ହସ୍ପିଟାଲରେ କରୋନା ସନ୍ଦିଗ୍ଧଙ୍କ ଉନ୍ମତ୍ତ କାଣ୍ଡ, ଷ୍ଟାଫ ନର୍ସଙ୍କ ସହ କଲେ ଅଶ୍ଳୀଳ ବ୍ୟବହାର


କରୋନା ଭାଇରସ ସଂକ୍ରମଣ କାରଣରୁ ଉତ୍ତରପ୍ରଦେଶ ଗାଜିଆବାଦ ହସ୍ପିଟାଲକୁ ଚେକଅଫ ପାଇଁ ଆସିଥିବା ତବଲିଗ ଜମାତର ଅଂଶଗ୍ରହଣକାରୀମାନେ ହସ୍ପିଟାଲରେ ଉପସ୍ଥିତ ଥିବା ମହିଳା ସ୍ୱାସ୍ଥ୍ୟକର୍ମୀଙ୍କ ଅଶ୍ଲୀଳ ବ୍ୟବହାର ଏବଂ ପରିସରରେ ନଗ୍ନ ହୋଇ ବୁଲୁଥିବାର ଅଭିଯୋଗ ଆସିଛି ।
ଏହି ସଂପର୍କରେ ଗାଜିଆବାଦ ସିଏମଓ ସ୍ଥାନୀୟ ଥାନାରେ ଏକ ଅଭିଯୋଗ କରିବା ସହ କହିଛନ୍ତି ଯେ, କରୋନା ଭାଇରସ ସଂକ୍ରମଣ କାରଣରୁ ଗାଜିଆବାଦ ହସ୍ପିଟାଲକୁ ଚେକଅଫ ପାଇଁ ଆସିଥିବା ତବଲିଗ ଜମାତର ଅଂଶଗ୍ରହଣକାରୀମାନେ ହସ୍ପିଟାଲ କତ୍ତ୍‌ୃପକ୍ଷଙ୍କୁ ଦୁର୍ବ୍ୟବହାର କରିଛନ୍ତି । ଏହି ସନ୍ଦିଗ୍ଧଙ୍କ ବିରୋଧରେ ହସ୍ପିଟାଲର ନର୍ସିଙ୍କ ଷ୍ଟାଫ ଅଭିଯୋଗ କରିଥିବାର ସିଏମଓଙ୍କ ଅଭିଯୋଗ ପତ୍ରରେ ଉଲ୍ଲେଖ ରହିଛି ।
ହସ୍ପିଟାଲର ଆଇସୋଲେସନ ୱାର୍ଡରେ ସନ୍ଦେହଜନକ ଅବସ୍ଥାରେ ରଖାଯାଇଥିବା ଜମାତୀ ଅଂଶଗ୍ରହଣକାରୀମାନେ ୱାର୍ଡ ପରିସରରେ ବିନା ପ୍ୟାଣ୍ଟରେ ନଗ୍ନ ହୋଇ ବୁଲିବା ସହ ସେଠାରେ କାର୍ଯ୍ୟରତଥିବା ନର୍ସମାନଙ୍କ ଦୁର୍ବ୍ୟବହାର ଏବଂ ଅଶ୍ଲୀଳ ଗୀତ ଶୁଣୁଥିବାର ଗାଜିଆବାଦ ଏମଏମଜି ଜିଲ୍ଲା ଚିକିତ୍ସାଳୟର ସିଏମଓ ଅଭିଯୋଗ କରିଛନ୍ତି ।
ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ସେମାନେ କତ୍ତୃପକ୍ଷଙ୍କୁ ସିଗାରେଟ ମାଗିବା ସହ କାର୍ଯ୍ୟରତ ନର୍ସଙ୍କୁ ଦେଖି ଅଶ୍ଲୀଳ ଇଙ୍ଗିତ ମଧ୍ୟ କରୁଛନ୍ତି । ଏହି ପରିସ୍ଥିତିରେ ସେମାନଙ୍କ ଚିକିତ୍ସା କରିବା ବହୁତ କଷ୍ଠସାଧ୍ୟ ।


ପ୍ରକାଶ ଥାଉକି, ଦେଶରେ ଗତ କିଛି ଦିନ ହେବ କରୋନା ସଂକ୍ରମଣ ମାମଲା ଦୃତ ଗତିରେ ବଢିବାରେ ଲାଗିଛି । ବିଗତ ୩ଦିନ ମଧ୍ୟରେ ବିଭିନ୍ନ ଅଞ୍ଚଳରୁ ଆସିଥିବା ୭୦୦ରୁ ଉର୍ଦ୍ଧ୍ୱ କରୋନା ଆକ୍ରାନ୍ତ ମାମଲା ମଧ୍ୟରୁ ୬୫ ପ୍ରତିଶତ କେବଳ ଜମାତ ସମ୍ମୀଳନୀ ସହ ସମ୍ପର୍କିୟ ବୋଲି ଜଣାପଡିଛି । ଜମାତ ପାଇଁ ବିଭିନ୍ନ ରାଜ୍ୟର ପ୍ରାୟ ୩୦୦ ଲୋକ ଆକ୍ରାନ୍ତ ହୋଇଛନ୍ତି । କେବଳ ଦିଲ୍ଲୀରେ ମରକଜ ସହ ସମ୍ପୃତ ୧୮୨ ମାମଲା ସାମନାକୁ ଆସିଛି । କେବଳ ୪ ଦିନ ମଧ୍ୟରେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୫୦୦କୁ ପାରି କରି ସାରିଲାଣି ।


Share It

Comments are closed.