କରୋନା ଭାଇରସ ସଂକ୍ରମଣ କରାଇବା ଷଡଯନ୍ତ୍ରରେ ଜଣେ ଯୁବକଙ୍କୁ ଅତି ନର୍ମମ ଭାବେ କରାଗଲା ହତ୍ୟା


ଦିଲ୍ଲୀରେ ବୱାନା ଠାରେ କରୋନା ଭାଇରସ ସଂକ୍ରମଣ କରାଇବା ଷଡଯନ୍ତ୍ରରେ ଜଣେ ୨୨ ବର୍ଷିୟ ଯୁବକକୁ ଅତି ନିର୍ମମ ଭାବରେ ପିଟିପିଟି ହତ୍ୟା କରାଯାଇଥିବାର ଏକ ଘଟଣା ଏବେ ସାମନାକୁ ଆସିଛି । ପୋଲିସ ପକ୍ଷରୁ ଏ ସଂପର୍କରେ ସୂଚନା ଦିଆଯାଇଛି । ପୋଲିସ ପକ୍ଷରୁ ଦିଆଯାଇଥିବା ସୂଚନା ଯୁବକ ଜଣକ ହରେୱାଲୀ ଗ୍ରାମର ନିବାସୀ ମେହବୁବ ଅଲ୍ଲୀ ଅଟନ୍ତି ।
ପୋଲିସ ଅନୁଯାୟୀ, ସେ ତବଲିଗି ଜମାତର ଏକ କାର୍ଯ୍ୟକ୍ରମ ପାଇଁ ମଧ୍ୟପ୍ରଦେଶର ଭୋପାଲ ଯାଇଥିଲେ ଏବଂ ୪୫ ଦିନ ପରେ ଏକ ପରିବା ବୋଝେଇ ଟ୍ରକରେ ଦିଲ୍ଲୀକୁ ଫେରି ଆସିଥିଲା । ତାଙ୍କୁ ଆଜାଦପୁର ପରିବା ବଜାରରେ ପୋଲିସ କାବୁ କରାଯାଇଥିବାବେଳେ କିନ୍ତୁ ମେଡିକାଲ ଟେଷ୍ଟ ପରେ ତାଙ୍କୁ ଛାଡି ଦିଆଯାଇଥିଲା । ଏହା ପରେ ଅଲ୍ଲୀ ଯେତେବେଳେ ଗ୍ରାମରେ ପହଞ୍ଚିଥିଲେ ସେତେବେଳେ ସେ ସମସ୍ତଙ୍କୁ କରୋନା ଭାଇରସରେ ଆକ୍ରାନ୍ତ କରିବାର ଷଡଯନ୍ତ୍ର କରୁଛନ୍ତି ବୋଲି ଏକ ଗୁଜବ ସୃଷ୍ଟି ହୋଇଥିଲା ।
ବରିଷ୍ଠ ପୋଲିସ ଅଧିକାରୀଙ୍କ ଅନୁଯାୟୀ ତାଙ୍କୁ ରବିବାର ଦିନ ବିଲ ମଝିରେ କେତେକ ଗ୍ରାମବାସୀ ମିଶିକରି ଅତି ନର୍ମମ ଭାବରେ ଆକ୍ରମଣ କରିଥିଲେ । ଏହା ପରେ ତାଙ୍କୁ ତୁରନ୍ତ ମେଡିକାଲ ନିଆଯିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପ୍ରକାଶ ଥାଉକି ଗତ ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀରେ ୯୩ଟି ନୂଆ ମାମଲା ସାମନାକୁ ଆସିଥିବାବେଳେ ଏହାକୁ ମିଶାଇ ଦିଲ୍ଲୀରେ ବର୍ତ୍ତମାନ ଆକ୍ରାନ୍ତଙ୍କ ସଂଖ୍ୟା ୬୬୯ରେ ପହଞ୍ଚିଛି ।


Share It

Comments are closed.