ଏବେ ସୁଶାନ୍ତଙ୍କ ବଡିଗାର୍ଡଙ୍କୁ ପଚରାଉଚରା କରିବ ଇଡି, ପଠାଇଲା ସମନ


ସୁଶାନ୍ତ ସିଂହ ରାଜପୁତ ମାମଲାରେ ଆଜି ସୁପ୍ରିମ କୋର୍ଟରେ ଗୁରୁତ୍ବପୂର୍ଣ୍ଣ ଶୁଣାଣି ହେବ। ରିୟା ଚକ୍ରବର୍ତ୍ତୀଙ୍କ ଆବେଦନରେ ସୁପ୍ରିମ କୋର୍ଟ ନିଷ୍ପତ୍ତି କରିବେ। ଏହି ଆବେଦନରେ ରିୟା ନିଜ ବିରୋଧରେ ପାଟନାରେ ରୁଜୁ ହୋଇଥିବା ମାମଲାକୁ ମୁମ୍ବାଇରେ ଟ୍ରାନ୍ସଫର କରିବାକୁ ଅପିଲ କରିଛନ୍ତି। ଏହା ସହିତ ସୁଶାନ୍ତ ସିଂହ ରାଜପୁତଙ୍କ ମାମଲାର ତଦନ୍ତ ମୁମ୍ବାଇ ପୋଲିସ୍ କରିବ ନା ସିବିଆଇ କରିବ ଏବିଷୟରେ ମଧ୍ୟ ସୁପ୍ରିମ କୋର୍ଟ ନିଷ୍ପତ୍ତି ଶୁଣାଇବେ। ସମସ୍ତ ପକ୍ଷ ଆଜି ଲିଖିତରେ ନିଜ ନିଜ ଜବାବ ଦାଖଲ କରିବେ।

ରିୟାଙ୍କ ବିରୋଧରେ ସୁଶାନ୍ତଙ୍କ ବାପା ପାଟନାର ରାଜୀବ ନଗର ଥାନାରେ ମାମଲା ରୁଜୁ କରିଛନ୍ତି। ସୁଶାନ୍ତଙ୍କ ବାପାଙ୍କ ଅଭିଯୋଗ ହେଉଛି ଯେ ରିୟା ତାଙ୍କ ପୁଅଙ୍କୁ ଆତ୍ମହତ୍ୟା ପାଇଁ ଉସୁକାଇଛନ୍ତି। ଏହା ସହିତ କେକେ ସିଂହ ରିୟାଙ୍କ ବିରୋଧରେ ସୁଶାନ୍ତଙ୍କ ଟଙ୍କା ହଡ଼ପ କରିବା ଭଳି ଅଭିଯୋଗ ମଧ୍ୟ କରିଛନ୍ତି। ମଙ୍ଗଳବାର ରିୟାଙ୍କ ଆବେଦନ ଉପରେ ମଧ୍ୟ ସୁପ୍ରିମ କୋର୍ଟରେ ଶୁଣାଣି ହେବ। ଦୁଇ ପକ୍ଷର ଓକିଲ ମଧ୍ୟରେ ଏହାକୁ ନେଇ ବଚସା ହୋଇଥିଲା।

ED ସୁଶାନ୍ତ ସିଂହ ରାଜପୁତଙ୍କ ବଡିଗାର୍ଡ଼ଙ୍କୁ ସମନ ପଠାଇଛି। ଆଜି ଏଜେନ୍ସି ସୁଶାନ୍ତଙ୍କ ବଡିଗାର୍ଡ଼ଙ୍କ ବୟାନ ରୁଜୁ କରିବ। ବଡିଗାର୍ଡ଼ ସୁଶାନ୍ତଙ୍କ ସହ ଦୀର୍ଘ ବର୍ଷ ଯାଏଁ କାମ କରିଥିଲେ। ଇଡି ବଡିଗାର୍ଡ଼ଙ୍କୁ ସୁଶାନ୍ତଙ୍କ ଫାଇନାନ୍ସ ଏବଂ ଏହା ସହ ଜଡ଼ିତ ଅନିୟମିତତା ବିଷୟରେ ସୂଚନା ନେବ। ଏହା ପୂର୍ବରୁ ରିୟା ଏବଂ ତାଙ୍କ ଭାଇ-ବାପାଙ୍କୁ ମଧ୍ୟ ଇଡି ପଚରାଉଚୁରା କରିଥିଲା। ସୁଶାନ୍ତଙ୍କ ଏକ୍ସ ବିଜନେସ୍ ମ୍ୟାନେଜର ଶୃତି ମୋଦି,ଫ୍ଲାଟମେଡ ସିଦ୍ଧାର୍ଥ ପିଠାନୀ ଏବଂ ଭଉଣୀ ମିତୁ ସିଂହଙ୍କୁ ମଧ୍ୟ ଇଡି ପଚରାଉଚୁରା କରି ସାରିଛି। ସୁଶାନ୍ତଙ୍କ ଭଉଣୀ ଶ୍ୱେତା ସିଂହ କୀର୍ତ୍ତି ସରକାରଙ୍କୁ ନ୍ୟାୟ ମାଗିଛନ୍ତି। ସେ ସିବିଆଇ ଯାଞ୍ଚକୁ ନେଇ ଲୋକଙ୍କୁ ସ୍ବର ଉତ୍ତୋଳନ କରିବାକୁ ଅପିଲ କରିଛନ୍ତି।


Share It

Comments are closed.