୧୮୮ ଦିନର ଦୀର୍ଘ ବ୍ୟବଧାନ ପରେ ପୁଣି ଖୋଲିଲା ତାଜମହଲ

0

ଦୀର୍ଘ ୧୮୮ ଦିନ ପରେ ପର୍ଯ୍ୟଟକଙ୍କ ପାଇଁ ତାଜମହଲ ଖୋଲିଛି। କରୋନା ମହାମାରୀ ଯୋଗୁ ଦୁନିଆର ସପ୍ତାଶ୍ଚର୍ଯ୍ୟ ମଧ୍ୟରୁ ଅନ୍ୟତମ ତାଜମହଲ ଗତ ମାର୍ଚ୍ଚ ୧୭ରୁ ବନ୍ଦ ରହିଥିଲା । କରୋନା ପାଇଁ ତାଜମହଲକୁ ଦେଖିବା ପାଇଁ ସମସ୍ତ ସତର୍କତା ଅବଲମ୍ବନ କରାଯାଇଛି। ଏହି ସତର୍କତା ମଧ୍ୟରେ ପର‌୍ୟ୍ୟଟକମାନେ ତାଜମହଲ ଦେଖିବା ଆରମ୍ଭ କରିଛନ୍ତି। ତାଜମହଲରେ ପ୍ରଥମ ପ୍ରବେଶ ପାାଇଁ ଚାଇନାର ଜଣେ ପର୍ଯ୍ୟଟକ ଟିକଟ କିଣିଥିଲେ। ତାଜମହଲର ଟିକେଟ୍ ୱିଣ୍ଡୋ ବନ୍ଦ ରହିଛି ଏବଂ ଅନଲାଇନରେ ଟିକେଟ୍ ସଂଗ୍ରହ ପାଇଁ ବ୍ୟବସ୍ଥା କରାଯାଇଛି। ୫ ପର୍ଯ୍ୟଟକଙ୍କୁ ତାଜମହଲର ସମାଧି କୋଠରୀକୁ ଯିବାକୁ ଅନୁମତି ଦିଆଯାଉଛ୍। ଡିଜିଟାଲ ପେମେଣ୍ଟ ଦ୍ୱାରା ପାର୍କିଂ ଟିକେଟ୍ ଏବଂ ଅନ୍ୟାନ୍ୟ ଦେୟ ପ୍ରଦାନ କରାଯାଉଛି। ତାଜମହଲ ମଧକୁ ଦୈନିକ ୫ ହଜାର ଲୋକଙ୍କୁ ପ୍ରବେଶ ପାଇଁ ଅନୁମତି ଦିଆଯିବ ବୋଲି ଏଏସଆଇ ପକ୍ଷରୁ ସୂଚନା ଦିଆଯାଇଛି। ଏହି ସମୟ ମଧ୍ୟରେ କଡ଼ାକଡ଼ି ଭାବେ କରୋନା ଗାଇଡଲାଇନ୍ ପାଳନ କରାଯିବା ଉପରେ ଗୁରୁତ୍ୱ ଦିଆଯାଉଛି। ତାଜମହଲରେ ପ୍ରବେଶ ପୂର୍ବରୁ ଥର୍ମାଲ ସ୍କାନିଂ ଜୋତା ସାନିଟାଇଜ ମଧ୍ୟ କରାଯାଉଛି। କରୋନା ମହାମାରୀ ପାଇଁ ସାମାଜି ଦୂରତ୍ୱକୁ କଡ଼ାକଡ଼ି ପାଳନ କରାଯାିଛି। ଏଥିପାଇଁ ଗୁପ୍ ଫଟୋ ଉଠାଇବାକୁ ବାରଣ କରାଯାଇଛି। ସେହିପରି ଆଗ୍ରାଫୋର୍ଟ ମଧ୍ୟ ପର୍ଯ୍ୟଟକଙ୍କ ପାଇଁ ଖୋଲାରହିବ। ସେଠାରେ ୨୫ଶହ ପର୍ଯ୍ୟଟକଙ୍କୁ ପ୍ରବେଶ ପାଇଁ ଅନୁମତି ଦିଆଯିବ।

Leave A Reply

Your email address will not be published.