ଇତିହାସ ରଚିଲେ ସୂର୍ଯ୍ୟକୁମାର, ଟି-୨୦କ୍ରିକେଟରେ ଏଭଳି କରିବାରେ ପ୍ରଥମ ଭାରତୀୟ


ଭାରତର ଷ୍ଟାର ବ୍ୟାଟର ସୂର୍ଯ୍ୟକୁମାର ଯାଦବ ବହୁତ ଭଲ ଫର୍ମରେ ଅଛନ୍ତି ଏବେ । ଟି-୨୦ ବିଶ୍ବକପ ୨୦୨୨ରେ ତାଙ୍କ ବ୍ୟାଟରୁ ରନର ବର୍ଷା ଲାଗି ରହିଛି । ଜିମ୍ବାଓ୍ବେ ବିପକ୍ଷରେ ଧୂଆଁଧାର ଅର୍ଦ୍ଧଶତକ ଲଗାଇଛନ୍ତି । ଏହାସହ ସେ ନିଜ ନାଁରେ ଏକ ନୂଆ ରେକର୍ଡ ସୃଷ୍ଟି କରିନେଇଛନ୍ତି । ଯାହାକୁ ହାସଲ କରିବା ପାଇଁ ବଡ଼ ବଡ଼ ବ୍ୟାଟର ବି ଅପେକ୍ଷା କରିଥାନ୍ତି ।

ସୂର୍ଯ୍ୟକୁମାର ଆଇସିସି ଟି-୨୦ରାଙ୍କିଂରେ ନମ୍ବର ଓ୍ବାନ ବ୍ୟାଟର ହୋଇଛନ୍ତି । ଜିମ୍ବାଓ୍ବେ ବିପକ୍ଷରେ ସେ ଧୂଆଁଧାର ବ୍ୟାଟିଂ କରି ସମସ୍ତଙ୍କ ହୃଦୟ ଜିତି ନେଇଛନ୍ତି । ସେ ପଡ଼ିଆର ସବୁ ଆଡ଼କୁ ସଟ୍ ଖେଳିଛନ୍ତି । ସୂର୍ଯ୍ୟକୁମାର ଯାଦବ ୨୫ବଲରେ ୬୧ରନ କରିଛନ୍ତି । ଯେଉଁଥିରେ ୬ଟି ଚୌକା ରହିଥିବାବେଳେ ୪ଟି ଲମ୍ବା ଛକା ସାମିଲ ଥିଲା । ଏହାସହ ସେ ୨୦୨୨ରେ ଟି-୨୦କ୍ରିକେଟରେ ନିଜର ୧୦୦୦ରନ କରି ନେଇଛନ୍ତି । ଗୋଟିଏ ବର୍ଷରେ ଟି-୨୦କ୍ରିକେଟରେ ୧୦୦୦ରନ କରିବାରେ ପ୍ରଥମ ଭାରତୀୟ ଅଟନ୍ତି ।


Share It

Comments are closed.