ଓଡ଼ିଶାର ସୁଷମା ସାଜିଲେ ଖାଦ୍ୟଯୋଗାଣ ମନ୍ତ୍ରୀ


ଧାରଣା ରହିଛିଯେ, ନେତାମାନେ ଥରେ ଭୋଟ ପାଇ ଜିତିଗଲା ପରେ ସାଧାରଣ ଲୋକ ମାନଙ୍କ ସୁଖ ଦୁଃଖ କଥା ଭୁଲିଯାଇଥାନ୍ତି । ଦେଖାଯାଏକି ଯେଉଁ ନେତା ଦିନେ ନିର୍ବାଚନ ସମୟରେ ଭୋଟ ଭିକ୍ଷା ପାଇଁ ଚାଳ ଘରେ ବସି ପଖାଳ ଖାଇବାକୁ ପଛ ଘୁଞ୍ଚା ଦିଅନ୍ତି ନାହିଁ, ପରବର୍ତ୍ତି ସମୟରେ ଚିତ୍ର କିନ୍ତୁ ସମ୍ପୁର୍ଣ୍ଣ ଓଲଟି ଯାଇଥାଏ । କିନ୍ତୁ କେତେକ ନେତା ମାନଙ୍କ କ୍ଷେତ୍ରରେ ଉକ୍ତ ଧାରଣାରେ ବ୍ୟତିକ୍ରମ ମଧ୍ୟ ଦେଖାଯାଇଥାଏ । ଯେପରି ନିକଟରେ ଦିବଂଗତ ନେତ୍ରୀ ସୁଷମା ସ୍ୱରାଜ କେବଳ ଭାରତରେ ନୁହେଁ ସମ୍ପୁର୍ଣ୍ଣ ବିଦେଶରେ ମଧ୍ୟ ତାଙ୍କର ସାହାଯ୍ୟକାରୀ ମନୋଭାବ ଯୋଗୁଁ ଅନେକ ଲୋପ୍ରିୟତା ଅର୍ଜନ କରିଥିଲେ । ଯାହାର ଫଳ ସୁରୂପ ତାଙ୍କର ମୃତ୍ୟୁ ପରେ ଅନେକ ଆଡ଼ୁ ଶୋକ ବାର୍ତ୍ତା ଛୁଟି ଆସିଥିବାବେଳେ କେତେକ ସାଧାରଣ ଲୋକଙ୍କ ଆଖିରୁ ଝରିଥିଲା ଅବିଶ୍ରାନ୍ତ ଅଶ୍ରୁ । ଏହିପରି ନିକଟରେ ଏକ ଉଦାହରଣ ସୃଷ୍ଟି କରିଛନ୍ତି ଓଡ଼ିଶାର ଆଠଗଡ଼ ବିଧାୟକ ତଥା ବର୍ତ୍ତମାନର ଖାଦ୍ୟ ଯୋଗାଣ ମନ୍ତ୍ରୀ, ଶ୍ରୀଯୁକ୍ତ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ସୂତ୍ର ଅନୁଯାୟୀ, ଗତ ଅଗଷ୍ଟ ୧ ତାରଖ ଦିନ ଏକ ଖବର କାଗଜରେ ଏହି ସଂପର୍କରେ ସୂଚନା ମିଳିବା ପରେ କୋରପୁଟ ଜିଲ୍ଲାର ମାହାଳିଆପୁଟ ଗାଁର ଅସହାୟ ନାବାଳିକା ଗୁରୁବାରୀ ସରକାରଙ୍କ ଠାରୁ ସାହାଯ୍ୟ ପାଇବାରେ ସମର୍ଥ ହୋଇଛି ।

ମିଳିଥିବା ସୂଚନା ମୁତାବକ, କୋରାପୁଟ ଜିଲ୍ଲା ଜୟପୁର ବ୍ଲକର ମାହାଳିଆପୁଟ ଗାଁର ଜଣେ ୧୦ ବର୍ଷର ବାପ ଛେଉଣ୍ଡ ଝିଅକୁ ତା’ର ମା’ ଛାଡି ପଳାଇବା ପରେ ଏକୁଟିଆ ଅସହାୟ ହୋଇପଡିଥିଲେ । ଗୁରୁବାରୀ ୫ମ ଶ୍ରେଣୀରେ ପାଠ ପଢୁଥିବାବେଳେ ଓଳିଏ ଖାଇଲେ ଆଉ ଓଳିଏ ତାଙ୍କୁ ଉପାସ ରହିବାକୁ ପଡୁଥିଲା ।
ଏହା ପରେ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ, ଟୁକୁନି ସାହୁଙ୍କୁ ଗୁରୁବାରୀକୁ ସହାୟତା ପାଇଁ ଅନୁରୋଧ କରିଥିଲେ । ମନ୍ତ୍ରୀ ଶ୍ରୀ ରଣେନ୍ଦ୍ରଙ୍କ ପ୍ରଚେଷ୍ଟାରେ ଉକ୍ତ ଘଟଣା ଜିଲ୍ଲାପାଳଙ୍କ ଦୃଷ୍ଟି ଗୋଚରକୁ ଆସିଥିଲା । ଏହା ପରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଇଥିଲା । ଯାହା ଫଳରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଗୁରୁବାରୀକୁ ଏକ ସେଲଟର ହୋମରେ ରଖାଇବା ସହ ପୋଷାକ, ସ୍କୁଲବ୍ୟାଗ, ରେନିକୋଟ, କମ୍ବଳ ଓ ସ୍ୱେଟର ଯୋଗାଇ ଦେଇଛନ୍ତି । ଏହା ପରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ, ଜିଲ୍ଲାପାଳଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ଏହି ପଦକ୍ଷେପ ପାଇଁ ତାଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଥିଲେ ।


Share It

Comments are closed.