ତବ୍‌ଲିଗି ଜମାତ ବିରୋଧରେ ଉଦ୍ଦେଶ୍ୟହୀନ ହତ୍ୟା ମମଲା ରୁଜୁ କଲା କ୍ରାଇମ୍‌ବ୍ରାଂଚ୍‌


ନୂଆଦିଲ୍ଲୀ,୧୫ ଏପ୍ରିଲ ୨୦୨୦: କ୍ରାଇମ୍‌ବ୍ରାଂଚ୍ ପକ୍ଷରୁ ଆଜି ତବ୍‌ଲିଗି ଜମାତ ବିରୋଧରେ ଦାଏର ଏଫ୍‌ଆଇଆର୍‌ରେ ଉଦ୍ଦେଶ୍ୟବିହୀନ ହତ୍ୟାର ଧାରାକୁ ସାମିଲ କରାଯାଇଛି । ଆଇପିସିର ଧାରା ୩୩୦୪ ଅଧୀନରେ ମାମଲା ରୁଜୁ କରାଯାଇଛି । କ୍ରାଇମ୍‌ବ୍ରାଂଚ୍ ଜମାତରେ ସାମିଲ ୧୮୯୦ ଜଣ ବିଦେଶୀ ନାଗରିକଙ୍କ ବିରୋଧରେ ମଧ୍ୟ ଲୁକ୍ ଆଉଟ୍ ନୋଟିସ୍ ଜାରି କରିଛି । ଏଥିସହିତ ମର୍‌କଜ ସହ ଜଡିତ ୧୮ ଜଣଙ୍କୁ କ୍ରାଇମ୍‌ବ୍ରାଂଚ୍ ପକ୍ଷରୁ ନୋଟିସ୍ ଜାରି କରାଯାଇ ତଦନ୍ତରେ ସାମିଲ ହେବାକୁ କୁହାଯାଇଛି । ଗତ ଏପ୍ରିଲ ୭ ତାରିଖରେ ଦିଲ୍ଲୀ ସରକାର ତବ୍‌ଲିଗି ଜମାତ ସହ ଜଡିତ ୧୯୫୦ ଜଣ ଲୋକଙ୍କ ଫୋନ୍ ନମ୍ବର ଦିଲ୍ଲୀ ପୁଲିସ୍‌କୁ ହସ୍ତାନ୍ତର କରିଥିଲେ । ଏମାନଙ୍କୁ ଗତ ମାର୍ଚ୍ଚ ୨୫ରେ ଲକ୍‌ଡାଉନ୍ ପରେ ନିଜାମୁଦ୍ଦିନରେ ତବ୍‌ଲିଗି କାର୍ଯ୍ୟାଳୟରୁ ବାହାର କରାଯାଇଥିଲା । ଏମାନଙ୍କ ମୋବାଇଲ ନମ୍ବର ଆଧାରରେ ୨୫ ମାର୍ଚ୍ଚ ପୂର୍ବରୁ ଏମାନେ କେଉଁ କେଉଁ ଅଂଚଳ ବୁଲିଥିଲେ ଓ କାହାକୁ ଭେଟିଥିଲେ ତାହାର ପତା ଲଗାଇବା ପାଇଁ ଦିଲ୍ଲୀ ପୁଲିସ୍‌କୁ ଦିଲ୍ଲୀ ସରକାର ନିର୍ଦ୍ଦେଶ ଦେଇଥିଲେ । ସୂଚନାଯୋଗ୍ୟ ଯେ, ନିଜାମୁଦ୍ଦିନ ମର୍‌କଜ ମାମଲା ସାମ୍‌ନାକୁ ଆସିବା ପରେ ଦେଶରେ କରୋନା ଭାଇରସ୍‌ରେ ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ବେଗରେ ବୃଦ୍ଧି ପାଇଥିଲା । ରାଷ୍ଟ୍ରବ୍ୟାପୀ ଲକ୍‌ଡାଉନ୍ ସତ୍ୱେ ନିଜାମୁଦ୍ଦିନର ତବ୍‌ଲିଗି ଜମାତ କାର୍ଯ୍ୟାଳୟରେ ୨୩୦୦ରୁ ଅଧିକ ସଦସ୍ୟ ରହିବା ଘଟଣା ସାମ୍‌ନାକୁ ଆସିବା ପରେ ଦେଶବ୍ୟାପୀ ଏମାନଙ୍କୁ ଚିହ୍ନଟ କରିବା ପ୍ରକ୍ରିୟା ଆରମ୍ଭ ହୋଇଥିଲା ।


Share It

Comments are closed.