ଟି-୨୦ ବିଶ୍ୱକପ, ଅକ୍ଟୋବର ୨୪ରେ ମୁହାଁମୁହିଁ ହେବେ ଭାରତ-ପାକ୍


ଅକ୍ଟୋବର ୧୭ରୁ ଆରମ୍ଭ ହେବ ICC ପୁରୁଷ ଟି-୨୦ ବିଶ୍ବକପ୍‌ ୨୦୨୧ । ଏହି ଫଟାଫଟ୍‌ କ୍ରିକେଟ ମହାକୁମ୍ଭ ନଭେମ୍ବର ୧୪ ଯାଏଁ ଓମାନ ଓ ୟୁଏଇରେ ଖେଳାଯିବ । ଏଥିପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି । ହେଲେ ଏହାରି ମଧ୍ୟରେ କ୍ରିକେଟ ପ୍ରେମୀଙ୍କ ପାଇଁ ଆସିଛି ବଡ଼ ଖବର । ଗୋଟିଏ ଗ୍ରୁପରେ ଅଛନ୍ତି ଚିର ପ୍ରତିଦ୍ୱନ୍ଦୀ ଭାରତ ଓ ପାକିସ୍ତାନ । ଆଉ ଅକ୍ଟୋବର ୨୪ ତାରିଖରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ ।
କ୍ରିକେଟ ପ୍ରେମୀ ଦେଖିବେ ସୁପର ସଣ୍ଡେ ମୁକାବିଲା । ICC ପକ୍ଷରୁ ଘୋଷଣା କରାଯାଇଥିବା ଅନୁସାରେ, ରାଉଣ୍ଡ-୧ ମୁକାବିଲା ବା ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚରେ ୮ଟି ଟିମ୍‌ ସାମିଲ ହୋଇଛନ୍ତି । ସେମାନଙ୍କୁ ଗ୍ରୁପ୍‌ ଏ ଓ ଗ୍ରୁପ୍‌ ବିରେ ବିଭକ୍ତ କରାଯାଇଛି । ଗ୍ରୁପ୍‌ ଏରେ ଶ୍ରୀଲଙ୍କ, ଆୟର୍ଲାଣ୍ଡ, ନେଦରଲାଣ୍ଡ ଓ ନାମ୍ବିଆ ଥିବା ବେଳେ ଗ୍ରୁପ୍‌ ବିରେ ବାଂଲାଦେଶ, ସ୍କଟଲାଣ୍ଡ, ପାପୁଆ ନ୍ୟୁ ଗୁନିଆ, ଓମାନ ରହିଛନ୍ତି । ଗ୍ରୁପ୍‌ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚରେ ଉଭୟ ଗ୍ରୁପର ଟପ୍‌-୨ ଟିମ୍‌ ସୁପର ୧୨ ମୁକାବିଲାରେ ପ୍ରବେଶ କରିବେ।


Share It

Comments are closed.