‘ସୁଶାନ୍ତଙ୍କୁ କଂଟ୍ରୋଲ କରୁଥିଲେ ରିୟା, ଭୁତପ୍ରେତ କାହାଣୀ ଶୁଣାଇ ବଦଳାଇଥିଲେ ଘର’, ସୁଶାନ୍ତଙ୍କ ଭଉଣୀ ମିତୁଙ୍କ ଖୁଲାସା


ସୁଶାନ୍ତ ସିଂ ରାଜପୁତଙ୍କ ମାମଲାରେ ତାଙ୍କ ପିତା କେ କେ ସିଂ ଅଭିନେତାଙ୍କ ଗର୍ଲଫ୍ରେଣ୍ଡ ରୀୟା ଚକ୍ରବର୍ତୀଙ୍କ ଉପରେ ସଙ୍ଗୀନ ଅଭିଯୋଗ ଆଣିବା ସହ ତାଙ୍କ ବିରୁଦ୍ଧରେ ବିହାର ପୋଲିସ ନୀକଟରେ ଏଫଆଇଆର ଦାୟର କରିବା ପରଠାରୁ ଏହି କେସ ଏକ ନୂଆ ମୋଡ ନେଇଛି । ଯେଉଁଥିପାଇଁ ଏବେ ଏହି ମାମଲାର ଯାଂଚ ଆରମ୍ଭ ହୋଇଯାଇଛି । ଏମିତିରେ ସୁଶାନ୍ତଙ୍କ ଭଉଣୀ ମିତୁ ମଧ୍ୟ ଅନେକ ଖୁଲାସା କରିଛନ୍ତି ।
ବିହାର ପୋଲିସ ଏପର୍ଯ୍ୟନ୍ତ ମୁମ୍ବାଇରେ ସୁଶାନ୍ତଙ୍କ ଭଉଣୀ ମିତୁ ଏବଂ ତାଙ୍କ ବନ୍ଧୁ ମହେଷ କୃଷ୍ଣାଙ୍କ ଷ୍ଟେଟମେଂଟ ନେଇଛନ୍ତି । ସୁଶାନ୍ତଙ୍କ ଭଉଣୀ କହିଛନ୍ତି ଯେ ରିୟା ସୁଶାନ୍ତଙ୍କୁ ସମ୍ପୂର୍ଣ୍ଣ ରୂପେ କଂଟ୍ରୋଲ କରିନେଇଥିଲେ । ଭୁତପ୍ରେତଙ୍କ କାହାଣୀ ଶୁଣାଇ ତାଙ୍କ ଘର ମଧ୍ୟ ବଦଳାଇଦେଇଥିଲେ । ବିହାର ପୋଲିସ ଆଜି ସୁଶାନ୍ତଙ୍କ ବ୍ୟାଙ୍କ ଖାତା ଯାଂଚ କରିବା ପାଇଁ ବ୍ୟାଙ୍କକୁ ଯିବ । ଏହା ସହିତ ସୁଶାନ୍ତଙ୍କ ଚିକିତ୍ସା କରୁଥିବା ଡାକ୍ତରଙ୍କ ସହ ମଧ୍ୟ ବିହାର ପୋଲିସ ପଚରାଉଚରା କରିବ ।
ଏହି ଯାଂଚ ପାଇଁ ପାଟନା ପୋଲିସ ଏବେ ମୁମ୍ବାଇରେ ପହଂଚିଛି । ଏମିତିରେ ସୁଶାନ୍ତଙ୍କ ବାପାଙ୍କ ଓକିଲ ସଞ୍ଜୟ ସିଂ ନ୍ୟୁଜ ଚ୍ୟାନେଲ ଆଜତକ ସହ କଥାବାର୍ତାରେ ଏହି କଥା ଉପରେ ପ୍ରଶ୍ନ ଉଠାଇଛନ୍ତି ଯେ ମାମଲା ବିହାର ପୋଲିସ ପାଖକୁ ଯିବା ଦ୍ୱାରା ରିୟା ଏହାକୁ କାହିିଁକି ମୁମ୍ବାଇକୁ ପୁଣି ମାଗୁଛନ୍ତି ।
ସଞ୍ଜୟ ସିଂ କହିଛନ୍ତି ଯେ ବିହାର ପୋଲିସ ଏଫଆଇଆର ଦାୟର କରିଛି ଏବଂ ଏଥିପାଇଁ ସେ ସିବିଆଇ ଯାଂଚ କରାଇପାରିବେ । ମୁମ୍ବାଇ ପୋଲିସ କେବଳ ସେଲିବ୍ରିଟିମାନଙ୍କୁ ଜେରା କରିଛି । ଏପର୍ଯ୍ୟନ୍ତ କୌଣସି ଏଫଆଇଆର ଦାୟର କରିନଥିଲା । ଏବେ ଯେହେତୁ ଉଭୟ ବିହାର ଏବଂ ମୁମ୍ବାଇ ପୋଲିସ ଏହି ମାମଲାର ଯାଂଚ କରିବାରେ ଲାଗିଛନ୍ତି, ତେଣୁ ରିୟା ଚକ୍ରବର୍ତୀ ଏହି ମାମଲାକୁ କେବଳ ମୁମ୍ବାଇ ପୋଲିସ ଯାଂଚ କରନ୍ତୁ ବୋଲି ସୁପ୍ରିମ କୋର୍ଟରେ ଅପିଲ କରିଛନ୍ତି ।
