ରିୟାଙ୍କୁ କଡା ସମାଲୋଚନା କଲେ ବିହାର ଡିଜିପି, କହିଲେ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଉପରେ ଟିପ୍ପଣୀ କରିବାର ଔକାତ ତାଙ୍କର ନାହିଁ


ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ସୁପ୍ରିମ କୋର୍ଟଙ୍କ ସିବିଆଇ ତଦନ୍ତର ଆଦେଶ ଉପରେ ବିହାର ଡିଜିପି ଗୁପ୍ତେଶ୍ୱର ପାଣ୍ଡେ ନିଜର ଖୁସି ଜାହିର କରିଛନ୍ତି । ସେ କହିଛନ୍ତି ଯେ, ଅନ୍ୟାୟ ବିରୋଧରେ ନ୍ୟାୟର ବିଜୟକୁ ନେଇ ମୁଁ ବହୁତ ଖୁସି । ସର୍ବୋଚ୍ଚ ନ୍ୟାୟଳାୟ ଯେଉଁ ନିଷ୍ପତି ଶୁଣାଇଛନ୍ତି ତାହା ଦ୍ୱାରା ଦେଶର ୧୩୦ କୋଟି ଜନତାଙ୍କ ମଧ୍ୟରେ ସର୍ବୋଚ୍ଚ ନ୍ୟାୟଳାୟ ପାଇଁ ଯେଉଁ ଆସ୍ଥା ଥିଲା ତାହା ଆହୁରି ଦୃଢ ହୋଇଯାଇଛି । ସେପଟେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ କଡା ସମାଲୋଚନା କରି ବିହାର ଡିଜିପି ଗୁପ୍ତେଶ୍ୱର ପାଣ୍ଡେ କହିଛନ୍ତି ଯେ, ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଉପରେ ଟିପ୍ପଣୀ କରିବାର ଔକାତ ରିୟାଙ୍କର ନାହିଁ ।


Share It

Comments are closed.