ରିୟା ଓ ତାଙ୍କ ବାପାଙ୍କୁ ସମନ ପଠାଇଲା ସିବିଆଇ, ଅସଲ ଆସାମୀର ନାମ ଆସିପାରେ ସାମନାକୁ


ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁର ଯାଞ୍ଚ କରୁଥିବା ସିବିଆଇ ଆଜି ସୁଶାନ୍ତଙ୍କ ଗାର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କୁ ପଚରାଉଚୁରା କରିପାରେ। ରିୟାଙ୍କ ପରିବାର ଲୋକଙ୍କୁ ପ୍ରଶ୍ନ ପଚରାଯାଇପାରେ। ସିବିଆଇ ରିୟାଙ୍କୁ ୧୦ଟି ପ୍ରଶ୍ନ ପଚାରିପାରେ।

ସିବିଆଇ ଅଫିସର ଜୁନ୍ ୮ରୁ ଜୁନ୍ ୧୪ଯାଏଁ ପୂରା ଘଟଣାର ଖୋଳତାଡ଼ କରୁଛି। ସେମାନେ ଜାଣିବାକୁ ଉଦ୍ୟମ କରୁଛନ୍ତି ଯେ ସୁଶାନ୍ତଙ୍କ ମାନସିକ ସ୍ଥିତି କିପରି ଥିଲା,ଖାସ୍ କରି ରିୟାଙ୍କ ସହ ଶେଷ ସାକ୍ଷାତ ପରେ ତାଙ୍କ ଅବସ୍ଥା କିପରି ଥିଲା? ସିବିଆଇ ଏହା ମଧ୍ୟ ଜାଣିବାକୁ ଉଦ୍ୟମ କରୁଛି ଯେ ରିୟା ଯିବା ପରେ ସୁଶାନ୍ତ କାହା କାହା ସହ କଥା ହୋଇଥିଲେ ଏବଂ ଜୁନ୍ ୧୨ତାରିଖ ପର‌୍ୟ୍ୟନ୍ତ ଭଉଣୀ ସହ ରହିବାବେଳେ ତାଙ୍କ ବ୍ୟବହାର କିପରି ଥିଲା?

ସିବିଆଇ ରବିବାର ଲଗାତାର ଦ୍ବିତୀୟ ଦିନ ସୁଶାନ୍ତଙ୍କ ଫ୍ଲାଟରେ ଯାଇ ଜୁନ୍ ୧୪ତାରିଖର ସିନ୍ ରି-କ୍ରିଏଟ୍ କରିଥିଲା। ସିବିଆଇ ସେଠାରେ ୩ଘଣ୍ଟା ଯାଏଁ ରହିଥିଲା। ଯାଞ୍ଚ ଏଜେନ୍ସି ସୁଶାନ୍ତଙ୍କ ଫ୍ଲାଟମେଟ ଥିବା ସିଦ୍ଧାର୍ଥ ପିଠାନୀ,କୁକ୍ ନୀରଜ ସିଂହ ଏବଂ ହେଲପର ଦୀପେଶ ସାୱନ୍ତଙ୍କୁ ମଧ୍ୟ ଅଣା ଯାଇଥିଲା। ଏହା ପୂର୍ବରୁ ୩ଜଣଙ୍କୁ ଅଲଗା ବସାଯାଇ ପ୍ରଶ୍ନ-ଉତ୍ତର କରାଯାଇଥିଲା। ତାଙ୍କ ବୟାନ ଅଲଗା ହେବାରୁ ସିବିଆଇ ତାଙ୍କୁ ସୁଶାନ୍ତଙ୍କ ଫ୍ଲାଟକୁ ନେଇ ଯାଇଥିଲା।


Share It

Comments are closed.