ଏମିତିରେ ସୁଶାନ୍ତଙ୍କ ପରିବାର ଏବଂ ପିତା କେକେ ସିଂହଙ୍କ କହିବା କଥା ଯେ ରିୟା ପ୍ରଥମେ ମୁମ୍ବାଇ ପୋଲିସ ଉପରେ ବିଶ୍ୱାସ କରୁନଥିଲେ ଆଉ ଏବେ ସେ କହୁଛନ୍ତି ଯେ ମୁମ୍ବାଇରେ ହିଁ ଏହି ମାମଲାର ଯାଂଚ ହେବା ଆବଶ୍ୟକ । ଏହାକୁ ନେଇ କେକେ ସିଂଙ୍କ ଓକିଲ ମଧ୍ୟ ପ୍ରଶ୍ନ ଉଠାଇବାକୁ ପ୍ରସ୍ତୁତ ଅଛନ୍ତି ।
ସୁଶାନ୍ତ ସିଂଙ୍କ ପିତା ଅଭିଯୋଗ ଆଣିଛନ୍ତି ଯେ ରିୟା ଚକ୍ରବର୍ତୀ ସୁଶାନ୍ତଙ୍କର ଭୁଲ ଚିକିତ୍ସା କରାଉଥିଲେ । ସେ ଡିପ୍ରେସନ ରୋଗୀ ଥିଲେ କିନ୍ତୁ ତାଙ୍କୁ ଭୁଲ ଔଷଧ ଏବଂ ଚିକିତ୍ସା ଦିଆଯାଉଥିଲା । ଏହା ସହିତ ସୁଶାନ୍ତଙ୍କୁ ଔଷଧର ଓଭରଡୋଜ ଦିଆଯାଇଥିଲା । ରିୟା ସୁଶାନ୍ତଙ୍କ ଘରର ଷ୍ଟାଫମାନଙ୍କୁ ମଧ୍ୟ ବଦଳାଇଦେଇଥିଲେ ଏବଂ ତାଙ୍କ ଘରଲୋକଙ୍କଠାରୁ ତାଙ୍କୁ ଦୂରେଇ ଦେଇଥିଲେ । ଏହା ସହିତ ରିୟାଙ୍କ ଉପରେ ସୁଶାନ୍ତଙ୍କୁ ଆତ୍ମହତ୍ୟା କରିବା ପାଇଁ ଉସକାଇଥିବାର ଅଭିଯୋଗ ମଧ୍ୟ କରାଯାଇଛି । ଏହାଛଡ଼ା ସୁଶାନ୍ତଙ୍କ ଆକଉଂଟରୁ ୧୫ କୋଟି ଟଙ୍କା ବାହାରକରାଯାଇଛି, ଯାହାକୁ ଉଠାଇଥିବାର ଅଭିଯୋଗ ରିୟା ଚକ୍ରବର୍ତୀଙ୍କ ଉପରେ ଲାଗିଛି ।
ଋିୟାଙ୍କ ବିରୁଦ୍ଧରେ ଏଫଆଇଆର ଦାୟର କରାଯିବା ପରେ ଏହି କେସ ଏବେ ଦ୍ରୁତଗତିରେ ଆଗକୁ ବଢ଼ୁଛି । ପାଟନାରେ ରିୟାଙ୍କ ବିରୁଦ୍ଧରେ ଧୋକା ସମେତ ଅନେକ ଗମ୍ଭୀର ଧାରା ଲାଗୁ କରାଯାଇଛି । ଏଥିରେ ୩୪୧ ଓ ୩୪୨ ଅର୍ଥାତ ଭୁଲ ଭାବରେ ଅଟକାଇବା, ୩୮୦ ଅର୍ଥାତ ଚୋରୀ, ୪୦୬ ଅର୍ଥାତ ବିଶ୍ୱାସ ଭାଙ୍ଗିବା, ୪୨୦ ଅର୍ଥାତ ଠକାମି, ୩୦୬-ଆତ୍ମହତ୍ୟା ପାଇଁ ପ୍ରବର୍ତାଇବା ଆଦି ସାମିଲ ରହିଛି ।


Share It

Comments are closed.