ହ୍ରିତିକଙ୍କୁ ଜନ୍ମଦିନର ଅଭିନନ୍ଦନ ଜଣାଇଲେ ସୁଜେନ


ଆଜି ହେଉଛି ବଲିଉଡ ଅଭିନେତା ହ୍ରିତିକ ରୋଶନଙ୍କ ଜନ୍ମଦିନ । ହ୍ରିତିକଙ୍କ ଜନ୍ମଦିନ ଅବସରରେ ପୂର୍ବତନ ପତ୍ନୀ ସୁଜେନ ଖାନ ତାଙ୍କ ପାଇଁ ଏକ ଖାସ ବାର୍ତ୍ତା ମଧ୍ୟ ଦେଇଛନ୍ତି । ସୁଜେନ, ହ୍ରିତିକଙ୍କ ଜନ୍ମଦିନର ଅଭିନନ୍ଦନ ଜଣାଇବା ସହ ହ୍ରିତିକଙ୍କ ସହ ତାଙ୍କ ପିଲାମାନଙ୍କ ଫଟୋକୁ ନିଜ ଇନଷ୍ଟାଗ୍ରାମରେ ସେୟାର କରି ଲେଖିଛନ୍ତି ଯେ, “ହାପି ବାର୍ଥଡେ…. ତୁମେ ଜଣେ ଅଦ୍ଭୁତ ମଣିଷଟିଏ ” ସୁଜେନ ଏହା ସହିତ ହ୍ରିତିକଙ୍କ ପାଇଁ ଖାସ ଟେଡିର ହାସ ଟ୍ୟାଗ ମଧ୍ୟ ଦେଇଛନ୍ତି ।

ଏହି ଫୁଟେଜରେ ହ୍ରିତିକ ରୋଶନଙ୍କୁ ନିଜର ଦୁଇ ସନ୍ତାନଙ୍କ ସହ ଦେଖିବାକୁ ମିଳିଥିଲା । ପ୍ରକାଶ ଥାଉକି, ହ୍ରିତିକ ଏବଂ ସୁଜେନ ନିଜ ପରିବାର ସହ ବର୍ତ୍ତମାନ ଛୁଟି କାଟୁଥିବାବେଳେ ଉଭୟ ମିଶିକରି ନୂଆ ବର୍ଷକୁ ଖୁବ ଧୂମଧାମରେ ଏକତ୍ରିତ ମଧ୍ୟ ପାଳନ କରିଥିଲେ, ଯାହାର ଫଟୋ ସୁଜେନ ନିଜ ଇନଷ୍ଟଗ୍ରାମରେ ମଧ୍ୟ ସେୟାର କରିଛନ୍ତି ।


Share It

Comments are closed.