ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ସିବିଆଇ ତଦନ୍ତର ଆଦେଶକୁ ନେଇ କ’ଣ କହିଲେ ନୀତିଶ ଜାଣନ୍ତୁ


ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ନେଇ ସୁପ୍ରିମ କୋର୍ଟଙ୍କ ନିଷ୍ପତ୍ତିକୁ ବିହାର ମୁଖ୍ୟମନ୍ତ୍ରୀ ନିତିଶ କୁମାର ସ୍ୱାଗତ କରିଛନ୍ତି। ଏ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜନୀତି ସହିତ ଏହାର କୌଣସି ସଂପର୍କ ନାହିଁ, ଏହା ହେଉଛି ନ୍ୟାୟର ବିଜୟ।

ସୂଚନା ଯୋଗ୍ୟ ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ଘଟଣାରେ ପାଟନାରେ ଦିଆଯାଇଥିବା ଏଫଆଇଆରର ଯାଞ୍ଚ ସିବିଆଇ ଦ୍ୱାରା କରିବା ପାଇଁ ବିହାର ସରକାରଙ୍କ ସୁପାରିଶକୁ ବୁଧବାର ସୁପ୍ରିମକୋର୍ଟ ଯଥାର୍ଥ ବୋଲି କହିଛନ୍ତି। ଏହି ଏଫ୍ଆଇଆର୍ ରାଜପୁତଙ୍କ ପିତା କୃଷ୍ଣ କିଶୋର ସିଂଙ୍କ ଦ୍ୱାରା ଦାଖଲ କରାଯାଇଥିଲା। ଜଷ୍ଟିସ ଋଷିକେଶ ରାୟଙ୍କ ଏକକ ଖଣ୍ଡପୀଠ ତାଙ୍କ ଶୁଣାଣିରେ କହିଛନ୍ତି ଯେ, ବିହାର ସରକାର ଏହି ମାମଲାକୁ ସିବିଆଇ ତଦନ୍ତ ପାଇଁ ହସ୍ତାନ୍ତର କରିବାକୁ ସକ୍ଷମ ହୋଇଥିଲେ। ସେ କହିଛନ୍ତି ଯେ ରାଜପୁତଙ୍କ ପିତାଙ୍କ ଅଭିଯୋଗ ଉପରେ ବିହାର ପୋଲିସ ପକ୍ଷରୁ ଏଫ୍ଆଇଆର୍ ଦାଖଲ କରାଯାଇଥିଲା ଏବଂ ଏହାକୁ ସିବିଆଇକୁ ହସ୍ତାନ୍ତର କରିବା ଆଇନସମ୍ମତ।


Share It

Comments are closed.