ସୁଶାନ୍ତଙ୍କ ବାପା କହିଲେ ରିୟା ହେଉଛି ମୋ ପୁଅର ପ୍ରକୃତ ହତ୍ୟାକାରୀ, ତାଙ୍କୁ ତୁରନ୍ତ ଗିରଫ କରାଯାଉ


ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ପ୍ରଥମ ଥର ପାଇଁ ପିତା କେ.କେ ସିଂହ ରିୟା ଚକ୍ରବର୍ତ୍ତୀଙ୍କ ଉପରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି ଯେ, “ରିୟା ହେଉଛନ୍ତି ତାଙ୍କ ପୁଅର ପ୍ରକୃତ ହତ୍ୟାକାରୀ । ରିୟା, ସୁଶାନ୍ତକୁ ଦୀର୍ଘ ସମୟ ଧରି ବିଷ ଦେଉଥିଲା । ସେ ଏବଂ ତା’ର ସହଯୋଗୀକୁ ତୁରନ୍ତ ଗିରଫ କରାଯାଇ ଦଣ୍ଡିତ କରାଯାଉ । ”

ସୁଶାନ୍ତଙ୍କ କେସରେ ଘଟଣାଟି ସେହି ସମୟରେ ନୂଆ ମୋଡ ନେଇଥିଲା ଯେତେବେଳ କେ.କେ ସିଂହ, ରିୟାଙ୍କ ବିରୋଧରେ ପଟଣାରେ ମାମଲା ରୁଜୁ କରିଥିଲେ । କେ.କେ ସିଂହ, ରିୟା ଏବଂ ତାଙ୍କ ପରିବାର ଉପରେ ସୁଶାନ୍ତଙ୍କୁ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବାର ଅଭିଯୋଗ ଆଣିଥିଲେ । ଏହା ପର ଠାରୁ ସବୁବେଳେ ନୂଆ ଖୁଲାସା ହେବାରେ ଲାଗିଥିଲା ଏବଂ ସୁଶାନ୍ତଙ୍କ ପରିବାରର ଦାବୀ ପରେ ସିବିଆଇ ତଦନ୍ତ ଆରମ୍ଭ ହୋଇଥିଲା । ଏବେ ଏହି ମାମଲାରେ ଡ୍ରଗ୍ସ ମାମଲା ମଧ୍ୟ ସାମନାକୁ ଆସିଲାଣି ।
ମୁମ୍ବାଇ ପୋଲିସ ଠାରୁ ଏହି କେସ ସିବିଆଇକୁ ଦିଆଯିବା ପରେ ଅନେକ ନୂଆ ଖୁଲାସା ଦିନକୁ ଦିନ ହେବାରେ ଲାଗିଛି । ଏହି ମାମଲାରେ ଇଡି ମନି ଲ୍ୟାଣ୍ଡ୍ରିଙ୍ଗ ଦିଗରେ ମଧ୍ୟ ତଦନ୍ତ ଚଳାଉଛି । ଏହି କେସରେ ରିୟା ଡ୍ରଗ୍ସ ବେପାର କରୁଥିବାର ମଧ୍ୟ ନୂଆ ଖୁଲାସା ସାମନାକୁ ଆସିଛି । ଏହା ସହିତ ରିୟାଙ୍କ ଉପରେ ସୁଶାନ୍ତଙ୍କୁ ଡ୍ରଗ୍ସ ଦେଉଥିବାର ଅଭିଯୋଗ ମଧ୍ୟ ଆସିଛି । ରିୟାଙ୍କର ହ୍ୱାଟସଆପ ଚ୍ୟାଟର ଖୁଲାସ ହେବା ପରେ ସେ ସୁଶାନ୍ତଙ୍କୁ ଡ୍ରଗ୍ସ ଦେଉଥିବାର ଜଣାପଡିଛି ।


Share It

Comments are closed.