ଟ୍ୱିଟର ଓ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟ ବନ୍ଦ କଲେ ସୁଶାନ୍ତଙ୍କ ଭଉଣୀ


ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ରହସ୍ୟମୟ ମୃତ୍ୟୁକୁ ନେଇ ଦେଶବ୍ୟାପୀ ଚର୍ଚ୍ଚା ଚାଲିଛି। ବିଭିନ୍ନ ସଂଗଠନ ମଧ୍ୟ ସୁଶାନ୍ତଙ୍କ ମାମଲାରେ ତଦନ୍ତ ପାଇ ଦାବି କରିଥିଲେ। ପରେ ସୁଶାନ୍ତଙ୍କ ମାମଲାର ତଦନ୍ତ ସିବିଆଇ କରୁଛି। କିନ୍ତୁ ଭାଇକୁ ନ୍ୟାୟ ଦେବା ପାଇଁ ସୋସିଆଲ୍‌ ମିଡିଆରେ କ୍ୟାମ୍ପେନ୍ ଆରମ୍ଭ କରିଥିଲେ ସୁଶାନ୍ତଙ୍କ ଭଉଣୀ ଶ୍ୱେତା ସିଂହ କିର୍ତ୍ତୀ। ହାସ୍ ଟ୍ୟାଗ ‘ଜଷ୍ଟିସ୍‌ ଫର ଏସଏସଆର’ ଲେଖି କ୍ୟାମ୍ପେନ୍‌ ଆରମ୍ଭ କରିଥିଲେ ଶ୍ୱେତା । କିନ୍ତୁ ଏବେ ଶ୍ୱେତାଙ୍କ ଟ୍ୱିଟର ଓ ଇନଷ୍ଟାଗ୍ରାମ୍‌ ଆକାଉଣ୍ଟ ବନ୍ଦ କରିଦିଆଯାଇଛି।

ଏବେ ଏହା ସ୍ପଷ୍ଟ ହୋଇପାରି ନାହିଁ ଯେ, ଶ୍ୱେତା ନିଜେ ଆକାଉଣ୍ଟ ବନ୍ଦ କରିଛନ୍ତି ନା ଅନ୍ୟ କିଛି ରହସ୍ୟ ରହିଛି। କାରଣ ପୂର୍ବରୁ ଆକାଉଣ୍ଟ ବନ୍ଦ କରିବା ନେଇ ଶ୍ୱେତାଙ୍କ ପକ୍ଷରୁ କିଛି କୁହାଯାଇ ନାହିଁ। ଏହାକୁ ନେଇ ରାଜପୁତଙ୍କ ଫ୍ୟାନ୍ସ ଏବେ ଚିନ୍ତାରେ ପଡ଼ିଥିବା ଦେଖିବାକୁ ମିଳିଛି। ରାଜପୁତଙ୍କ ରହସ୍ୟମୟ ମୃତ୍ୟୁ ପରେ ବଲିଉଡର ‘ନେପୋଟିଜିମ୍‌’ ପ୍ରସଙ୍ଗ ଉଠିଥିଲା। କିନ୍ତୁ ପରିବାର ପକ୍ଷରୁ ଅଭିନେତାଙ୍କ ପ୍ରେମିକା ରିୟା ଚକ୍ରବର୍ତ୍ତୀଙ୍କ ବିରୋଧରେ ଏଫଆଇଆର ଦିଆଯାଇଥିଲା।

ପ୍ରଥମେ ମାମଲାର ତଦନ୍ତ ମୁମ୍ବାଇ ପୋଲିସ୍‌ କରୁଥିଲା। ପରେ ମାମଲାର ତଦନ୍ତଭାର ସିବିଆଇକୁ ଅର୍ପଣ କରାଯାଇଛି। ସିବିଆଇ ସମେତ ନାର୍କୋଟିକ୍ସ କଂଟ୍ରୋଲ୍‌ ବ୍ୟୁରୋ(ଏନସିବି) ଓ ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି) ମଧ୍ୟ ମାମଲାରେ ଯାଞ୍ଚ କରୁଛନ୍ତି।


Share It

Comments are closed.