ବଲିଉଡ ଅଭିନେତ୍ରୀ ‘ତବୁ’ଙ୍କ ବିସ୍ପୋରକ ବୟାନ, କହିଲେ ଅଜୟଙ୍କ ପାଇଁ ସେ ଆଜି ଅବିବାହିତ


ତବୁ ବଲିଉଡ୍‌ରେ ବେଶ୍‌ ସଫଳ । ଅଭିନୟରେ ସଫଳତା ହାସଲ କରିଥିବା ତବୁଙ୍କର ଆଜି ଯାଏଁ ବିବାହ ହୋଇ ପାରିନାହିଁ । ବେଶ୍ ସଫଳ ତବୁ ବିବାହ ନ କରିବା ଯୋଗୁଁ ଅନେକ କଳ୍ପନା ଜଳ୍ପନା କରିଥାଆନ୍ତି । ତେବେ ଅଜୟ ଦେବଗନଙ୍କ ଯୋଗୁଁ ତାଙ୍କର ବିବାହ ହୋଇ ପାରି ନଥିବା ତବୁ କହିଛନ୍ତି। ଅଜୟ ଦେବଗନ୍‌ଙ୍କୁ ସେ ଅନେକ ଦିନରୁ ଜାଣିଛନ୍ତି । ତବୁଙ୍କୁ ଏବେ ୫୦ ବର୍ଷ । ସେ କଲେଜ ବେଳୁ ଅଜୟ ଦେବଗନଙ୍କୁ ଜାଣିଥିବା କଥା କହିଛନ୍ତି । ତାଙ୍କର ସମ୍ପର୍କୀୟ ସମୀର ଆର୍ଯ୍ୟଙ୍କର ଅଜୟ ଦେବଗନ ପଡୋଶୀ । ସେମାନେ ଏକାଠି ପାଠ ପଢୁଥିଲେ । ତବୁଙ୍କ ଉପରେ ସେମାନେ ନଜର ରଖୁଥିଲେ । କେହି ତବୁଙ୍କ ସହ କଥା ବାର୍ତ୍ତା କଲେ ସେମାନେ ତାକୁ ମାରପିଟ୍‌ କରୁଥିଲେ । ପଠା ପଢିବା ସମୟରେ ସମୀର ଏବଂ ଅଜୟ ଗୁଣ୍ଡା ଥିଲେ । ସମସ୍ତେ ତାଙ୍କୁ ଭୟ କରୁଥିଲେ । ଏହି କାରଣରୁ ତବୁଙ୍କ ସହ କୌଣସି ପୁଅ କଥାବାର୍ତ୍ତା କରିବା ପାଇଁ ଭୟ କରୁଥିଲେ । ୧୯୭୦ ମସିହାରେ ଜନ୍ମ ହୋଇଥିବା ତବୁ ଏବେ ୫୦ ବର୍ଷରେ ପଦାର୍ପଣ କରୁଛନ୍ତି । ସେ ସଫଳ ହୋଇଥିଲେ ବି ବିବାହ କରି ନଥିବାରୁ ଚିନ୍ତିତ ନୁହନ୍ତି । ପିଲାବେଳୁ ବିଭିନ୍ନ ସିନେମାରେ ଅଭିନୟ କରିଥିବା ତବୁ ଏବେ ସିଙ୍ଗିଲ୍‌ ରହିବା ପାଇଁ ପସନ୍ଦ କରୁଛନ୍ତି ।


Share It

Comments are closed.