଆରମ୍ଭ ହେବାକୁ ଯାଉଛି ।
ପ୍ରଥମ ଦୁଇଟି କୋହର୍ଟ ୨୭,୦୦୦ ଆବେଦନ ଗ୍ରହଣ କରିଥିଲା ବେଳେ ଏହାମଧ୍ୟରୁ ୨୨୦ ଜଣ ଅଂଶଗ୍ରହଣୀକାରୀଙ୍କୁ ପ୍ରୋଗ୍ରାମରେ ସାମିଲ ହେବା ପାଇଁ ଆମନ୍ତ୍ରିତ କରାଯାଇଥିଲା । ପ୍ରବେଶସ୍ତରୀୟ ଇଞ୍ଜିନିୟର୍‌ମାନଙ୍କ ପାଇଁ ବଜାର ମଧ୍ୟସ୍ଥି ତୁଳନାରେ ୧୫୦% ଅଧିକ କ୍ଷତିପୂରଣ ସ୍ତରରେ ବର୍ତମାନ ସୁଦ୍ଧା ୫୦ଟି ପ୍ରମୁଖ କମ୍ପାନୀ ଯେପରିକି ଗୁଗଲ୍‌, ଆମାଜନ୍‌, ଫ୍ଲିପ୍‌କାର୍ଟ, ମାଇକ୍ରୋସଫ୍ଟ, ଗୋଲ୍ଡମ୍ୟାନ୍ ସାକ୍‌ସ, ଆସେଂଚର୍‌, ଆଡୋବ୍‌, କ୍ୟାପ୍‌ଜେମିନି, ଓରାକଲ୍‌, ଗୋଜେକ୍‌, ମ୍ୟାଥ୍‌ୱର୍କସ ଆଦି ଏହି ଅଂଶଗ୍ରହଣକାରୀମାନଙ୍କୁ ସମ୍ମାନଜନକ ଇଂଟର୍ଣ୍ଣସିପ୍ କିମ୍ବା ନିଯୁକ୍ତି ପ୍ରଦାନ କରିଛନ୍ତି । ୩ୟ କୋହର୍ଟ ପାଇଁ ନାମଲେଖା ଏକ ଜଟିଳ ବହୁସ୍ତରୀୟ ଚୟନ ପ୍ରକ୍ରିୟା ମାଧ୍ୟମରେ କରାଯିବ ଏବଂ ଏହି କୋହର୍ଟରେ ସାମିଲ ହେବା ପାଇଁ ଆମନ୍ତ୍ରିତ ହୋଇଥିବା ଛାତ୍ରୀମାନେ ସେମାନଙ୍କର ଯୋଗ୍ୟତା ଓ ଆର୍ଥିକ ସ୍ଥିତି ଆଧାରରେ ଆଂଶିକ କିମ୍ବା ସମ୍ପୂର୍ଣ୍ଣ ଆର୍ଥିକ ସହାୟତା ପାଇପାରନ୍ତି । ଏଥିପାଇଁ ଆବେଦନ ଗ୍ରହଣ ଆସନ୍ତା ମାର୍ଚ୍ଚ ୧ତାରିଖରୁ ଆରମ୍ଭ ହେଉଥିବାବେଳେ ଏହାର ଶେଷ ତାରିଖ ମାର୍ଚ୍ଚ ୨୧ ତାରିଖ ରହିଛି ।
ଗୁଗଲ୍‌ର ସର୍ଚ୍ଚ ଆଡ୍‌ସ ବିଭାଗର ଉପାଧ୍ୟକ୍ଷ ଶିବ୍ ଭେଙ୍କଟରମଣ କହିଛନ୍ତି, “ପୂର୍ବତନ କୋହର୍ଟଗୁଡିକର ସଫଳତା ଆମକୁ ଏହି କାର୍ଯ୍ୟକ୍ରମକୁ ଆହୁରି ବଢାଇବା ପାଇଁ ପ୍ରୋତ୍ସାହିତ କରିଛି ଏବଂ ଆମେ ଏହି କାର୍ଯ୍ୟକ୍ରମକୁ ପରବର୍ତୀ ସ୍ତରକୁ ନେବା ପାଇଁ ଟ୍ୟାଲେଂଟ୍‌ସ୍ପ୍ରିଂଟ୍‌କୁ ସମର୍ଥନ ବିସ୍ତାର କରି ଖୁବ୍ ଆନନ୍ଦିତ ଅଛୁ ।” ସେହିଭଳି ଟ୍ୟାଲେଂଟ୍‌ସ୍ପ୍ରିଂଟ୍‌ର ସହସଂସ୍ଥାପକ ଓ ସିଇଓ ଡଃ ଶାନ୍ତନୁ ପଲ୍ କହିଛନ୍ତି, “ଆମର ପରିଚାଳନା ଆରମ୍ଭ ପରଠାରୁ ଟ୍ୟାଲେଂଟ୍‌ସ୍ପ୍ରିଂଟ୍ ହାଇ-ଟେକ୍ କ୍ଷେତ୍ରରେ ଲିଙ୍ଗଗତ ଅନ୍ତରକୁ ଦୂର କରିବା ପାଇଁ ବିଭିନ୍ନ ଅଭିଯାନ ପରିଚାଳନା କରିଛି । ଆମେ ଗୁଗଲ୍ ସହିତ ଆମର ସହଭାଗିତାକୁ ଆହୁରି ଗଭୀର କରିବା ପାଇଁ ଏବଂ ଚଳିତ ବର୍ଷ ଯୁବକ, ବିଶ୍ୱସ୍ତରୀୟ ମହିଳା ସଫ୍ଟୱେୟାର ଇଞ୍ଜିନିୟରଙ୍କର ଏକ ବୃହତ୍ ଶୃଙ୍ଖଳା ସୃଷ୍ଟି କରିବା ପାଇଁ ସେମାନଙ୍କ ସହ କାର୍ଯ୍ୟ କରିବା ଲାଗି ଆମେ ଉତ୍ସାହିତ ରହିଛୁ ।


Share It

Comments are closed.