ସୁପ୍ରିମ କୋର୍ଟଙ୍କ ବଡ ନିଷ୍ପତି, ସୁଶାନ୍ତଙ୍କ ମୃତ୍ୟୁ ମାମଲାର ତଦନ୍ତ କରିବ ସିବିଆଇ


ସୁଶାନ୍ତ ସିଂହ ରାଜପୁତଙ୍କ ହତ୍ୟା ମାମଲାର ତଦନ୍ତ ପାଇଁ ସୁପ୍ରିମ କୋର୍ଟ ସିବିଆଇ ତଦନ୍ତର ଆଦେଶ ଦେଇଛନ୍ତି । ଏନେଇ ଆଜି ସୁପ୍ରିମକୋର୍ଟ ଚୁଡାନ୍ତ ନିଷ୍ପତ୍ତି ଶୁଣାଇଛନ୍ତି। ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କ ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଛନ୍ତି। ଏହି ଘଟଣାର ତଦନ୍ତ କରିବାକୁ ସୁପ୍ରିମକୋର୍ଟ ସିବିଆଇକୁ ନିର୍ଦେଶ ଦେଇଛନ୍ତି।  ଏଥି ସହିତ ସୁଶାନ୍ତ ମୃତ୍ୟୁ ମାମଲାର ସମସ୍ତ ଦଲିଲକୁ ସିବିଆଇକୁ ହସ୍ତାନ୍ତର କରିବାକୁ ମୁମ୍ବାଇ ପୁଲିସକୁ ସୁପ୍ରିମେକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ ଆହୁରି କହିଛନ୍ତି ଯେ ବିହାର ସରକାର ଏହି ମାମଲାକୁ ସିବିଆଇକୁ ପଠାଇବାକୁ ଅଧିକାର ଅଛି। ସିବିଆଇ ଚାହିଁଲେ ସୁଶାନ୍ତ ମୃତ୍ୟୁ ମାମଲାରେ ଏକ ନୂଆ ମାମଲା ଦାଖଲ କରିପାରିବ। ଏଥି ସହିତ ସୁଶାନ୍ତ ମୃତ୍ୟୁ ମାମଲା ସହ ଜଡିତ ଯଦି କୌଣସି ମାମଲା ଦାୟର କରାଯାଏ ତେବେ ସେ ସସବୁର ତଦନ୍ତ ମଧ୍ୟ ସିବିଆଇ କରିବ ।

ସୁଶାନ୍ତଙ୍କ ପିତା କେ.କେ ସିଂ ବିହାରରେ ରିୟାଙ୍କ ବିରୋଧରେ ମାମଲା ଦାୟର କରିଥିଲେ। ଏହାକୁ ମୁମ୍ବାଇ ସ୍ଥାନାନ୍ତର କରିବାକୁ ସୁପ୍ରିମକୋର୍ଟରେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ଆବେଦନ କରିଥିଲେ। ଏଥି ସହିତ ଏହି ମାମଲର ତଦନ୍ତ ସିବିଆଇ ବଦଳରେ ମୁମ୍ବାଇ ପୁଲିସ କରୁବୋଲି ମହାରାଷ୍ଟ୍ର ସରକାର ଚାହୁଁଥିଲେ । କିନ୍ତୁ ସୁପ୍ରିମକୋର୍ଟ ଆଜି ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ମାମଲାର ତଦନ୍ତ ସିବିଆଇକୁ ହସ୍ତାନ୍ତର କରିଛନ୍ତି।

ସୂଚନାଯୋଗ୍ୟ ଗତ ମଙ୍ଗଳବାର ଶୁଣାଣି ପରେ ଜଷ୍ଟିସ୍ ହୃଷିକେଶ ରାୟଙ୍କ ଖଣ୍ଡପୀଠ ଏହି ରାୟ ସଂରକ୍ଷିତ ରଖିଥିଲେ। ବିହାର ସରକାରଙ୍କ ବରିଷ୍ଠ ଆଡଭୋକେଟ ମନିନ୍ଦର ସିଂ, ମହାରାଷ୍ଟ୍ର ସରକାରଙ୍କ ଅଭିଷେକ ମନୁ ସିଂଭି, ସୁଶାନ୍ତ ସିଂ ରାଜପୁତଙ୍କ ପରିବାରରୁ ଶ୍ୟାମ ଡିଭାନ ରିୟା ଏବଂ ବିକାଶ ସିଂ ଏହି ମାମଲରେ ନିଜ ପକ୍ଷ ସୁପ୍ରିମକୋର୍ଟରେ ରଖିଥିଲେ।


Share It

Comments are closed.