ସୁଶାନ୍ତଙ୍କ ପାଇଁ ଆଗକୁ ଆସିଲା ସାରା ବଲିଉଡ, ସିବିଆଇ ତଦନ୍ତ ପାଇଁ କଲେ ଦାବୀ


ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟାକୁ ପାଖାପାଖି ୨ମାସ ପୂରି ସାରିଛି କିନ୍ତୁ ଏହି ମାମଲାର ଏବେ ଯାଏଁ ଯାଞ୍ଚ ହୋଇପାରିନାହିଁ। ଲୋକେ ବାରମ୍ବାର ସୁଶାନ୍ତଙ୍କୁ ନ୍ୟାୟ ଦେବାକୁ ଦାବି କରୁଛନ୍ତି। ସୋସିଆଲ୍ ମିଡିଆରେ ସୁଶାନ୍ତ ମାମଲାକୁ ସିବିଆଇ ଯାଞ୍ଚ କରିବାର ଅଭିଯାନ ଚଲାଯାଉଛି। ଏବେ ଏଏହାକୁ ନେଇ ବର୍ତ୍ତମାନ ଅନେକ ବଲିଉଡ ଷ୍ଟାର ଆଗେଇ ଆସିଛନ୍ତି । କ୍ରୀତି ସାନନ ଏବଂ କଙ୍ଗନା ରଣୱତଙ୍କ ପରେ ବରୁଣ ଧୱନ,ମୌନି ରାୟ ଏବଂ ଅମୀଷା ପଟେଲ୍ ମଧ୍ୟ ସୁଶାନ୍ତ ମାମଲାର ସିବିଆଇ ଯାଞ୍ଚ ହେଉ ବୋଲି ଦାବି କରିଛନ୍ତି। ଗୁରୁବାର ବରୁଣ ଧୱନ ଏବଂ ମୌନି ରାୟ ଇନଷ୍ଟାଗ୍ରାମରେ ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ମାମଲାର ଯାଞ୍ଚ ସିବିଆଇ ଦ୍ୱାରା କରାଇବାର ଅଭିଯାନକୁ ସମର୍ଥନ କରିଥିଲେ।

ବରୁଣ ଧୱନ

ବରୁଣ ଧୱନ ନିଜ ଇନଷ୍ଟାଗ୍ରାମ୍ ଷ୍ଟୋରି​‌ରେ #cbiforSSR ଲେଖିଥିଲେ।

ମୌନି ରାୟ

ସେହିପରି ମୌନି ରାୟ ମଧ୍ୟ ଇନଷ୍ଟାଗ୍ରାମ୍ ଷ୍ଟୋରି ଜରିଆରେ ନିଜର ସମର୍ଥନ ଜଣାଇଥିଲେ। ସେ ମଧ୍ୟ ଇନଷ୍ଟାଗ୍ରାମ ଷ୍ଟୋରିରେ ଲେଖିଥିଲେ #CBIforSushantSinghRajput ।

ଅମିଷା ପଟେଲ୍

ବରୁଣଧୱନ ଏବଂ ମୌନି ରାୟଙ୍କ ଭଳି ଅମିଷା ପଟେଲ୍ ମଧ୍ୟ ଇନଷ୍ଟାଗ୍ରାମରେ ସୁଶାନ୍ତ ସିଂହ ରାଜପୁତଙ୍କ ସହ ନିଜର ଏକ ଫଟୋ ସେୟାର କରି #cbiforSSR ଲେଖିଥିଲେ।

ଶ୍ୱେତା ପଣ୍ଡିତ

ଅଭିନେତ୍ରୀ ଏବଂ ଗାୟିକା ଶ୍ୱେତା ପଣ୍ଡିତ ସୁଶାନ୍ତ ମାମଲାର ଯାଞ୍ଚ ସିବିଆଇ ଦ୍ୱାରା କରାଇବା ଅଭିଯାନକୁ ସମର୍ଥନ କରୁଥିବା ଦେଖାଯାଇଛି। ସେ ଟ୍ୱିଟ କରିଛନ୍ତି ଯେ ସୁଶାନ୍ତଙ୍କ ପରିବାରକୁ ମଧ୍ୟ ସତ ଜାଣିବାର ଅଧିକାର ରହିଛି। ସତ ସାମନାକୁ ଆସିବା ଦରକାର।

