ସୁଟିଂ ସେଟ୍‌ରେ ଚେତାଶୂନ୍ୟ ହୋଇଗଲେ ‘ଚମ୍ପକ ଚାଚା’


ସୋନି ସବ୍‌ର ଲୋକପ୍ରିୟ ସିରିଏଲ ‘ତାରକ ମେହେତା କା ଓଲଟା ଚଷମା’। ବର୍ତ୍ତମାନ ତାଙ୍କ ସେଟରୁ ଏକ ଖରାପ ଖବର ଆସିଛି। କୁହାଯାଉଛି ଯେ ଏହି ଲୋକପ୍ରିୟ ସିରିଏଲର ତାରକା ଅମିତ ଭଟ୍ଟ, ଯାହାକୁ ଆମେ ସମସ୍ତେ ‘ବାପୁଜୀ’ ନାମରେ ଜାଣିଛୁ। ସେ ଏବେ ଆହତ ହୋଇଛନ୍ତି।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏହି ଘଟଣା ‘ତାରକ ମେହେତା କା ଓଲଟା ଚଷମା’ର ସେଟରୟ ଘଟିଛି। ଏହା କୁହାଯାଉଛି ଯେ ବର୍ତ୍ତମାନ ଅମିତ ଭଟ୍ଟ ଅର୍ଥାତ୍ ଆମର ପ୍ରିୟ ‘ବାପୁଜୀ’କୁ ସମ୍ପୂର୍ଣ୍ଣ ବେଡ୍‌ ରେଷ୍ଟ ନେବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି। କହିବାକୁ ଗଲେ ଏହି ଲୋକପ୍ରିୟ ଟିଭି ସିରିଏଲରେ ଅମିତ ଭଟ୍ଟ, ଜେଠାଲାଲ ଅର୍ଥାତ୍ ଦିଲୀପ ଯୋଶୀଙ୍କ ପିତା ଭୂମିକାରେ ଅଭିନୟ କରୁଛନ୍ତି।

ତେବେ ଖବର ଅନୁଯାୟୀ ଅମିତଙ୍କ ସେଟରେ ସୁଟିଂ ସମୟରେ ଏହି ଘଟଣା ଘଟିଥିଲା। ବାସ୍ତବରେ, ଏକ ସିନ୍‌ରେ ଅମିତ୍‌ଙ୍କୁ ଦୌଡିବାକୁ ପଡୁଥିଲା କୁହାଯାଉଛି ଯେ ଦୌଡିବା ସମୟରେ ଅମିତ ହଠାତ୍‌ ତଳେ ପଡ଼ିଯାଇଥିଲେ। ଯେଉଁଥିପାଇଁ ତାଙ୍କୁ ବହୁତ ଆଘାତ ଲାଗିଛି। ବର୍ତ୍ତମାନ ଅମିତ ସୁଟିଂରୁ ବ୍ରେକ୍‌ ନେଇଛନ୍ତି। ସେ ପୂରାପୁରି ବେଡ୍‌ ରେଷ୍ଟରେ ଅଛନ୍ତି। ଏହି ସମୟରେ, ସିରିଏଲ ଏବଂ ଅନ୍ୟ ଷ୍ଟାର କାଷ୍ଟର ନିର୍ମାତାମାନେ ମଧ୍ୟ ଅମିତଙ୍କ ସହିତ ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି ।


Share It

Comments are closed.