କ୍ରୀତି ସାନନ

କ୍ରୀତି ନିଜ ପୋଷ୍ଟରେ ଲେଖିଛନ୍ତି ଯେ,‘ ସେ ପ୍ରାର୍ଥନା କରୁଛନ୍ତି ଯେ ସତ ଶୀଘ୍ର ସାମନାକୁ ଆସୁ…ତାଙ୍କ ପରିବାର,ତାଙ୍କ ବନ୍ଧୁ ଏବଂ ପ୍ରଶଂସକ ସମସ୍ତେ ସତ ଜାଣିବାକୁ ଚାହୁଁଛନ୍ତି। ସେ ପ୍ରାର୍ଥନା କରୁଛନ୍ତି ଯେ ସିବିଆଇ ଏହାର ଯାଞ୍ଚ କରନ୍ତୁ ଯାହା ଦ୍ୱାରା ଏଥିରେ କୌଣସି ପ୍ରକାରର ରାଜନୈତିକ ଏଜେଣ୍ଡା ସାମିଲ ନହେଉ। ଏହା ଦ୍ୱାରା ପ୍ରକୃତ ଅର୍ଥରେ ସୁଶାନ୍ତଙ୍କ ପରିବାରକୁ ନ୍ୟାୟ ମିଳିପାରିବ। ଏହା ସହିତ କ୍ରିତି ସାନନ ନିଜ ପୋଷ୍ଟରେ #CBIForSSR ହ୍ୟାଶଟାଗ୍ ବ୍ୟବହାର ମଧ୍ୟ କରିଛନ୍ତି।

କଙ୍ଗନା ରଣୱତ

କଙ୍ଗନା ମଧ୍ୟ ନିଜ ସୋସିଆଲ ମିଡିଆ ଆକାଉଣ୍ଟ ଜରିଆରେ ଏକ ଭିଡିଓ ସେୟାର କରିଛନ୍ତି। ଏହି ଭିଡିଓରେ କଙ୍ଗନା ସୁଶାନ୍ତଙ୍କ ପାଇଁ ସିବିଆଇ ତଦନ୍ତ ଦାବି କରୁଛନ୍ତି। କଙ୍ଗନା ଏହି ଟ୍ୱିଟ ସହ ଲେଖିଛନ୍ତି ଯେ ମୁମ୍ବାଇ ପୋଲିସ୍ ସୁଶାନ୍ତଙ୍କ ମାମଲାର ଯାଞ୍ଚରେ ତରବର ହେଉଛି।

ସୁରଜ ପଞ୍ଚୁଲି

ସେହିପରି ଅଭିନେତା ସୁରଜ ପଞ୍ଚୁଲି ମଧ୍ୟ ଇନଷ୍ଟାଗ୍ରାମ୍ ଷ୍ଟୋରି ଜରିଆରେ ନିଜର ସମର୍ଥନ ଜଣାଇଥିଲେ। ସେ ମଧ୍ୟ ଇନଷ୍ଟାଗ୍ରାମ ଷ୍ଟୋରିରେ ଲେଖିଥିଲେ #cbiforSSR ।

ଅଙ୍କିତା ଲୋଖଣ୍ଡେ ନିଜ ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟ ଜରିଆରେ ଏକ ଭିଡିଓ ସେୟାର କରିଛନ୍ତି। ଏହି ଭିଡିଓରେ ଅଙ୍କିତା କହୁଛନ୍ତି ଯେ ଦେଶ ଜାଣିବାକୁ ଚାହୁଁଛି ଯେ ପ୍ରକୃତରେ ସୁଶାନ୍ତ ସିଂହ ରାଜପୁତଙ୍କ ସହ କ’ଣ ହୋଇଥିଲା। ସୁଶାନ୍ତଙ୍କୁ ନ୍ୟାୟ ମିଳିବା ଉଚିତ୍। ଏହା ସହିତ ସେ #CBIforSSR ହ୍ୟାଶଟ୍ୟାଗ୍ ମଧ୍ୟ ବ୍ୟବହାର କରିଛନ୍ତି। ଭିଡିଓରେ ଅଙ୍କିତାଙ୍କ ହାତରେ ଏକ କାର୍ଡ଼ ରହିଛି ଯେଉଁଥିରେ ସୁଶାନ୍ତଙ୍କ ପାଇଁ ସିବିଆଇ ତଦନ୍ତର ଦାବି କରାଯାଉଛି।


Share It

Comments are closed.